Odisha News

ବୌଦ୍ଧ ମାଉସୀମା ମନ୍ଦିର ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୩ : ବୌଦ୍ଧ ମାଉସୀମା ମନ୍ଦିର ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ର ରାଜ୍ୟସ୍ତରୀୟ ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋଟି ରୁ ଉର୍ଦ୍ଧ୍ବ ସୁଭଦ୍ରା ମାଆଙ୍କ ଆକାଉଣ୍ଟ କୁ ୫ ହଜାର ଟଙ୍କା ଲେଖାଏଁ ୫ ହଜାର କୋଟି ରୁ ଉର୍ଦ୍ଧ୍ବ ଅର୍ଥ ପ୍ରଦାନ କରିବା ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ ଠାରେ ଅନୁଷ୍ଠିତ ଜ଼ିଲ୍ଲା ସ୍ତରୀୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ ଯୋଗ ଦେଇଥିଲେ ।
ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକକ୍ଷ ଦତ୍ତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ କାର‌୍ୟ୍ୟକ୍ରମ ରେ ସମସ୍ତ ସି ଡି ପି ଓ, ସୁପରଭାଇଜର,ବହୁ ଅଙ୍ଗନବାଡି କର୍ମୀ, ଏମ. ବି . କେ., ସି ଆର. ପି, ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ ।

Related Posts