Odisha News

ବୌଦ୍ଧ : ବ୍ର।ହ୍ମଣିପାଳି ଠାରେ କେନ୍ଦୁପତ୍ର ଫଡି ଉଦଘାଟଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୫ : ବୌଦ୍ଧ ଜିଲ୍ଲା ବ୍ରକ୍ଷହ୍ମଣିପାଳି ପଂଚାୟତ ନିକଟରେ ନୂତନ ନିର୍ମିତ କେନ୍ଦୁପତ୍ର ଫଡି ଗୃହକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘକ୍ଷଟଣ କରିଛନ୍ତି । ସମ୍ମାନିତ ଅତିଥି ଭାବେଜଙ୍ଗଲ ଓ ପରିବେଶ ,ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ବୌଦ୍ଧ ଡ଼ିଅଫଓ ଦେବପ୍ରିୟ କମ୍ପ, ବୌଦ୍ଧ ଏସିଅଫ ମିନାକ୍ଷୀ ବୁମରାମ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ବୌଦ୍ଧର ପୂର୍ବତନ ନଗର ପାଳ ବସନ୍ତ କୁମାର ସ୍ୱାଇଁ, ବ୍ର।ହ୍ମଣିପାଳି ସରପଞ୍ଚ ଅରୁଣ ବାଘ ପ୍ରମୁଖ ଯୋଗ ଦେଇଥିଲେ ।
ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସୁବିଧା ସୁଯୋଗ ବିଷୟରେ ତୁଳାଳିଙ୍କୁ ସୂଚନା ଦେଇଥିଲେ । ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଅଧ୍ୟକ୍ଷତରେ ଅନୁଷ୍ଠିତ କାର‌୍ୟ୍ୟକ୍ରମର ମୁଣ୍ଡାପଡା ସେକ୍ସନ ଫୋରେଷ୍ଟର ରାମିଲି ବାରିକ, ଗାନ୍ଧୀଗ୍ରାମ ସେକ୍ସନ ଫରେଷ୍ଟର ଅନୋଜକୁମାର ପ୍ରଧାନ, ବଘିଆପଡା ସେକ୍ସନଫରେଷ୍ଟର ଉମାକାନ୍ତ ପ୍ରଧାନ, ମନମୁଣ୍ଡା ରେଞ୍ଜର ମାନସ କୁମାର ସାହୁ, ଦମକ୍ଷମୁଣ୍ଡା ରେଞ୍ଜର ମନୋଜ କୁମାର ସାହୁ, କଣ୍ଟାମକ୍ଷଳ ରେଞ୍ଜର ଆରତୀ କୁମାର ମିର୍ଦ୍ଧା ଘଣ୍ଟାପଡା ରେଞ୍ଜର ମିନତୀ ନାଏକ, ଚାରିଛକ ରେଞ୍ଜର ଯୁଧିଷ୍ଠିର ବେହେରା, ହରଭଙ୍ଗା ରେଞ୍ଜର ରାକେଶ କୁମାର ସାହୁ, ବାଉଁଶୁଣି ରେଞ୍ଜର ଅରୁଣ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୨୦ ଜଣ ତୋଳାଳିଙ୍କୁ ପତ୍ରକାର୍ଡ ବଣ୍ଟନ କରାଯାଇଥିଲା କ୍ଷ ଶେଷରେ ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.