Odisha News

ବୌଦ୍ଧ : ବିକାଶମେଳା ତଥା ପାରମ୍ପରିକ ଖାଦ୍ୟମେଳାର ଦ୍ୱିତୀୟ ଦିନ ସନ୍ଧ୍ୟା କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୬ : ବିକାଶ ମେଳା ତଥା ପରମ୍ପାରିକ ଖାଦ୍ୟ ମେଳା ର ଦ୍ଵିତୀୟ ଦିନ ର ସନ୍ଧ୍ୟା କାର୍ଯ୍ୟକ୍ରମ ରେ କୃଷି, ରାଜସ୍ୱ, ଉଦ୍ୟାନ, ଉଠାଜଳସେଚନ, ଲିଡ଼ ବ୍ୟାଙ୍କ, ଆର. ସେ. ଟି. ଏବଂ ସି. ଅଫ. ଏଲ ର ବିଭିନ୍ନ ସ୍କିମ ଉପରେ ସ୍ୱତନ୍ତ୍ର ଭାବେ ବୈଠକ କଚେରୀ ପଡିଆ ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପୃଥକ ପୃଥକ ବୈଠକ ରେ ସମ୍ପୃକ୍ତ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ମଞ୍ଚାସିନ ଥିଲେ । ଏହି ଉପଲକ୍ଷେ ରାଜସ୍ବ ବିଭାଗ ର ତରଫରୁ ହିତାଧିକାରୀ ଙ୍କୁ ଲାପଟପ ଏବଂ ପଟ୍ଟା ବଣ୍ଟନ କରାଯାଇଥିଲା ।
ଜିଲ୍ଳାସ୍ତରୀୟ ବିକାଶ ମେଳାର ଦ୍ୱିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମା ଖମ୍ବେଶ୍ବରୀ ପାଲା ଦଳ , ମହାବୀର ଦାସକାଠିଆ ଦଳ, ବଡ଼ମାଳ, ଗେଲହା ମା କଳା ନିକେତନ, ବୌଦ୍ଧ, ବୌଦ୍ଧ ଜିଲ୍ଲା ଧାର୍ମିକ ସାଂସ୍କୃତିକ ସେବା ମହାସଂଘ, ହରଭଙ୍ଗା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିପଲକଟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Related Posts