ବୌଦ୍ଧ ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧୨ : ବୌଦ୍ଧ ଜିଲ୍ଲା ସଂଗ୍ରହାଲୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର,ମୁଖ୍ୟ ବକ୍ତା ଭାବେ ପ୍ରତାପ କୁମାର ରଥ ଯୋଗଦେଇ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମର୍ଦ୍ଧିତ କରା ଯାଇଥିଲା । କବିତା ପାଠୋତ୍ସବ ରେ ଅତିଥି ଭାବେ ସାହିତ୍ୟିକ ରମେଶ ପ୍ରସାଦ ମେହେର,ସତ୍ୟଜିତ ପଣ୍ଡା, ଶ୍ୟାମ ସୁନ୍ଦର ମହାପାତ୍ର, ମଞ୍ଜୁପ୍ରଭା ପଟ୍ଟନାୟକ, ପ୍ରତାପ କୁମାର ରଥ, ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ କୁ ଶ୍ରୀ ଅଭିନବ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସୁଶାସନ ଦିବସ ବିଷୟରେ ବକ୍ତବ୍ୟ ଦେବା ସହ କବିତା ପାଠ କରିଥିଲେ ।
ପ୍ରତିଯୋଗିତା ର ବିଚାରକ ଭାବେ ସାହିତ୍ୟିକ ଚିତ୍ତରଞ୍ଜନ ଦାଶ, ରମେଶ ପ୍ରସାଦ ମେହେର, ହୃଦାନନ୍ଦ ପ୍ରଧାନ, ପ୍ରତାପ କୁମାର ରଥ,ସତ୍ୟଜିତ ପଣ୍ଡା, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, କଳା ଶିକ୍ଷକ ସ୍ୱସ୍ତିକା ବିଶି, ବିଭୁତି ପୃଷ୍ଟି,ସ୍ୱରୂପ କୁମାର ପଟ୍ଟନାୟକ, ଚତୁର୍ଭୁଜ କର, ବୀର ପ୍ରତାପ ସିଂହ କରିବା ଉକ୍ତ କାର୍ଯ୍ୟକ୍ରମରେ କବି କଳାକାର ଅନ୍ୟାନ୍ୟ ବରେଣ୍ୟ ଅତିଥି ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ବାଜପେୟୀଙ୍କ କାର୍ଯ୍ୟ ଦକ୍ଷତା, ଆତ୍ମନିର୍ଭର ଭାରତ ଗଠନ, ବିକଶିତ ଓଡିଶା ଗଠନ, ସାମଗ୍ରିକ ବିକାଶ ଗଠନ ପାଇଁ ଆମର ମୂଳ ଲକ୍ଷ୍ୟ,ଏକ ଦେଶ ଏକ ଶିକ୍ଷା, ଆମର ଚଳଣି, ପରମ୍ପରା, ସଂସ୍କାର ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ।
ଜ଼ିଲ୍ଲାପାଳ ନିଜ ସଭାପତିତ୍ୱ ଅଭିଭାଷଣରେ ସୁ ଶାସନ ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ନିଜ ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମକୁ ମେଂଢ଼ୀମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପ୍ରମୋଦ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
କୁନି କଳାକାର ବଦ୍ରୀନାଥ ସାହୁ କୌତୁକ ବେଶ ପୋଷାକ ପ୍ରତିଯୋଗିତା ରେ ପ୍ରଥମ ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ ।
ସେଣ୍ଟ ଜାଭିଅର ସ୍କୁଲର ଛାତ୍ର ଆର୍ଯ୍ୟ ନାରାୟଣ ଦେବ ସୁନ୍ଦର କବିତା ପାଠ କରିଥିଲେ ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ବିଭାନ ମିଶ୍ର ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶ୍ରେୟଂଶି ସାହୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ପାଠାଗାର ର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, ସୋମନାଥ ବାରିକ, ପିଙ୍କି ବେହେରା, ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଜ଼ିଲ୍ଲା ସଂଗ୍ରହାଳୟର ଅମରେଶ ପାଣିଗ୍ରାହୀ, ବାବୁଲାଲ ନାୟକ, ଜୟଦେବ ବେହେରା, ସଚ୍ଚିନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ସାହିତ୍ୟିକ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।




