Odisha News

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଏଡସ ସଚେତନତା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୧; ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହ ଯୋଗରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଯୁବରେଡ କ୍ରସର ସଂପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଯୋଗଦେଇ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ ବୋଲି ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ । ସାଧନକର୍ମୀ ଭାବରେ ଆଇଟିଟିସି କାଉନସିଲର ବନୋଜ ପ୍ରଧାନ ଯୋଗଦେଇ ଏଡସର କାରଣ ଓ ନିରାକରଣ ଏବଂ ଚିକିତ୍ସା ଉପରେ ଆଲୋଚନା କରିଥିଲେ । ଯୌନରୋଗ ପରାମର୍ଶଦାତା ଗୀତାଜଂଳି ସାହୁ ଓ ପ୍ରମୋଦ ମହାରଣ ଯୌନରୋଗ ଓ ଯକ୍ଷ୍ମା ରୋଗ ସହ କିପରି ଏଚଆଇଭି ସଂକ୍ରମଣ ସଂପର୍କ ରହିଛି ସେ ବିଷୟରେ ଆଲୋଚନା କରିଥିଲେ । ଏଡସ ବିଷୟରେ ସଂପୂର୍ଣ୍ଣ ଗୋପନୀୟ ପରାମର୍ଶ ତଥା ଜ୍ଞାନ ଆହରଣ ପାଇଁ ରାଜ୍ୟ ଟୋଲ ଫ୍ରି ନମ୍ବର ୧୦୯୭କୁ ବହୁଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେବା ସହିତ ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାହାସବୁ ଚିକିତ୍ସା ରହିଛି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା । ଯୁବରେଡ କ୍ରସର ମହିଳା ପରାମର୍ଶଦାତ୍ରୀ ସ୍ୱତା ସୁମନ ପଣ୍ଡା ଧନ୍ୟନାଦ ପ୍ରଦାନ କରିଥିଲେ ।
ସସକାପଦର ଡବଲ ମର୍ଡର ମାମଲା,ଛଅ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ
ବୌଦ୍ଧ,୩୦/୧୧;ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ସସକାପଦର ଗ୍ରାମରେ ୨୦.୪.୨୦୧୫ ମସିହାରେ ହରିତ କର୍ଣ୍ଣ ଓ ସୁରଥ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ଡବଲ ମର୍ଡର ମାମଲାର ରାୟ ଆଜି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦୌରଜଜ ବିକ୍ରମ କୁମାର ପ୍ରଧାନ ଏହି ମାମଲାର ବିଚାର କରି ୬ ଅଭିଯୁକ୍ତଙ୍କୁ ଆଜୀବନକାରାଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଲେଖାଁଏ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦୟ ଦେଲେ ଆଉ ଅଧିକ ୬ ମାସ ଲେଖାଁଏ କାରାଦଣ୍ଡଦେଶ ବୋଲି ତାଙ୍କ ରାୟରେ ଶୁଣାଇଛନ୍ତି ।
ମାମଲାରୁ ପ୍ରକାଶ, ମନମୁଣ୍ଡା ଥାନା ମହତପୁର ଗ୍ରାମର ହରିତ କର୍ଣ୍ଣ ଗତ ୨୦.୪.୧୫ ତାରିଖରେ ଏକ ପେସନପ୍ଲସ(ଓଆର ୧୫ଜି-୪୧୨୪) ବାଇକରେ ଯାଇ ଘରକୁ ଫେରିନଥିଲେ । ଫଳରେ ୨୨.୪.୧୫ ତାରିଖରେ ହରିତ ନିଖୋଜ ଥିବା ନେଇ ତାର ଭାଇ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ।
୨୬.୪.୧୫ ତାରିଖରେ ହରିତର ଭାଇ ଅମୀର ଜାଣିବାକୁ ପାଇଲା ଯେ, ହରିତ କର୍ଣ୍ଣ, ପାଇକବାହାଲ ଗ୍ରାମର ସୁରଥ ନାୟକ,ଝାଙ୍କରପଡା ଗ୍ରାମର ବିଶ୍ୱନାଥ ପଲିଆ, ଜିତେନ ହାତୀ,ପାଇକବାହାଲ ସୁଦାମ ହାତୀ,ଶେଷ ହାତୀ, ମନମୁଣ୍ଡାର ଶ୍ରୀ କାନ୍ତ ବେହେରା ଜୁରାମୁଣ୍ଡାର ସୁମନ ସମସ୍ତେ ମିଶି ୪ଟି ବାଇକରେ ଜିତେନ ହାତୀର ବାହାଘର ଭୋଜି ୩୦.୪.୧୫ ତାରିଖରେ ଥିବାରୁ ଭୋଜି ପାଇଁ ମେଲଛା କିଣିବାକୁ ଲହୁରପଡା,ଛଲଣ୍ଡା ଆଦି ଗ୍ରାମକୁ ଯାଇ ମେଲଛା ମୁଲାଇ କରି ରାତି ପ୍ରାୟ ଦଶଟା ସମୟରେ ଘରକୁ ଫେରୁଥିଲେ । ସେମାନେ ସମସ୍ତେ ଫେରିବା ସମୟରେ ହରିତ ଓ ସୁରଥ ଗୋଟିଏ ବାଇକରେ ବସିଥିଲେ ।
ଏହି ସମୟରେ ସସକାପଦର ଗ୍ରାମମୁଣ୍ଡ ନାଳ ପାଖରେ ଠେଙ୍ଗା, ବାଡି ଧରି ସସକାପଦର ଗ୍ରାମର ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର,ବିଜୁ କହଁର, ଲିବେଶ୍ୱର କହଁର,ବାରକୁତୁଲି ଗ୍ରାମର ଅକୁର କହଁର ପାଖ ଗାଁ ବାରକୁତୁଳି, ଚାଞ୍ଚେର,ଆଡସିଙ୍ଗ,ଡୁଡସିଙ୍ଗ ଆଦି ଗ୍ରାମର ଦଶ ବାର ଜଣ ଲୋକଙ୍କୁ ଡାକି ଠେଙ୍ଗା ଓ ବାଡିରେ ହରିତ ଓ ସୁରଥଙ୍କ ମୁଣ୍ଡ ଓ ଦେହକୁ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହରିତ ଓ ସୁରଥର ମୃତ୍ୟୁ ହୋଇଥିଲା । ଭୟରେ ଅନ୍ୟ ଛଅ ଜଣ ବାଇକ ଛାଡି ଦୈଡି ପଳାଇ ଲୁଚିଯାଇଥିଲେ । ମୃତ୍ୟୁ ପରେ ଶବ ଦୁଇଟିକୁ କାକଟପଙ୍ଗା ଜଙ୍ଗଲର ଜୁନାଢିହି ଠାରେ ପୋଡିଦେଇଥିଲେ ।
ତାପରେ ବାଘନଦୀର ପଦ୍ମଦୋର ରେ ବାଇକ ଗୁଡିକୁ ଫିଙ୍ଗି ଦେଇଥିଲେ । ଏହି ମାମଲାରେ ମନମୁଣ୍ଡା ଏତଲା ଦେବା ପରେ ମନମୁଣ୍ଡା ପୁଲିସ ଚିତରଂଜନ କହଁର ଓ ଅନ୍ୟ ଦୁଇ ନାବାଳକଙ୍କୁ ଆଣି ଜେରା କରିଥିଲା । ଜେରା ସମୟରେ ପୁଲିସ ସମସ୍ତ ଘଟଣା ଜାଣି ପାଇଲା । ଅଭିଯୁକ୍ତକୁ ନେଇ ପୋଡି ଦେଇଥିବା ସ୍ଥାନକୁ ଯାଇ ହାଡ ଓ ପାଉଁଶ ଜବତ କରିଥିଲା ଏବଂ ଅଗ୍ନିଶମ ବାହିନୀ ସାହାର୍ଯ୍ୟରେ ପାଣିରେ ପଡିଥିବା ବାଇକ ଗୁଡିକୁ ଉଦ୍ଧାର କରାଯାଇଥିଲା ।
ଏହି ପରବର୍ତ୍ତି ସମୟରେ ପୁଲିସ ଅଭିଯୁକ୍ତ ଚିତରଂଜନ କହଁର, ଦଶରଥ କହଁର, ବିଘ୍ନେଶ୍ୱର କହଁର,ବିଜୁ କହଁର, ଲିବେଶ୍ୱର କହଁର,ବାରକୁତୁଲି ଗ୍ରାମର ଅକୁର କହଁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ମାନ୍ୟବର କୋର୍ଟ ଅଭିଯୁକ୍ତମାନଙ୍କୁ ଆଜୀବନକାରାଦଣ୍ଡାଦେଶ ଦେବା ସହ ଜରିମାନା ଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।
ନିଶା ନିବାରଣକୁ ବ୍ୟାପକ କରିବାକୁ ସର୍ବୋଦୟ ମଣ୍ଡଳ ର ଆହ୍ବାନ

ବୌଦ୍ଧ,୩୦/୧୧: ଉତ୍କଳ ସର୍ବୋଦୟ ମଣ୍ଡଳର ଆଜି ଏକ ବୈଠକ କେଦାର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି,ଉକ୍ତ ବୈଠକରେ ଗାନ୍ଧିଜୀଙ୍କ ଆଦର୍ଶ ଓ ନିଶା ସଚେତନତା ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ,ଜାତିର ଜନକ ମହାତ୍ମା ଗାନ୍ଧୀ ଆଜି ନାହାନ୍ତି ସତ ତାଙ୍କ ଆଦର୍ଶ, କର୍ମମୟ ଜୀବନର ଆବଶ୍ୟକତା ଆଜି ଉପଲବ୍ଧି କରାଯାଉଛି,ସେ ଜଣେ ବ୍ୟକ୍ତି ନଥିଲେ ଥିଲେ ଅନୁଷ୍ଠାନ,ସେ ଛାଡ଼ିଯାଇଥିବା ଅଧୁରା କାର୍ଯ୍ୟ ଯଥା ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ ଓ ସାମ୍ପ୍ରଦୟିକ ସଦଦ୍ଭାବ କୁ ବଜାୟ ରଖିବା ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ ଆହ୍ବାନ ଦେଇଥିଲେ ।
ଆଜି ବି ଓଡ଼ିଶାରେ ମଦ ରାକ୍ଷସ କବଳରେ ଯୁବ ସମ୍ପ୍ରଦାୟ ଉବୁଟୁବୁ ହେଉଛନ୍ତି,ଏହା ବିରୋଧରେ ସଂଗ୍ରାମ କରିବା ପାଇଁ ସଭାପତି ତାଙ୍କ ବକ୍ତବ୍ୟରେ ରଖିଥିଲେ ।
ଆଜିର ଏହି ବୈଠକରେ ବୌଦ୍ଧ ଜିଲ୍ଲା ସର୍ବୋଦୟ ମଣ୍ଡଳ ପାଇଁ ପ୍ରଶାନ୍ତି ବାରିକ ଓ ସୁଧୀର ଦୀପ ଙ୍କୁ ଦାୟିତ୍ଵ ଅର୍ପଣ କରାଗଲା, ପିତାମ୍ବର ମେହେର, ରୁନାରାଣୀ ପୁରୋହିତ, କୈକେୟୀ ସେଠୀ, ବିଶ୍ଵନାଥ ମିଶ୍ର, ଗିରିଶ ଚନ୍ଦ୍ର ମିଶ୍ର, ଭୋଳକ୍ଷନାଥ ମିଶ୍ର, ଭାସ୍କର ନାୟକ, ଗୋବର୍ଦ୍ଧନ କ୍ଷେତୀ ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ,ସୁଧୀର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ
ବୌଦ୍ଧ,୩୦/୧୧ : ସଚିବାଳୟରେ ନବନିଯୁକ୍ତି ପାଇଥିବା ୩୧ ଜଣ ସହକାରୀ ବିଭାଗୀୟ ଅଧିକାରୀମାନେ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ପ୍ରଶାସନିକ କାର୍ଯ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି ।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅଧିକାରୀମାନଙ୍କୁ ଜିଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଯାଇଥିଲା ।
ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ବୌଦ୍ଧଜିଲା ଭ୍ରମଣରେ ଆସିଥିôବା ସଚିବାଳୟ ସହକାରୀ ଅଧିକାରୀମାନଙ୍କୁ ସ୍ୱାଗତ କରିବାପରେ ସଂସ୍ଥାପନା ଅଧିକାରୀ ଝରଣା ପ୍ରଧାନ ସରକାରୀ କର୍ମଚାରୀଙ୍କ ପେନଶନ ବ୍ୟବସ୍ଥା,ଅଦାଲତି ମାମଲା ପରିଚାଳନା,ବନ୍ଧୁକ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ସହିତ ବିଭାଗୀୟ ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ ।
ସେହିପରି ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ ସାଧାରଣ ବଣ୍ଟନ ବ୍ୟବସ୍ଥା,ଅନ୍ତୋଦୟ ଯୋଜନା,ଅନ୍ନପୂର୍ଣ୍ଣା ଯୋଜନା ଓ ଖାଉଟି ସୁରକ୍ଷା ଆଇନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲା ପ୍ରକଳ୍ପ ଅଧିକାରୀ ଜରୂରୀକାଳୀନ ବିଭାଗ ସଞ୍ଜୟ କୁମାର ଝା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ ।
ଜିଲା ସମାଜିକ ସୂରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅତିରକ୍ତ ଜିଲାପାଳ ଶ୍ରୀମତୀ ଦଳବେହେରା ଜିଲାପାଳଙ୍କ କାର୍ଯ୍ୟାଳୟ ପରିଚାଳନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ସନ୍ଧ୍ୟାରେ ସମସ୍ତ ସଚିବାଳୟ ଅଧିକାରୀ ଜିଲାର ଐତିହ୍ୟସଂପର୍ଣ୍ଣ ଗନ୍ଧରାଢୀ ପରିଦର୍ଶନ କରିବା ସହିତ ନାରାୟଣନଗର ଗ୍ରାମରେ ପହଞ୍ଚି ବୁଣାକାରମାନଙ୍କ ସହିତ ଆଲୋଚନା କରିଥିଲେ । ବୁଣାକାରମାନଙ୍କ ତନ୍ତଶାଳା,ବୁଣାକାର ସାମଗ୍ରୀ ଏବଂ ପ୍ରସ୍ତୁତ ହାତବୁଣା ଲୁଗା ଦେଖିଥିଲେ ।
ସେଠାରୁ ବୌଦ୍ଧ ସଂଗ୍ରହାଳୟରେ ପହଞ୍ଚି ସମସ୍ତ କକ୍ଷରେ ରଖାଯାଇଥିବା ସଂଗୃହୀତ ସାମଗ୍ରୀ ଦେଖିଥିଲେ । ବୌଦ୍ଧ ଅତିଥିଭବନଠାରେ ରାତ୍ରି ବିଶ୍ରାମ କରିବାପରେ ପରଦିନ(ମଙ୍ଗଳବାର) ସକାଳୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟଳୟଠାରେ ଜିଲାର ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଆଲୋଚନା କରିଥିଲେ ।
ବୌଦ୍ଧରୁ କନ୍ଧମାଳ ଜିଲାକୁ ଗସ୍ତ କରିବା ଅବସରରେ ସମସ୍ତ ସହକାରୀ ବିଭାଗୀୟ ଅଧିକାରୀ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ କରି ଶିଶୁମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅଧିକାରୀମାନଙ୍କ ସହିତ ଗାଇଡ ଅଧିକାରୀ ଭାବରେ କ୍ଷୀରୋଦ କୁମାର ନାୟକ ଓ କ୍ଷୀରୋଦ କୁମାର ବିଶ୍ୱାଳ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.