Odisha News

ବୌଦ୍ଧ : ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତଙ୍କ ରିପୋର୍ଟ
ବୌଦ୍ଧ,୭/୨ :ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଜିଲ୍ଲା ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର ର ଅସ୍ମାନ ମହାକୁଡ଼ ସମସ୍ତଙ୍କୁ ସ୍ବାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବରେ ପାଞ୍ଚ ନମ୍ୱର୍ ଜୋନ ର ଜିଲ୍ଲାପରିଷଦ ସଭ୍ୟ। ଉର୍ମିଳା ଝାଙ୍କର,ସମ୍ମାନିତ ଅତିଥି ଭାବରେ ଜବାହାରଲାଲ ନେହେରୁ ବିଦ୍ୟାଳୟ ର ଅଧ୍ୟକ୍ଷା ଜଲି ଟୋମି, ଅଧକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅବିନାଶ ମିଶ୍ର, ପଲିଟେକ୍ନିକ୍ ଅଧକ୍ଷ ଜିତେନ୍ଦ୍ର ନାରାୟଣ ଦାସ ,ନେହେରୁ ଯୁବକେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ନବନିତ୍ କୁମାର,ଡିଜି ନୋମିନି ଦେବାଶିଷ ପୁରୋହିତ ଉପସ୍ଥିତ ଥିଲେ ।
ମୁଖ୍ୟ ବକ୍ତା ଭାବରେ ଆଦିତ୍ୟ ମେହେର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମରେ ପ୍ରତିଭାଗି ଭାବରେ ଜବାହାରଲାଲ ନେହେରୁ ବିଦ୍ୟାଳୟ , ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବୌଦ୍ଧ, ପିଲିଟେକ୍ ନିକ ତଥା ବିଭିନ୍ନ ୟୁଥ୍ କ୍ଲବ୍ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ ।ଜିଲ୍ଲା ଯୁବ ଅଧିକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲି ।
ପରେ ପାର୍ଲିଆମେଣ୍ଟ ରେ କେମିତି ସବୁ କାର୍ଯ୍ୟ ହୋଇଥାଏ ତାର ପୁରା ନକଲ ଯେ ଏନ୍ ଭି ର ଛାତ୍ର ଛାତ୍ରୀ ସମ୍ପୂର୍ଣ ଅଭିନୟ ମାଧ୍ୟମରେ ଜଣାଇଥିଲେ ।
କିଭଳି ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜର ପକ୍ଷ ରଖନ୍ତି ସେ ସବୁର ଅବିକଳ ନକଲ କରି ବୁଝାଇଥିଲେ । ଶେଷରେ ପ୍ରତିଭାଗି ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।
ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା ପାଇଁ ନେହେରୁ ଯୁବ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଏବଂ ଆଇ ଟି ଆଇ ର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରିଥିଲେ
ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ
ବୌଦ୍ଧ,୭/୨: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆଦାନୀ କମ୍ପାନୀର ଅର୍ଥନୈତିକ ଅପରାଧ ପ୍ରସଙ୍ଗରେ ସଂସଦରେ ଆଲୋଚନା ଓ କଳାକାରନାମାର ପର୍ଦ୍ଦାଫାସ ପାଇଁ ସୁପ୍ରିମ କୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ ଅଥବା ଯୁଗ୍ମ ସଂସଦୀୟ କମିଟୀ ଦ୍ୱାରା ତଦନ୍ତ କରାଯିବାକୁ ଦାବିକରି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ବରିଷ୍ଠ ନେତା ସୁଧିର କର୍ଣ୍ଣ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ର,ତାରେଣୀ ଜେନା, ବିଶ୍ୱଜିତ ମିଶ୍ର, ସମରେନ୍ଦ୍ର ମହାକୁଳ, ଗଣେଷ ଅଗ୍ରୱାଲା, ପଙ୍କଜ କର୍ଣ୍ଣ, ପଲସ୍ତି ପ୍ରଧାନ, ରାୟ ସଂଜିବ କୁମାର ଦେଓ, ପ୍ରଦୀପ ଦାସ, ଅର୍ଜ୍ଜୁନ ମହାନନ୍ଦିଆ, ଅମୃତି ମହାନନ୍ଦିଆ,ଅଭିଳାଷ ସ୍ୱାଇଁ, ଚିତ ବେହେରା, ଜୟନ୍ତ ପାଣିଗ୍ରାହୀ, ପ୍ରବିଣ ସେଠୀ, ବେଣୁଧର ମେହେର, ପ୍ରତାପ ପଣ୍ଡା, ଶିବ ବେହେରା, ଗଣ୍ଡାଧର ସ୍ୱାଇଁ, ରୋହିତ ବେହେରା, ମଙ୍ଗଳୁ ମେହେର,ବାସୁଦେବ ପ୍ରଧାନ ପ୍ରମୁଖ ସାମଲିଥିଲେ ।
ବୌଦ୍ଧ: ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
ବୌଦ୍ଧ,୭/୨: ବୌଦ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆବଗିଚା ଠାରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ପ୍ରାଧନଶିକ୍ଷକ ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏବିଇଓ ଅଖିଳ ପ୍ରଧାନ ଯୋଗଦେଇ ଆଜିର ଦିବସରେ ସଫଳତା ହାସଲ କରିଥିବା କନ୍ୟାମାନଙ୍କର ଉଦାହରଣ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବାଳିକା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଯୋଗଦେଇ ଆତ୍ମରକ୍ଷା କୌଶଳ ଶିକ୍ଷା କରି ଏହାର ସାହସିକ ପ୍ରୟୋଗ କରିବା ପାଇଁ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ସିଆସିସି ସନ୍ତୋଷ କର୍ଣ୍ଣ ଯୋଗଦେଇଥିଲେ ।
ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟଲକ୍ଷ୍ମୀ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଗୀତାଂଜଳି ବାରିକ ଓ ଶୁଭପ୍ରଦା ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଆରତୀ ମିଶ୍ର, ଗୀତାରାଣୀ ପଣ୍ଡା, ଅପର୍ଣ୍ଣା ମହାନ୍ତି, ସୁବାସ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ: ମେଣ୍ଡିମାଳ ହାଇସ୍କୁଲରେ ତୀରନ୍ଦାଜ କ୍ରୀଡାର ଶୁଭାରମ୍ଭ
ବୌଦ୍ଧ,୭/୨: ବୌଦ୍ଧଜିଲ୍ଲା ବଘିଆପଡା ପଂଚାୟତର ମେଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତୀରନ୍ଦାଜ କ୍ରୀଡାର ଶୁଭାରମ୍ଭ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁ ତୀରନ୍ଦାଜ କ୍ରୀଡାର ଶୁଭାରମ୍ଭ କରିଥିଲେ ।
ପ୍ରଶିକ୍ଷକ ଭାବରେ ବୁରଗୋରା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ତୀରନ୍ଦାଜ କ୍ରୀଡାର ମହତ୍ୱ ଓ ଉପକାରିତା ଉପରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସରୋଜ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ । ଲିଙ୍ଗରାଜ ସାହୁ, ସୁବାସିନୀ ସାହୁ, ସରୋଜ ମହାକୁଡ, ସନତ ଭୋଇ, ନାରାୟଣ ସେଠୀ, ପ୍ରମୋଦ ପ୍ରଧାନ, ଦିଲିପ କର୍ଣ୍ଣ, ଦିଲିପ ସାହୁ, ଭି. ତାରାଶିଷ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରତୀକ ପ୍ରୟାସ ପ୍ରଧାନ ଓ ସାହିଲ ମନ୍ଥନ ସେଠ ପରିଚାଳନାରେ ସହଯୋଗ କରିଥିଲେ ।

ବୌଦ୍ଧ: ଗଞ୍ଜେଇ ଚୋରା ଚାଲାଣ ମାମଲା,ମହିଳା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୭/୨:ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲାଦୌରାଜଜ ତଥା ସ୍ପେଶାଲ ଜଜ ସୋମବାର ଦିନ ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଜଣେ ମହିଳା ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି ।
ମାମଲାରୁ ପ୍ରକାଶ ଯେ ଗତ ୨୯.୭.୨୦୧୭ ତାରିଖ ରେ ବୌଦ୍ଧ ପୁଲିସ ସହରର ମହାନଦୀ ବ୍ରିଜ ଛକରେ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ମୁଖିଗୁଡାରୁ ଭୁବନେଶ୍ୱର ଯାଉଥିବା ଚକାଡୋଳା ବସକୁ ତନଖି କରିବା ସମୟରେ ବସରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ ।
ବସରୁ ୨୧ କେଜି ଗଞ୍ଜେଇ ଓ ୪୩ ହଜାର ଟଙ୍କା ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ବିହାର ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲା ର ସତ୍ୟେନ୍ଦ୍ର ଯାଦବ, ପ୍ରଦୀପ ଯାଦବ, ରଂଜନ ଯାଦବ, ଓ ଜଣେ ବାଳ ଅପରାଧି ସହ ଜଣେ ମହିଳା ଅଭିଯୁକ୍ତ ତେତ୍ରି ଖାତୁନକୁ ଗିରଫ କରିଥିଲା ।
ପୁଲିସ ଥାନା କେସ ନଂ ୧୭୦/ ୧୭ ରେ ଏକ ମାମଲା ରୁଜ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲେ,ଫରେ ଅଭିଯୁକ୍ତ ମାନେ ଉଚ୍ଚନ୍ୟାୟରୁ ଜାମିନ ପାଇଥିଲେ,କିନ୍ତୁ ଜାମିନ ପରେ ତେତ୍ରି ଖାତୁନ କୋର୍ଟକୁ ଆସିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ।
ମାମଲାଟି ପରେ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ ୬୬/୧୭ ହୋଇ ତେତ୍ରି ଖାତୁନଙ୍କ ପାଇଁ ବିଚାର ହୋଇଥିଲା ।
ସୋମବାର ଦିନ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମାଣ ଅଭାବାରୁ ମହିଳା ଅଭିଯୁକ୍ତ ତେତ୍ରୀ ଖାତୁନକୁ ନିଦୋର୍ଷରେ ଖଲାସ କରିଛନ୍ତି, ମାମଲାକୁ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ରାଜୀବ କୁମାର ଦଲାଲ ପରିଚାଳନା କରୁଥିଲେ ।

ସପ୍ତମ ଜାତୀୟ ସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ପାଇଁ ପ୍ରସ୍ତୁତି ବୈଠକ, ପୋଷ୍ଟର ଉନ୍ମୋଚିତ 

ବୌଦ୍ଧ,୭/୨: ଜାତୀୟ ଶିକ୍ଷା ପତ୍ରିକା ଜ୍ଞାନ ପ୍ରକାଶ ର ସପ୍ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁ ଙ୍କ ତୃତ୍ୱ ରେ ପୋଷ୍ଟର ଉନ୍ମୋଚିତ ହୋଇଥିବା ବେଳେ ସନ୍ଧ୍ୟାରେ ବୌଦ୍ଧ ଠାରେ ନପ୍ରକାଶ ପରିବାର ତରଫରୁ ଉନ୍ମୋଚନ କରାଯାଇଥିଲା ।
ଏହି ସମ୍ମିଳନୀ ରେ ସମଗ୍ର ଭାରତ ବର୍ଷରୁ ଶିକ୍ଷାବିତ, ଗବେଷକ, କବି, ଲେଖକ, ଛାତ୍ରଛାତ୍ରୀ ମାନେ ଯୋଗଦାନ କରିବାର କା ର୍ଯ୍ୟ କ୍ରମ ରହିଛି । ଏହି ବୈଠକରେ ଜ୍ଞାନପ୍ରକାଶ ର ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲାମୁଖ୍ୟ ଜ୍ଞାନଚାନ୍ଦ ଶତପଥି, ଲଳିତ କୁମାର ମେହେର, ଶାନ୍ତନୁ ପାଣିଗ୍ରାହୀ, ବସନ୍ତ କୁମାର ସାହୁ, ରଘୁନାଥ ଷଡ଼ଙ୍ଗୀ, ହୃଷିକେଶ ମେହେର, ଚନ୍ଦ୍ରମଣି ବେହେରା, ବିଭୁତି ଭଞ୍ଜ, ସୂର‌୍ୟ୍ୟ ପଣ୍ଡା, ଦେବାଶିଷ ପୁରୋହିତ ଯୋଗ ଦେଇଥିଲେ ।
ବୌଦ୍ଧ ମାଟିରୁ ପ୍ରକାଶିତ ଶିକ୍ଷା ପତ୍ରିକା ଜ୍ଞାନ ପ୍ରକାଶ ଭାରତର କୋଣ ଅନୁକୋଣ ରେ ପହଞ୍ଚି ପାରିଥିବାରୁ ପତ୍ରିକା ର ପ୍ରତିଷ୍ଠାତା ତଥା ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥି ସମସ୍ତ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.