Odisha News

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପଦଯାତ୍ରା

କମ୍ଭୁଧର ଖେତିଙ୍କ ରିପୋର୍ଟ
ବୌଦ୍ଧ ,୧୨/୧୦ : ବୌଦ୍ଧ ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ବିଜେଡ଼ି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୁଟୁପାଲି ଠାରୁ ସହରର ବିଭିନ୍ନ ଛକ ଦେଇ ପଦଯାତ୍ରା ଟାଉନ ହଲ ଠାରେ ପହଞ୍ଚିଥିଲା ।
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ, ପଂଚାୟତରାଜ ଓ ପାନୀୟଜଳ ଯୋଗାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନେତୃତ୍ୱ ରେ ବିଜୁ ଜନତା ଦଳ ର ଛାମୁଆ ସଂଗଠନ ନେତା ଙ୍କ ସହିତ ହଜାର ହଜାର କର୍ମୀ ଯୋଗଦେଇଥିଲେ ।
ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ସାହୁ ସଂଯୋଜନା କରିଥିବାବେଳେ ମନ୍ତ୍ରୀ ଶ୍ରୀ ଅମାତ ଙ୍କ ତତ୍ୱୟାବଧାନ ରେ ଜିଲ୍ଲା ପର୍ଯ୍ୟବେଷକ ସୌଭାଗ୍ୟ ନାୟକ, ବୌଦ୍ଧ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିତ୍ତ କର୍ଣ୍ଣ, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, N. A. C. ଅଧକ୍ଷ ମୃତୁଞ୍ଜୟ ମିଶ୍ର, ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର, ବୌଦ୍ଧ କେନ୍ଦ୍ର ସମବାୟ ସଭାପତି ଅରୁଣ ପ୍ରଧାନ, ବରିଷ୍ଠ ବିଜେଡ଼ି ନେତା ସୀତାଂଶୁ ଶେଖର ମହାକୁଳ, ପୂର୍ବତନ ବିଧାୟକ ଭଗବାନ କଂହର, ଯୁବ ଆଇନଜୀବୀ ଆଲୋକ କୁମାର ଅମାତ, ଜିଲ୍ଲା ବିଜେଡ଼ି କୋଷାଧକ୍ଷ ସନ୍ତୋଷ ନାୟକ, ଶ୍ରମିକ ନେତା ପ୍ରଦୀପ୍ତ ସାହୁ, ପ୍ରମୁଖ ଯୋଗଦେଇଥିଲେ ।
ଅତିଥିମାନେ ଜନସମ୍ପର୍କ ପଦଯାତ୍ରା ଉଦେଶ୍ୟ ସମ୍ପର୍କ ରେ ଉପସ୍ଥିତ କର୍ମୀ ଓ ଜନସାଧାରଣ ଙ୍କୁ ବୁଝାଇଥିଲେ କ୍ଷ୨୦୨୪ରେ ପୁଣି ନବୀନ ସରକାର ଆସିବବୋଲି ମତ ପ୍ରକାଶ କରିଥିଲେ ।

Related Posts

Seo wordpress plugin by www.seowizard.org.