Odisha News

ବୌଦ୍ଧ : ନାଗରିକ କମିଟି ପକ୍ଷରୁ ବୃକ୍ଷ ରୋପଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୮: ବୌଦ୍ଧ ନାଗରିକ କମିଟି ପକ୍ଷରୁ ଜଳେଶ୍ବର ମନ୍ଦିର ମହାନଦୀ କୂଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର-ଅଶ୍ୱତ୍ଥ ଯୋଡ଼ା ଚାରା ଲଗାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ନାଗରିକ କମିଟି ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟି ସସ୍ତ୍ରୀକ ଚାରା ରୋପଣ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସିଡିଓ ରବିନାରାୟଣ ତ୍ରିପାଠୀ ଓ ଡିଏଫଓ ଦେବପ୍ରିୟ କମ୍ପ ଯୋଗ ଦେଇଥିଲେ। ବୌଦ୍ଧ ପଞ୍ଚାୟତ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ ପ୍ରଶାନ୍ତ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ଇଂ ସନ୍ତୋଷ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର, ନିରୋଦ ମେହେର, ଚିତ୍ତରଞ୍ଜନ ଦାଶ, ଶୀତଳ ପଟ୍ଟନାୟକ, ସୁଶାନ୍ତ ମିଶ୫, ପ୍ରଦୋଷ ମିଶ୍ର, ଯୁଗଳ କିଶୋର ସାମଲ, ଜୟନାରାୟଣ ମହାନ୍ତି, ଭାଗବତ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ଭାଗବତ ବାଘ, ରଞ୍ଜିତ ରାଉତ, ଶୁଭେନ୍ଦୁ ପଟ୍ଟନାୟକ, ଦେବବ୍ରତ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ନିରଞ୍ଜନ ଦାନୀ, ଧବଳେଶ୍ବର ମହାପାତ୍ର, ବିକାଶ ଅଗ୍ରୱାଲା, ସୂର୍ଯ୍ୟେନ୍ଦ୍ର ଶତପଥୀ, ଆଶୁତୋଷ ଦାଶ, ଚିନ୍ମୟ ହୋତା, ସମ୍ଭୁ ପ୍ରସାଦ ମିଶ୍ର, ସତ୍ୟଜିତ ଦେହୁରୀ, ସାର୍ଥକ ମହାପାତ୍ର, ସୁମିତା ପୃଷ୍ଟି, ଜ୍ୟୋତିର୍ମୟୀ ନନ୍ଦ, ସଂଯୁକ୍ତା ରାଣୀ ପଣ୍ଡା, ପ୍ରଣତି ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ଏସିଏଫ ଆଶିଷ କହଁର ଓ ମିନାକ୍ଷୀ କୁମୁରାଙ୍କ ସହ ବନ କର୍ମଚାରୀ, ମନ୍ଦିର ପରିଚାଳନା କମିଟିର ସାର ପ୍ରଧାନ, ଜଟେଶ୍ୱର ନାୟକ, ଶିରୀଶ ବେହେରା, ବାବୁଲି ମିଶ୍ର, ପୂଜକ ସଚ୍ଚିଦାନନ୍ଦ ମହାପାତ୍ର, ଆଦିତ୍ୟ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବୈଦିକ ବିଦ୍ୟାଳୟ ଓ ସେଣ୍ଟ ଜୋନ୍ସ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ବୌଦ୍ଧ ତହସିଲରୁ ରେକର୍ଡ ଗାଏବ ଘଟଣା, ବୌଦ୍ଧ ଥାନାରେ ଏତାଲା
ବୌଦ୍ଧ,୨୪/୮: ପୂର୍ବତନ ତହସିଲଦାର ସିପ୍ରା ସେଠୀଙ୍କ ସମୟରେ ବୌଦ୍ଧ ତହସିଲରେ ସମସ୍ତ ସରକାରୀ ନିତି ନିୟମକୁ ଉଲଂଘନ କରି ଶହ ଶହ ଏକର ସରକାରୀ ଜିମିକୁ ବିଭିନ୍ନ କିଛି ଲୋକଙ୍କ ନାମରେ ରେକର୍ଡ କରାଯାଇଥିବା ନେଇ ଅଭିଯୋଗ ହେଉଥିଲା । ଏହି ଜମି ଦୁର୍ନୀତି ମାମଲାର ତଦନ୍ତ ଚାଲିଥିôବାବେଳେ ହଠାତ ତହସିଲ କାର୍ଯ୍ୟାଳୟରୁ ଅନେକ ଫାଇଲ ଗାଏବ ହୋଇଯାଇଥିବା ଜଣାପଡିଥ
ଏନେଇ ଗତମଙ୍ଗଳାବର ଦିନ ଅପରାହ୍ନରେ ବୌଦ୍ଧ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲଙ୍କ ପକ୍ଷରୁ ବୌଦ୍ଧଥାନାରେ ଏତାଲା ଦିଆଯାଇଥିବା ଜଣାଯାଇଛି ।
ତହସିଲଦାର ସିପ୍ରାସେଠୀଙ୍କ ( ୨୦୦୭ ରୁ ୨୦୧୧) ସମୟରେ ହୋଇଥିବା ୧୮୪ ଗୋଟି ଜବରଦଖଲ ମାମଲା ଓ ୧୩ ଗୋଟି ଲିଜ୍ କେଶ ମାମଲା ଏହିପରି ସର୍ବମୋଟ ୧୯୭ ଗୋଟି ଫାଇଲ ମିଳୁନଥିବା ନେଇ ଏତାଲାରେ ଉଲ୍ଲେଖ ରହିଥିବା ଜଣାଯାଇଛି । ସେହି ସମୟରେ ତହସିଲର ରେକର୍ଡ କିପରି ଦାୟୀତ୍ୱରେ ନାରାୟଣ ବେହେରା ରହିଥିଲେ ।
ଅଭିଯୋଗ ପରେ ବୌଦ୍ଧଥାନାରେ କେସ ନମ୍ବର ୨୮୮/୨୩ ରେ ମାମଲା ରୁଜୁ ହୋଇଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସଙ୍କୁ ପଚାରିବରୁ ମାମଲା ରୁଜ ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ।
ବୌଦ୍ଧ ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା ପ୍ରସ୍ତୁତି ବୈଠକ
ବୌଦ୍ଧ,୨୪/୮: ବୌଦ୍ଧ ଜିଲ୍ଲାରେ ସାଧାରଣ ନିର୍ବାଚନ ସକାଶେ ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା କମିଟିର ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଡକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ତଦାରଖ ଏବଂ ମାର୍ଗଦର୍ଶନ କରିଥିଲେ ।
ବୈଠକ ରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଙ୍କ ସମତେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ଗୁରୁତର ଅବସ୍ଥାରେ ଉଦ୍ଧାର ବୃଦ୍ଧଙ୍କ ଡାକ୍ତରଖାନାରେ ମୃତ୍ୟୁ, ପୁଲିସ ତଦନ୍ତ ଆରମ୍ଭ
ବୌଦ୍ଧ,୨୪/୮: ବୌଦ୍ଧ କିଆକଟା ମହାନଦୀ ବ୍ରିଜ ଛକ ଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବୃଦ୍ଧଙ୍କ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ବୌଦ୍ଧ ସଦର ଥାନା ପୁଲିସ ପକ୍ଷରୁ ଆଜି ଏନେଇ ତଦନ୍ତ ଆରମ୍ଭ ହୋଇଛି । ମୃତ ବୃଦ୍ଧ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ପ୍ରକାରେ ଜଣେ ବ୍ୟକ୍ତିଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବୌଦ୍ଧ ମହାନଦୀ ବ୍ରିଜ ଛକ ଠାରୁ ଗୁରୁତର ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଅପରିଚିତ ବୃଦ୍ଧଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଡାକ୍ତରଖାନା ରୁ ଖବର ପାଇ ପୁଲିସ ଏକ ମାମଲା ରୁଜୁ କରିଛି । ଏହା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବିଶ୍ୱ ଉଦ୍ୟମିତା ଦିବସ ପାଳିତ :ଯୁବ ଶକ୍ତି ସ୍ୱାବଲମ୍ବୀ ହେଲେ ଗଣତନ୍ତ୍ର ର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେବ
ବୌଦ୍ଧ,୨୪/୮ : ଦେଶର ଯୁବ ଶକ୍ତି ଯଦି ସ୍ୱାବଲମ୍ବୀ ହେବାପାଁଇ ଆଗ୍ରହ କରିବେ ତେବେ ଗଣତନ୍ତ୍ର ର ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ବିଶ୍ୱ ଉଦ୍ୟମିତା ଦିବସ ଅବସରରେ ସ୍ଥାନୀୟ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ଆୟୋଜିତ ଆଲୋଚନା ଚକ୍ରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ସ୍ୱାବଲମ୍ବୀ ଭାରତ ଅଭିଯାନର ଜ଼ିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଶିଳ୍ପ ଅନୁଷ୍ଠାନ ର ପରିଚାଳକ ଯୋଗେଶ୍ୱର ବିଶୋଇ ଯୋଗଦେଇ ଆଗ୍ରହୀ ଶିକ୍ଷିତ ଯୁବକ ଯୁବତୀ ଙ୍କ ପାଁଇ ଉଦ୍ଦିଷ୍ଟ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇପିକଲ ର ଜ଼ିଲ୍ଲା ଅଧିକାରୀ ଶିଶିର ସାହୁ, ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ଗ୍ରାମ୍ୟ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ପ୍ରମୁଖ ଯୋଗଦେଇ ଏହି ଅଭିଯାନର ଉଦ୍ୟେଶ ଓ ସମାଜରେ ଏହାର ଆବଶ୍ୟକତା ସମ୍ପର୍କରେ ସୂଚନା ରଖିଥିଲେ କ୍ଷ ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ନିଜର ଉଦ୍ୟେଶ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ ।

Related Posts

Seo wordpress plugin by www.seowizard.org.