Odisha News

ବୌଦ୍ଧ : ଦୈନିକ ବଜାରରେ ଏନଏସି ଅଧ୍ୟକ୍ଷଙ୍କ ଚଢାଉ, ଚାଷୀଙ୍କୁ ମିଳିଲା ନ୍ୟାୟ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୭ : ବୌଦ୍ଧ ଦୈନିକ ବଜାରରେ ଏନଏସି ପକ୍ଷରୁ ବଟି ଆଦାୟରେ ଚାଷୀଙ୍କୁ ଜୁଲୁମ କରାଯାଉଥିବାରୁ ଚାଷୀମାନେ ଆଉ ବଜାର ଆସିବାକୁ ରାଜି ହେଉନଥିବା ଅଭିଯୋଗ ପାଇବାପରେ ସୋମବାର ହଠାତ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର କର୍ମଚାରୀମାନଙ୍କ ସହିତ ବଜାରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଚାଷୀ ଓ ପନିପରିବା ବ୍ୟବସାୟୀଙ୍କୁ ଅଧ୍ୟକ୍ଷ ଶ୍ରୀମିଶ୍ର ସିଧାସଳଖ ପଚାରିବାପରେ ସେମାନଙ୍କଠାରୁ ମନଇଛା ବଟି ଆଦାୟ କରାଯାଉଥିବା ଅଭିଯୋଗ ପାଇଥିଲେ । ଅନେକ ଚାଷୀ ସେମାନଙ୍କ ନିକଟରୁ ଆଦାୟ କରାଯାଇଥିବା ବଟି ର ରସିଦ ଦେଖାଇବାପରେ ଅଭିଯୋଗର ପ୍ରମାଣ ମିଳିଥିଲା ।
ଚାଷୀମାନଙ୍କ ଅଭିଯୋଗର ସତ୍ୟତା ଥିବା ଅନୁଭବ କରିବାପରେ ଅଧ୍ୟକ୍ଷ ଶ୍ରୀମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି ।
ବଟି ଠିକା ନେଇଥିବା ଠିକାଦାରକୁ ଚାଷୀଙ୍କ ନିକଟରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ବଟି ଆଦାୟ କରୁଥିବା ଯୋଗୁଁ କାହିଁକି ତାଙ୍କର ଚୁକ୍ତିକୁ ବାତିଲ କରାଯିବନାହିଁ ବୋଲି କାରଣଦର୍ଶାଅ ନୋଟିସ ଜାରି କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଅଧ୍ୟକ୍ଷ ଶ୍ରୀମିଶ୍ର ନିର୍ଦ୍ଦେଶ ଦେବାସହିତ ତୁରନ୍ତ ଦୈନିକ ବଜାରଠାରେ ଚାଷୀ ଓ ଖାଉଟିମାନଙ୍କ ସୂଚନା ପାଇଁ ବଜାର ବଟିର ପ୍ରକୃତ ନିର୍ଦ୍ଧାରିତ ଦର ଫଳକ ଲେଖି ଲାଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ରାଜା ରାଜୁଡା ଅମଳରୁ ବୌଦ୍ଧ ଦୈନିକ ବଜାରକୁ ଦୂର ଦୂରାନ୍ତରୁ ଚାଷୀମାନେ ଆସି ସେମାନଙ୍କ ପନିପରିବା ବିକ୍ରୟ କରିଆସୁଥିଲେ । ଏପରିକି କନ୍ଧମାଳ ଓ ବରଗଡ ଅଞ୍ଚଳରୁ ବଡ ବଡ ପନିପରିବା ବ୍ୟବସାୟୀମାନେ ଗାଡି ଭର୍ତ୍ତି ପନିପରିବା ଆଣି ବୌଦ୍ଧ ବଜାରରେ ବିକ୍ରୟ କରୁଥିଲେ । ଏହାବ୍ୟତୀତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଏବଂ ମହାନଦୀର ଅପରପାଶ୍ୱର୍ରୁ ପନିପରିବା ଚାଷୀମାନେ ପ୍ରତିଦିନ ବୌଦ୍ଧ ଦୈନିକ ବଜାରକୁ ଆସି ସେମାନଙ୍କ ପନିପରିବା ବିକ୍ରୟ କରି ଉଚିତ ମୂଲ୍ୟ ପାଇବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରୁଥିଲେ ।
ବୌଦ୍ଧର ଶନିବାର ସାପ୍ତାହୀକ ହାଟର ଅନେକ ବିଶେଷତ୍ୱ ରହିଥିଲା । ସମସ୍ତ ପ୍ରକାର ସାମଗ୍ରୀ ସହିତ ବହୁ ସଂଖ୍ୟାରେ ଚାଷୀ ଓ ବ୍ୟବସାୟୀ ଶନିବାର ହାଟକୁ ଅପେକ୍ଷା କରି ରହୁଥିଲେ । ଅନେକ ଖାଉଟି ଶନିବାର ହାଟ ଦିନକୁ ଅପେକ୍ଷା କରି ସପ୍ତାହିଜାକର ସାମଗ୍ରୀ ସେହିିଦିନ କ୍ରୟ କରୁଥିଲେ । ଶନିବାର ସାପ୍ତାହୀକ ହାଟ ନାମକୁମାତ୍ର ଚାଲିଥିବାବେଳେ ଦୈନକ ବଜାରରେ ଦଲାଲମାନଙ୍କ ରାଜୁତି ଚାଲିଛି ।
ପନିପରିବା ନେଇ ଚାଷୀମାନେ ଆଉ ବଜାର ଆସୁଥିଲେ ମଧ୍ୟ ବ୍ୟବସାୟୀଙ୍କ ନିକଟରେ ସବୁ ଦେଇ ଚାଲିଯାଉଥିବା ଦେଖିବାକୁ ମିଳୁଅଛି । ପୂର୍ବରୁ ପ୍ରତିଦିନ ପନିପରିବା ଗାଡି ବାହାରୁ ଆସୁଥିବାବେଳେ ଏବେ କାଁ ଭାଁ ବ୍ୟବସାୟୀ ବାହାରୁ ଆସୁଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ଖାଉଟି । ଦୈନିକ ବଜାରରେ ସ୍ଥାୟୀ ଭାବରେ ପନିପରିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବହୁ ସ୍ଥାନ ମାଡିବସିବା ସହିତ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଜମା କରି ବିକ୍ରୟ କରୁଥିଲେ ମଧ୍ୟ ସେମାନଙ୍କ ଠାରୁ ୂଦୈନିକ ୧୦ ଟଙ୍କା ବଜାର ବଟି ଆଦାୟ କରାଯାଉଅଛି ।
ଅପରପକ୍ଷେ ନିଜେ ଶ୍ରମ କରି ପନିପରିବା ଚାଷ କରିବା ପରେ ବାଜରକୁ ବିକ୍ରୟ ପାଇଁ ଆସୁଥିବା ଚାଷୀମାନଙ୍କଠାରୁ ଜୋର ଜବରଦସ୍ତ ବ୍ୟାଗପିଛା,ବସ୍ତାପିଛା ହିସାବ କରି ୪୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବଟି ଆଦାୟ କରାଯାଉଅଛି ।
ଗାଡି ନେଇ ପନିପରିବା ବ୍ୟବସାୟୀ ଆସିଲେତ ୫୦୦ ଟଙ୍କା କେବଳ ମାର୍କେଟ ବଟି ସହିତ ପନିପରିବା ବ୍ୟବସାୟୀଙ୍କୁ ସଂଘ ଚାନ୍ଦା ମଧ୍ୟ ଦେବାକୁ ପଡୁଅଛି । ତେଣୁ ବୌଦ୍ଧ ଦୈନିକ ବଜାର ପ୍ରତି ଚାଷୀ ତଥା ବାହାର ଜିଲାରୁ ଆସୁଥିବା ବ୍ୟବସାୟୀମାନେ ବିମୁଖ ହେବା ସହିତ ଛୋଟ ଛୋଟ ହାଟଗୁଡିକୁ ଅଧିକ ସଂଖ୍ୟାରେ ଯାଉଥିବା ଦେଖିବାକୁ ମିଳୁଅଛି ।
ବୌଦ୍ଧ: ଭତ୍ତା ନ ପାଇବାରୁ ଜାତୀୟ ରାଜପଥ ଅବରୋଧ କଲେ ହିତାଧିକାରୀ
ବୌଦ୍ଧ,୧୯/୭:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ସରସରା ପଞ୍ଚାୟତରେ ଦୀର୍ଘ ୩ ମାସ ହେବ ହିତାଧିକାରୀଙ୍କୁ ଭତ୍ତା ମିଳିପାରିନଥିବାରୁ ସୋମବାର ଦିନ ହିତାଧିକାରୀ ମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ମିଳିଥିବା ସୂୁଚନା ମୁତାବକ ସରସରା ପଞ୍ଚାୟତରେ ୩ ମାସ ହେବ ହିତାଧିକାରିଙ୍କୁ ଭତ୍ତା ପ୍ରଦାନ କରାଯାଇନଥିଲା । ହିତାଧିକାରୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫେରି ଫେରି ଯାଉଥିଲେ । ଭତ୍ତା ନେବାକୁ ବୃଦ୍ଧ ଓ ବୃଦ୍ଧା ମାନେ ବାରମ୍ବାର ଆସି ଫେରୁଥିବାରୁ ଶେଷରେ ସରସରା ଠାରେ ଦିନ ୧୧ ଟା ସମୟରେ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ମଟର ଅଟକି ରହିଥିଲା । ଏପରିକି ଅମ୍ବୁଲାନ୍ସ ମଧ୍ୟ କିଛି ସମୟ ଧରି ଅଟକି ରହିଥିଲା । ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ହିତାଧିକାରୀଙ୍କୁ ବୁଝାଶୁଝା କରିବା ପରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ ପରେ ରାସ୍ତା ଅବରୋଧ ହଟିଥିଲା ।
ବୌଦ୍ଧ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ
ବୌଦ୍ଧ,୧୯/୭: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ରାଜ କିଶୋର ମହାରଣା,ସାର ପ୍ରଧାନ,ନବନିତା ବେହେରା,ବ୍ୟାମକେଶ ମିଶ୍ର, ରାଜେନ୍ଦ୍ର ମହାପାତ୍ର, ସନ୍ତୋଷ ପୁରୋହିତ ପ୍ରମୁଖ ଉପସ୍ଥିତଥିଲେ ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ଅତିଥି ପରିଚାୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଏ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧ୍ୱନା ଦିଆଯାଇଥିଲା । ଶିକ୍ଷୟତ୍ରୀ ସନ୍ତୋଷିନୀ ରାଉତ ମଂଚ ପରିଚାଳନା କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଅଶୋକ ପୁରୋହିତ ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଘାଟନ
ବୌଦ୍ଧ :୧୯/୭: ବୌଦ୍ଧ ଜିଲ୍ଲା ସ୍ତରୀୟ ହାଇସ୍କୁଲ ହିନ୍ଦୀ ଶିକ୍ଷକ ମାନଙ୍କର ୧୨
ଦିନିଆଁ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ
ବିଦ୍ୟାଳୟ ସଭାଗୃହରେ ଉଦଘାଟିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲା ଆୟୋଜିତ ସଭାରେ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ କେନ୍ଦ୍ରୀୟ
ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଉପସ୍ଥିତ ରହି ଉଦଘାଟନ କରିଥିଲେ ।
ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମଞ୍ଜିତ ମୋହନ ଚାନ୍ଦ ଅତିଥି ପରିଚୟ କରିବା ସହିତ
ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ, ଭାଷାକୁ ଭଲ ପାଇବା, କେମିତି ପଢ଼ାଇଲେ ପିଲା ଭଲକରିବେ,
ହିନ୍ଦୀ ଭାଷା ପ୍ରତି ଆଗ୍ରହ ବଢିବ, ପିଲା ଯେପରି ବୁଝି ପାରିବ, କାର୍ଯ୍ୟରେ ଲଗାଇ
ପାରିବ ସେଥିପ୍ରତି ଯତ୍ନଶୀଳ ହେବା, ପ୍ରଥେମେ ନିଜେ ବଦଳିବା ତାପରେ ଅନ୍ୟକୁ
ବଦଳାଇବାକୁ ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ
ଦେଇଥିଲେ ।
ହିନ୍ଦୀ ଭାଷାର ବିକାଶ କରିବା, ଉକ୍ତ ବିଷୟ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଅତିଥି ଦ୍ବୟ ବକ୍ତବ୍ୟ ରଖିଥିଲେ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ପରିଚୟ ଦେଇଥିଲେ ।
ଗବଜୋର ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ,
ଶିକ୍ଷକ ସଦାନନ୍ଦ ପ୍ରଧାନ, ପ୍ରକାଶ ଚନ୍ଦ୍ର ପରିଡା, ଅଧମ ଭୁଏ, କନକ ପ୍ରଭା ଦେବୀ
ପଟ୍ଟନାୟକ, ସ୍ଵାତିତପା ନାଏକ, ବିଭୁତି ଭୂଷଣ ମହାକୁଳ, ପ୍ରବୀଣ କୁମାର ସାହୁ ପ୍ରମୁଖ
ଉପସ୍ଥିତ ଥିଲେ ।
ବୌଦ୍ଧ: ରାସ୍ତା ଦବିବାରୁ, ଆମ୍ବୁଲାନ୍ସ ଫସିଲା, ରୋଗୀ ୨ ଘଣ୍ଟା ଧରି ଅଟକିଲା
ହରଭଙ୍ଗା,୧୯/୭: ହରଭଙ୍ଗା ଥାନା ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ଆଜି ରୋଗୀ ନେବା ପାଇଁ ଆସିଥିବା
ଆମ୍ବୁଲାନ୍ସ ଗାଡି ରାସ୍ତାରେ ଦବି ଯିବାରୁ ୨ଘଣ୍ଟା ଧରୀ ରୋଗୀଟି ବହୁ ଅସୁବିଧାରେ
ପଡିଥିଲା ।
ପ୍ରକାଶ ଥାଉକି ସୁରୁଣ୍ଡି ଗ୍ରାମଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା
ଅଛି ।ଏହି ରାସ୍ତା ଦେଇ ମେଗା -ପାଇପ ଲାଇନ ଖୋଲା ଯାଇ ପାଇପ ବିଛାଯାଇଛି, ପ୍ରକାଶ
ଥାଉକି ଏହି ରାସ୍ତାଟି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ଅଛି ।
କିନ୍ତୁ କମ୍ପାନୀ ଏହି ରାସ୍ତା ଖୋଲିବା ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଅନୁମତି ନ
ନେଇ ମନଇଚ୍ଛା ରାସ୍ତା ଖୋଲି ତରବରିଆ ଭାବେ ପାଇପ ବିଛାଇ ମାଟି ପକାଇ ଦେଇଛି ।
ଆଜି ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ରୋଗୀ ଆଣିବା ପାଇଁ ଯାଇଥିଲା ଏବଂ ରୋଗୀ ନେଇ ଫେରୁଥିବା
ବେଳେ ଉକ୍ତ ରାସ୍ତାଟି ୪ଫୁଟ ଦବିଯିବାରୁ ଆମ୍ବୁଲାନ୍ସର ଆଗଚକ ଖାଲଭିତରେ
ଦବିଯାଇଥିଲା ।
ସ୍ଥାନୀୟ ଲୋକମାନେ ଆସି ଗାଡ଼ିଟିକୁ ଖାଲ ଭିତରୁ ଉଠାଇଥିଲେ ଫଳରେ
୨ଘଣ୍ଟା ଧରି ରୋଗୀଟି ବହୁ ଅସୁବିଧାର ସମୁଖୀନ ହେଉଥିଲେ,ପ୍ରକାଶ ଥାଉକି ଏଲଏଣ୍ଡଟି
କମ୍ପାନୀ ଠିକା କାମ ନେଇଥିବା ବେଳେ, ଉକ୍ତ କମ୍ପାନୀ ଜିଲ୍ଲା ବାହାର ପେଟି
ଠିକାଦାରଙ୍କ ଦ୍ୱାରା କାମ କରୁଅଛି ।
ଏଣୁ ପେଟି ଠିକାଦାର ମାନେ ମନଇଚ୍ଛା କାମ କରୁଛନ୍ତି,ଫଳରେ କାମଟି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି,ଏ ବାବଦରେ ଗ୍ରାମ
ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିଦ୍ୟାଧର ମହାନ୍ତିଙ୍କୁ ପଚାରିବାରୁ ସେ
କହିଲେ କମ୍ପାନୀ ରାସ୍ତା ଖୋଲିବା ପାଇଁ ଅନୁମତି ନନେଇ ଖୋଲିଛି ।

Related Posts

Seo wordpress plugin by www.seowizard.org.