Odisha News

ବୌଦ୍ଧ ଟାଉନହଲ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୨: ବୌଦ୍ଧ ଟାଉନହଲ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରବିବାର ଦିନ ୧୧ ଟା ସମୟରେ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଏମ୍ ସତ୍ୟବ୍ରତ ବରୁଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ମେନେଜର ଅଭିଷେକ ପରମାଣି, ଭାରତୀୟ ଷ୍ଟେଟ ବ୍ୟାଙ୍କର ଲିଡ ମେନେଜର କାର୍ତିକେଶ୍ୱର ପଣ୍ଡା ଯୋଗଦେଇଥିଲେ । ଅତିଥିମାନେ ନିଜର କଷ୍ଟଲବ୍ଧ ଧନକୁ କିପରି ଡାକଘରେ କିମ୍ବା ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କରେ ଜମା କରି ସୁରକ୍ଷିତ ରଖିବା ନେଇ ଆଲୋଚନା କରିଥିଲେ ।
ଅଧିକ ଅର୍ଥ ଲୋଭରେ ନପଡି ଚିଟ୍ଫଣ୍ଡ ଓ ବେସରକାରୀ ଅଣସ୍ୱିକୃତୀପ୍ରାପ୍ତ ସଂସ୍ଥା ଗୁଡିକରେ ଅର୍ଥ ନରଖିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହିତ ସାଇବର ଠକେଇ ପ୍ରତି ସମସ୍ତଙ୍କୁ ସଚେତନ କରାଯାଇଥିଲା କ୍ଷ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ,ବିଭିନ୍ନ ବ୍ୟାଙ୍କର ଅଧିକାରୀ , କର୍ମଚାରୀ, ସାଧାରଣ ଲୋକେ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.