ବୌଦ୍ଧ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୪ : ଆଜି ତା ୧୬. ୦୪. ୨୦୨୬ ରିଖ, ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ତରଫରୁ “ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବୌଦ୍ଧ ଟାଉନ ହଲ ପର୍ଯ୍ୟନ୍ତ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି ରାଲିରେ ମହିଳା ସଶକ୍ତିକରଣ ବାର୍ତ୍ତା ପ୍ରଚାର ପାଇଁ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଦେଖାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗଦେଇ ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ଓ ସାମାଜିକ ଉନ୍ନତିରେ ମିଶନ ଶକ୍ତିର ଭୂମିକାକୁ ଉଲ୍ଲେଖ କରିଥିଲେ।




