ବୌଦ୍ଧ ଜିଲ୍ଲା ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୦: ଗୁରୁବାର ସକାଳ ଘ. ୮.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ସେକ୍ସନ ଅଫିସର, ସମସ୍ତ ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ, ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରେଡ଼କ୍ରସ ସ୍ବେଛାସେବୀ, ରେଡ଼କ୍ରସ ର ଆଜୀବନ ସଦସ୍ୟ, ରେଡ଼କ୍ରସ ଅର୍ଥ ସଂଗ୍ରହ କରିଥିବା ଅଧିକାରୀ, କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ସମସ୍ତଙ୍କୁ ସହୃଦୟତା, ମାନବିକତା ର ସହ ଗରୀବ, ଦୁଃଖୀ ଲୋକଙ୍କ ସେବା କରିବା ପାଇଁ ଆହ୍ୱାନ କରିବା ସହ ରେଡ଼କ୍ରସରେ ଭାଗିଦାରୀ ହେବାପାଇଁ ଅନୁରୋଧ କରିଥିଲେ ।
ଇନଚାର୍ଜ ଅତିରିକ୍ତ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅଧିକ୍ଷକ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ ସଂଘମିତ୍ରା ପଣ୍ଡା, ଜ଼ିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ଅଧ୍ୟାପକ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଡ. ପ୍ରବୀର କୁମାର ଦାଶ, ସମ୍ପାଦକ, ରେଡ଼କ୍ରସ ସୋସାଇଟି ଦେବାଶିଷ ପୁରୋହିତ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେବା, ରେଡ଼କ୍ରସ ର ଆଜୀବନ ସଦସ୍ୟ ହେବା, ନିଜ ମାନବିକତା କୁ ବଞ୍ଚାଇ ରଖି ଗରୀବ ଲୋକଙ୍କ ସେବା କରିବା, ଯୁବ ବର୍ଗ ଙ୍କୁ ଏଥିରେ ସାମିଲ କରିବା, ସଂସ୍କାର ମୂଳକ ଶିକ୍ଷା ଦେବା, ରକ୍ତ ଦାନ ଶିବିର ର ଆୟୋଜନ କରିବା, ଅସହାୟ ରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଆଦି ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଦିବସ ର ଉଦ୍ଦେଶ୍ୟ ଜ୍ଞାପନ କରି ସଭା କୁ ସଂଯୋଜନା କରିଥିଲେ ।
ଏହି ଅବସରରେ ରେଡ଼କ୍ରସ ର ସ୍ଵେଛାସେବୀ, ରେଡ଼କ୍ରସ ର ଆଜୀବନ ସଦସ୍ୟ ଏବଂ ରେଡ଼କ୍ରସ ରେ ଅଧିକ ରାଜସ୍ବ ସଂଗ୍ରହ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜ଼ିଲ୍ଲା ଅବକାରୀ ଅଧିକ୍ଷକ, ବେସାମରିକ ଯୋଗାଣ ଅଧିକାରୀ, ଡେପୁଟି କଲେକ୍ଟର ( ଜୁଡ଼ିସିଆଲ ) ଏବଂ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ମର୍ଜାକୁଦ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା