Odisha News

ବୌଦ୍ଧ ଜିଲ୍ଲା ରଂଗତୁଳୀ କଳାକାର ସଂଘ ପକ୍ଷରୁ ୧୧ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୩: ଜିଲ୍ଲା ରଂଗତୁଳୀ କଳାକାର ସଂଘ ପକ୍ଷରୁ ବିଭିନ୍ନ ୧୧ଦଫା ଦାବି ସମ୍ବଳିତ ସ୍ୱେତପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅନିଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲାର ଏହି କଳାକାର ମାନେ ଏକ ଶୋଭାଯାତ୍ରାରେ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।
ରଂଗତୁଳୀ କଳା ଏକ ପାରମ୍ପାରିକ କଳା ଏହି ବୃତିକୁ ଉଦଜ୍ଜିବିତ କରାନଗଲେ ଏହି କଳାଟି ଭବିଷ୍ୟତରେ ସମାଜରୁ ଲୋପ ପାଇଯିବ ଏଣୁ ରଂଗତୁଳୀ କଳାକାରଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ପ୍ରଦାନ କରିବା, ବର୍ଷସାରା କାମର ସୁଯୋଗ ସୃଷ୍ଟି କରିବା, ବର୍ଗଫୁଟ ହିସାବରେ ସଠିକ ପାରିଶ୍ରମିକ ପ୍ରଦାନ, ଠିକାଦାରୀ ପ୍ରଥା ବନ୍ଦ କରିସ୍ୱତନ୍ତ୍ର ରଂଗତୁଳୀ କଳାକାର କଲ୍ୟାଣ ବୋର୍ଡ ଗଠନ କରି ଏହି ବୋର୍ଡ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା ଯୋଗାଇଦେବା, ପ୍ରତି ଜିଲ୍ଲାରେ ରଂଗତୁଳୀ କଳାକାରଙ୍କ ପାଇଁ ଗୋଷ୍ଠି କର୍ମଶାଳା ଗୃହ ଯୋଗାଇଦେବା ଆଦି ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।
ଏଣୁ ଏହି କଳାର ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ଏହି କଳାକାରଙ୍କ ପରିବାର ମାନେ ଗୁଜୁରାଣ ମେଂଟାଇବାପାଇଁ ଭିଟାମାଟି ଛାଡିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳ ସଂଘର ସମସ୍ତ ସଦସ୍ୟ ଓ ରାଜ୍ୟ ସଂଘର ସାଧାରଣ ସଂପାଦକ ରଂଜନ ମିଶ୍ର ଉପସ୍ଥିତ ଥିଲେ ।
ବୌଦ୍ଧ : ହାବିଲଦାର କନେଷ୍ଠବଳ ସଂଘ ପକ୍ଷରୁ ବ୍ୟାଡମିଣ୍ଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୪/୩ : ବୌଦ୍ଧ ଜିଲ୍ଲା ହାବିଲଦାର କନେଷ୍ଠବଳ ସଂଘ ପକ୍ଷରୁ ଇରିଗେସନ କଲୋନି ପରିସରରେ ବ୍ୟାମିଣ୍ଟନ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ।
ଉଦଘାଟନ ଦିବସରେ ମୁ୍‌ଖ୍ୟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଓ ତାଙ୍କ ସହଧର୍ମୀଣୀ, ଆଇଆରବି କମାଣ୍ଟେଣ୍ଟ ଦୁର୍ବାସା ନାଏକ, ଅତରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ , ଡ. କିଶୋର ଚନ୍ଦ୍ର ପଟ୍ଟନାୟକ, ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆରଆଇ ମଧୁସୁଦନ ମହାପାତ୍ର ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ ୨୩ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି । ସୁବତ୍ର ପୁରୋହିତ, ବିବେକାନନ୍ଦ କର୍ଣ୍ଣ ଖେଳକୁ ପରିଚାଳନା କରିଥିଲେ । ଜିଲ୍ଲା ହାବିଲଦାର କନେଷ୍ଠବଳ ସଂଘର ସଭାପତି ବୁଲୁ ମିଶ୍ର, ସଂପାଦକ ହୃଷିକେଶ ମେହେର, ତୁଷାରକାନ୍ତି ବେହେରା, ବିମଳ ମୁଖି, ଅଜିତ ଗାଇଗୌରିଆ, ଶେଷଦେବ ରଣା, ପ୍ରମୁଖଙ୍କ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ : ପିକଅପକୁ ପଛରୁ ପିଟିଲା ଟାଟା ଏସି ଗାଡି , ଅଳ୍ପେକେ ବଞ୍ôଚଲେ ଦୁଇ ଚାଳକ
ବୌଦ୍ଧ,୨୪/୩ : ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମୃଷୁଣ୍ଡି ଗ୍ରାମ ନିକଟରେ ଏକ ପିକଅପକୁ ପଛରୁ ଟାଟା ଏସି ଧକ୍କା ଦେବାରୁ ଅଳ୍ପେକେ ଦୁଇ ଚାଳକ ବର୍ତ୍ତି ଯାଇଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ଏକ ଖରାପ ହୋଇଥିବା ଟାଟା ଏସି ଗାଡିକୁ ପିକଅପ ଗାଡିଟି ଟାଣି ଟାଣି ନେଉଥିବା ବେଳେ ଟାଟା ଏସି ଗାଡିଟି ଟାଣୁ ଥିବା ଗାଡିକୁ ପଛରୁ ଜୋରରେ ଧକ୍କା ଦେଇ ରାସ୍ତାରେ ବୁଲି ପଡିଥିଲା । ଫଳରେ ଗାଡିର ଦୁଇ ଚାଳକ ଏକ ଦୁର୍ଘଟଣାରୁ ବଞ୍ôଚ ଯାଇଥିଲେ । ଦୁର୍ଘଟଣା ଯୋଗୁଁ କିଛି ସମୟ ରାଜପଥରେ ଗାଡିଚଳାଚଳ ବନ୍ଦ ରହିଥିଲା । ଖବର ପାଇ ବୌଦ୍ଧ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ôଚ ଗାଡି ଦୁଇଟିକୁ ହଟାଇବା ପରେ ରାସ୍ତାରେ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ବୌଦ୍ଧ : ଚାରି ବାଲି ଟ୍ରାକ୍ଟର ରୁ ଚାଲିଶ ହଜାର ଟଙ୍କା ଜରିମାନା
ବୌଦ୍ଧ,୨୪/୩ : ମହନଦୀରୁ ବାଲି ଚାଲାଣ ବେଳେ ବୌଦ୍ଧ ତହସିଲ ପକ୍ଷରୁ ଚଢାଉ କରି ୪ଟି ଟ୍ରାକ୍ଟରୁ ୪୦ ହଜାର ଜରିମାନା ଆଦାୟ କରାଯାଇଛି । ସୂଚନା ମତେ, ହରଭଙ୍ଗା ତହସିଲ ସରସରା ପଂଚାୟତର କାଲେଶ୍ୱର ଗ୍ରାମର ମହାନଦୀ ଘାଟରୁ ବୌଦ୍ଧ ସହର ଦେଇ ବାଲି ଚାଲାଣ ହେଉଥିବା ବେଳେ ବୌଦ୍ଧ ତହସିଲ ପକ୍ଷରୁ ଚଢାଉ କରାଯାଇ ୪ଟି ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ହିସାବରେ ୪୦ ହଜାର ଟଙ୍କା ଜରିମାନା ପକାଯାଇଥିଲା ।
ବୌଦ୍ଧ : ବିଦ୍ୟାଳୟ ପରିସରରେ ମଦ ବିକ୍ରି ଅଭିଯୋଗ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ବୌଦ୍ଧ,୨୪/୩ : ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମରେ ଥିବା ବିଦ୍ୟାଳୟ ପରିସରରେ ବେଆଇ ଭାବରେ ମଦ ବିକ୍ରି ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ଏନେଇ ଗୁରୁବାର ଦିନ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସୁନନ୍ଦ ଦାସ ଓ ରାକେଶ ବାହୁକ ଦୀର୍ଘ ଦିନରୁ ବିଦ୍ୟାଳୟ ଓ ମନ୍ଦିର ନିକଟରେ ମଦ ବିକ୍ରି କରିଆସୁଛନ୍ତି ।
ଏହାଦ୍ୱାରା ବିଭିନ୍ନ ଅଘଟଣ ଘଟିବା ସହ ପିଲାମାନେ ବିଦ୍ୟାଳୟକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ଏନେଇ ଗ୍ରାମବାସୀ ମାନେ ବାଉଁଶୁଣୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ୩୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ବୌଦ୍ଧ : ମହାନଦୀରେ ବୁଡି ଅଜଣା ଯୁବକର ମୃତ୍ୟୁ
ବୌଦ୍ଧ,୨୪/୩: ବୌଦ୍ଧ ସହରର ଚନ୍ଦ୍ରଚୂଡ ଘାଟଠାରେ ମହାନଦୀରେ ବୁଡି ଜଣେ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଚନ୍ଦ୍ରଚୂଡ ଘାଟକୁ ଜଣେ ଯୁବକ ଗାଧୋଇବାକୁ ଯାଇଥିବାବେଳେ ହଠାତ ପାଣିରେ ବୁଡି ଯାଇଥିଲେ । ଉପସ୍ଥିତ ଥିôବା ଲୋକମାନେ ଦର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକ ଜଣକୁ ପାଣି ଭିତରୁ ଉଦ୍ଧାର କରିପାରିନଥିଲେ ।
ଏ ସଂପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଖୋଜା ଖୋଜି କରିବା ପରେ ଯୁବକଙ୍କ ମୃତ ଶରୀରକୁ ପାଣିରୁ ଉଦ୍ଧାର କରିଥିଲେ । ମୃତ ଯୁବକଙ୍କ ପରିଚୟ ଜଣାପଡିନଥିବାବେଳେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି ।

Related Posts

Seo wordpress plugin by www.seowizard.org.