Odisha News

ବୌଦ୍ଧ ଜିଲ୍ଲା ମିୟୁଜିୟମ ପ୍ରାଙ୍ଗଣରେ ମିଲେଟ ଫୁଡ଼ ଷ୍ଟଲକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୧: ବୌଦ୍ଧ ଜିଲ୍ଲା ମିୟୁଜିୟମ ପ୍ରାଙ୍ଗଣରେ ମିଲେଟ ଫୁଡ଼ ଷ୍ଟଲ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ତଥା ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମୂହ ମହିଳା ମାନେ ଏହି ଫୂଡ଼ ଷ୍ଟଲକୁ ପରିଚାଳନା କରୁଛନ୍ତି।
ଏବେ ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଚାହିଦା ବୃଦ୍ଧି ନିମନ୍ତେ ସମସ୍ତ ଅନୁଷ୍ଠାନ ଗୁଡିକ ତତ୍ପର ହୋଇପଡିଛନ୍ତି। ଏଡିଏମ ମହୋଦୟା ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ଓ ମିଶନ ଶକ୍ତି କାଫେ, ଞ୍ଚଲେଥା କେଫେଞ୍ଚ ଗୁଡିକରେ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟ ରୁ ତିଆରି କରାଯାଇଥିବା ବିସ୍କୁଟ, ଲଡୁ, ମିକ୍ଚର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବାକୁ ଓଡିଶା ମିଲେଟ ମିଶନ ଅଧିକାରୀଙ୍କୁ କହିଥିଲେ।
ଆଗକୁ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ମିଲେଟ ଖାଦ୍ୟ ସାମଗ୍ରୀ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତକରାଯିବ ବୋଲି ଓଡିଶା ମିଲେଟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ କହିଛନ୍ତି। ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାରକରିଛି, ଲୁପ୍ତପ୍ରାୟ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟ ର ପୁନରୁଦ୍ଧାର ହୋଇପାରିଛି।
ଓଡିଶା ମାଣ୍ଡିଆ ମିଶନ କାର୍ଯ୍ୟକ୍ରମ, ମାଣ୍ଡିଆ ଶସ୍ୟକୁ ଏକ ନୂତନ ପରିଚୟ ଦେବବୋଲି ଅତିରିକ୍ତ ପରିଯୋଜନା ନିର୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ ପତ୍ରକାରକର୍ମୀମାନଙ୍କୁ ଜଣେଇଥିଲେ। ଏହି କାର୍ଯ୍ୟକ୍ରମର ସହଯୋଗୀ ସଂସ୍ଥା ଭାବେ ସ୍ବେଛାସେବୀ ଅନୁଷ୍ଠାନ ୱାଇସିଡିଏ, ବିଶ୍ୱ ଯୁବ କେନ୍ଦ୍ର ଓ ଲୋକ କଳା ବିକାଶ କେନ୍ଦ୍ର ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି।
ବୌଦ୍ଧ : ମାଣ୍ଡିଆ ରଥ
ବୌଦ୍ଧ,୯.୧୧.୨୨ରିଖ ସୋମବାର ବୌଦ୍ଧ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ ନିମନ୍ତେ ତିନିଗୋଟି ମାଣ୍ଡିଆ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ଗ୍ରାମଗ୍ରାମ ଯାଇ ରଥ ମାଣ୍ଡିଆର ଚାଷ ଓ ତାର ଉପକାରିତା ବିଷୟରେ ପ୍ରଚାର କରିବ ।
ଆଗାମୀ ଦିନରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟ କୁ ପ୍ରତ୍ୟେକ ପରିବାରରେ ଖାଦ୍ୟ ଓ ପାନୀୟ ଭାବରେ ସର୍ବାଦୃତ କରିବାପାଇଁ ଓଡିଶା ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ, ଏହାଦ୍ୱାରା ରାଜ୍ୟରୁ କୁପୋଷଣ ଦୂର ହୋଇପାରିବ ସହିତ ଲୋକମାନେ ସ୍ୱାସ୍ଥ୍ୟବାନ ହେବେ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ, କୃଷି ଅଧିକାରୀ ଶ୍ରୀ ନାରାୟଣ ମହାନନ୍ଦ ବୌଦ୍ଧ, ଜିଲ୍ଲା ଓଡିଶା ମିଲ୍ଲେଟ୍ସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ, ମିଶନ ଶକ୍ତି ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଅତିରିକ୍ତ ପରିଯୋଜନା ନିର୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ, ଓଡ଼ିଶା ମିଲ୍ଲେଟ୍ସ ର ବନବିହାରୀ ଠାକୁର, ଲୋକକଳା ବିକାଶ କେନ୍ଦ୍ରର ଦୁଖୀଶ୍ୟାମ ନାୟକ ଓ ନୀତିଶ କୁମାର, ୱାଇସିଡିଏ ର ଗୌରୀଶଙ୍କର ଥାଟି, ଅରୁଣ ପ୍ରଧାନ, ମାନସରଞ୍ଜନ ପ୍ରଧାନ, ବିଶ୍ୱ ଯୁବ କେନ୍ଦ୍ରର ସୁମନ କୁମାର ତଥା ସମସ୍ତ ଗୋଷ୍ଠୀ ସଂଯୋଜକବୃନ୍ଦ, ମିଶନ ଶକ୍ତି ର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାସଦସ୍ୟା ଗଣ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ମିୟୁଜିଅମ ଠାରେ ଏକ ମିଲେଟ ଷ୍ଟଲ ଖୋଳାଯିବ ବୋଲି ମିଲେଟ ମିଶନ ସଂଯୋଜକ କହିଥିଲେ।
ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ନିର୍ବାଚନ ଦୌଡ ତାଲିକାରେ ଅଧାଡଜନରୁ ଅଧିକ
ବୌଦ୍ଧ,୯/୧୧: ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀ ପାଇଁ ଗତ ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଅଛି । କେନ୍ଦ୍ରୀୟ ବ୍ୟାଙ୍କର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବ୍ୟାଙ୍କର ଶାଖା ରହିଥିବା ବେଳେ ୧୫ ଗୋଟି ନିର୍ଦ୍ଦେଶକ ଜୋନ ରହିଅଛି । ଏଥର ନିର୍ବାଚନରେ ସମସ୍ତ ଜୋନରେ ବିଜେଡିର ସମର୍ôଥତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏବେ ସମସ୍ତଙ୍କ ନଜର କିଏ ହେବ ବ୍ୟାଙ୍କର ଅଧ୍ୟକ୍ଷ ତାହାକୁ ନେଇ ଚର୍ଚ୍ଚା ଯୋରଧରିଛି ।
ଶାସକ ଦଳର ସମର୍ଥୀତ ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧାଡଜନରୁ ଅଧିକ ବ୍ୟାଙ୍କ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ତାଲିକାରେ ଥିବା ଚର୍ଚ୍ଚା ହେଉଛି । ଏବେ ନବ ନିର୍ବାଚିତ ନିର୍ଦ୍ଦେଶକ ମାନଙ୍କ ମଧ୍ୟରୁ ଅନେକ ଭୁବେନେଶ୍ୱରରେ ଡେରା ପକାଇ ଦଳର ଛାମୁଆ ନେତାଙ୍କ ଲବିରେ ରହିଛନ୍ତି । ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଛାମୁଆ ନେତା ମାନେ ମାନେ ମଧ୍ୟ ବହୁ ଚିନ୍ତାରେ ରହିଯାଇଛନ୍ତି ।
ହେଲେ ଦଳୀୟ ନେତା ମାନେ କାହା ଭାଗ୍ୟରେ ସୁନା କଳସ ଢାଳିବେ ତାହା ଦେଖିବାକୁ ବାକି ରହିଲା । ଆଗକୁ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ତାରିଖ ରହିଥିବା ବେଳେ ଦଳ କାହାକୁ ଅଧ୍ୟକ୍ଷ ପଦ ପାଇଁ ମନୋନିତ କରୁଛି ସେ ନେଇ କିଛି ଜଣାପଡୁନଥିବା ବେଳେ ଏପେଟ ଆଶୟୀ ମାନେ ପରାପୁରି ଚିନ୍ତାରେ ରହିଯାଇଛନ୍ତି ।
ନବ ନିର୍ବାଚିତ ନିର୍ଦ୍ଦେଶକଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା କୋ ଜିଲ୍ଲା ପର୍ଯ୍ୟବେକ୍ଷକ କିଶୋର କୁମାର ମେହେର, ଜିଲ୍ଲା ବିଜୁ ଜନତାଦଳ କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ଅଶ୍ୱିନୀ ପ୍ରଧାନ, ଲିନା ମହାପାତ୍ର ,ଦିଲ୍ଲିପ ମେହେର, ଲିଙ୍ଗରାଜ ଜଗଦଲା, ପ୍ରମୋଦ ରଣାଙ୍କ ନାମ ଚର୍ଚ୍ଚା ହେଉଛି ।
ଦିନକ ପରେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ ଦଳୀୟ ନେତା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଦେଖିବାକୁ ବାକି ରହିଲା । ଏପେଟ ଦଳର ଓ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧ୍ୟକ୍ଷ ପଦବୀ ବଛା ଯିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଶାୟୀ ମାନେ ଦଳର ନିୟମ ମାନୁଛନ୍ତି ନା ଏହାକୁ ବିଦ୍ରୋହ କରି ନାମାଙ୍କନ ପତ୍ର ଦାଖଲ କରିବେ ସେ ନେଇ ମଧ୍ୟ ଦେଖିବାକୁ ବାକି ରହିଛି । ବର୍ତ୍ତମାନ ବ୍ୟାଙ୍କର ଅଧ୍ୟକ୍ଷ ପଦବୀ ପାଇଁ ଜିଲ୍ଲାରେ ରାଜନୀତି ଏକ ପ୍ରକାର ସରଗରମ ହୋଇପଡିଛି ।
ବୌଦ୍ଧ ଜିଲ୍ଲାର ପାଲଶାଗୋରା ଓ ଛତ୍ରଙ୍ଗ ଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ବୌଦ୍ଧ,୯/୧୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପଲଶାଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ଅନୁକୂଲ୍ୟରେ ବୁଧବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରି ଶଙ୍କର ଦଣ୍ଡସେନା ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକ ର ବିଆର୍ସିସୀ ଓ ଏବିଇଓ ତଥା ପାଲଶାଗୋରା , ଗବଯୋର, ଲମ୍ବସରି ଓ ଖଟଖଟିଆ ଆଦି କ୍ଲଷ୍ଟର ର ସିଆରସିସୀମାନେ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।
ଏଥିରେ ୨୨୫ ଜଣ ଛାତ୍ରଛାତ୍ରୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related Posts

Seo wordpress plugin by www.seowizard.org.