Odisha News

ବୌଦ୍ଧ : ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଂଟ୍ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୨: ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଂଟ୍ ଜାଭିୟର୍ସ ସ୍କୁଲରେ ଆଜିଠାରୁ ଏକ ହକି ଟିମ୍ ଗଠନ କରାଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସେଂଟ୍ ଜାଭିୟର୍ସ ସ୍କୁଲରେ ହକି ଷ୍ଟିକ୍ ଯୋଗାଇ ଦିଆଯାଇଛି ।
ସ୍କୁଲ ତରଫରୁ ହକି ସଂପର୍କିତ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ରାହାଗିରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଆଜି ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଆନନ୍ଦ ଚନ୍ଦ୍ର ବେହେରା ସ୍କୁଲ ଅଧ୍ୟକ୍ଷା ସସ୍ମିତା ସେନାପତି, ଭାଇସ ପ୍ରିନ୍ସିପାଲ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍ ବଣ୍ଟନ କରାଯାଇଥିଲା ।
ବୌଦ୍ଧ : ଗଂଜେଇ ମାମଲାରେ ଅଭିଯୁକ୍ତକୁ୧୦ ବର୍ଷ କାରାଦଣ୍ଡାଦେଷ
ବୌଦ୍ଧ,୨୩/୨: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଏକ ଗଂଜେଇ ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ ୧୦ ବର୍ଷ କରାଦଣ୍ଡାଦେଷ ଆଦେଶ ପ୍ରଦାନ କରିଛନ୍ତି ।
ଅଭିଯୁକ୍ତ ଜଣକ ହେଲା ବୌଦ୍ଧ ଥାନା ସମାପାଜୁ ଗ୍ରାମର ଅଜିତ ପ୍ରଧାନ । ମାମଲାରୁ ପ୍ରକାଶ, ଗତ ୨୬.୩.୨୨ ତାରିଖରେ ବୌଦ୍ଧ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସମାପାଜୁ ଗ୍ରାମର ଅଜିତ ପ୍ରଧାନ ନିଜ ଘର ପଛପଟେ ଗଂଜେଇ ରଖିଥିବା ନେଇ ବିଶେଷସୂତ୍ରରୁ ଖବର ପାଇ ଅଜିତର ଘର ପଛପଟେ ଚଢାଉ କରିଥିଲେ । ଚଢାଉ ସମୟରେ ଅଜିତ ଘର ପଛପଟେ ମହୁଲ ଗଛ ତଳେ ଥିବା ତିନୋଟି ବସ୍ତା ଜବତ କରିଥିଲେ ।
୩ଟି ବସ୍ତାରୁ ୬୦ କିଲୋ ଗଂଜେଇ ଜବତ କରି ଅଭିଯୁକ୍ତ ଅଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏ ସିସି ୮/୨୨)ରେ ବିଚାର ହୋଇଥିଲା । ବିଚାର ସମୟରେ ୩ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ଅଦାଲତ ଅଭିଯୁକ୍ତ ଅଜିତକୁ ୧୦ ବର୍ଷ କାରାଦଣ୍ଡାଦେଷ ଆଦେଶ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।
ବୌଦ୍ଧ : ତେଲିବନ୍ଧ ସୋସାଇଟିରୁ ଧାନ ଉଠାଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୩/୨: ବୌଦ୍ଧଜିଲ୍ଲାରେ ସରକାରଙ୍କ ପକ୍ଷରୁ ଧାନକ୍ରୟ ସରିବାକୁ ବସିଥିବା ବେଳେ ଜିଲ୍ଲାରେ ଏବେବି ବହୁ ଚାଷୀ ସେମାନଙ୍କର ଧାନ ବିକ୍ରି କରିପାରିନାହାନ୍ତି । ଚାଷୀମାନେ ଧାନ ବିକ୍ରି କରିବା ପାଇଁ ମଣ୍ଡି ଆଗରେ ଧାନ ରଖି ବିକ୍ରି ଅପେକ୍ଷାରେ ବସି ରହିଛନ୍ତି ।
ସେଥିମଧ୍ୟରୁ ତେଲିବନ୍ଧ ସେବ ସମବାୟ ସମିତି ର ଚାଷୀମାନେ ଧାନ ବିକ୍ରି କରି ପାରିନ ଥିବାରୁ ସେମାନଙ୍କ ଧାନ ଉଠାଣ ଦାବିରେ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାଯାଏ ଯେ, ବର୍ତ୍ତମାନ ତେଲିବନ୍ଧ ସେବା ସମବାୟ ସମିତିରେ ୧୨ ହଜାର କ୍ୱିଣ୍ଟାଲ ର ଟାର୍ଗେଟ ଦରକାର ପଡୁଛି । କିନ୍ତୁ ସୋସାଇଟି ମାତ୍ର ୧୫୫୧ କ୍ୱିଣ୍ଟାଲ ଟାର୍ଗେଟ ଅଛି । ଯାହାଫଳରେ ସୋସାଇଟିର ଅନ୍ୟ ଚାଷୀମାନେ ବାଦ ପଡିଛନ୍ତି ।
ଚାଷୀମାନେ ଦୀର୍ଘ ୨୦ ଦିନ ହେଲା ଧନ ରଖି ବହୁତ କଷ୍ଟ ପାଉଛନ୍ତି । ଚାଷୀମାନଙ୍କର ଅବସ୍ଥା ଦୟନୀୟ ହୋଇପଡିଛି । ମଣ୍ଡିକୁ ଟାର୍ଗେଟ ଦେଇ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି । ଯଦି ମଣ୍ଡିରୁ ଧାନ ଉଠାନ ଗଲା ତାହାହେଲେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି । ବିକ୍ରମ ପ୍ରଧାନ,ସୁଶୀଲ ହୋତା,ପ୍ରଦିପ ନାୟକ,ତ୍ରିପୁରାରୀ ପ୍ରଧାନ,ତରଣୀସେନ ମେହେର ପ୍ରମୁଖ ଚାଷୀମାନେ ଜିଲ୍ଲାପାଳଙ୍କ ଠାରେ ଦାବିକରିଛନ୍ତି ।
ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୩/୨: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟାଳୟ ସଭାଗୃହ ଠାରେ ସଡକ ସୁରକ୍ଷା, ମୋଟୋର ଦୁର୍ଘଟଣା ଆଇନ, ଏହାର କ୍ଷତିପୂରଣ ଦାବୀ ଆଦି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଳ୍ପନା ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ର, ଜିଲ୍ଲା ବରିଷ୍ଠ ଦେବାନୀ ବିଚାରପତି ସିତାକାନ୍ତ ପ୍ରଧାନ, ଜିଲ୍ଲା ଉପଖଣ୍ଡୀୟ ବିଚାରପତି ସୁଶ୍ରୀ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ପ୍ୟାନେଲ୍ ଓକିଲ ଏବଂ ପାରା ଲିଗାଲ ଭଲ୍ୟୁଟିଂୟର ମାନେ ଉପସ୍ଥିତ ଥିଲେ । ଏଠାରେ ସମସ୍ତଙ୍କୁ ସଡକ ସୁରକ୍ଷାର ବିଭିନ୍ନ ନିୟମାବଳୀ, ଦୁର୍ଘଟଣା ପରେ କ୍ଷତିପୂରଣ ଦାବୀ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.