Odisha News

ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୩ : ଶନିବାର ଦିନ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି ।
ଆଜି ଦିନ ୧୦ ଘଣ୍ଟା ସମୟରେ ଜିଲ୍ଲା ଦୌରା ଜଜ ପ୍ରତାପ କୁମାର ପାତ୍ର ଓ ଅନ୍ୟ ବିଚାରପତି ମାନେ ଯୋଗ ଦେଇ ରାଷ୍ଟୀୟ ଲୋକ ଅଦାଲତ ର ଶୁଭ ଉଦଘାଟନ କରିଥିଲେ । ଉକ୍ତ ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ଖିଲାପକାରୀ ଋଣ ଗ୍ରହୀତା ମାନଙ୍କର ବକେୟା ଋଣ ରାଶି ଉପରେ ଅନେକ ମାମଲା ର ସମାଧାନ କରାଯାଇଥିଲା ।
ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟା ସନାଲ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ୟୂନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଦି ବ୍ୟାଙ୍କର ଶାଖା ପରିଚାଳକ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ମାମଲା ଗୁଡିକର ସମାଧାନରେ ସହଯୋଗ କରିଥିଲେ ।

Related Posts