Odisha News

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୨: ଆଇନସେବା ପ୍ରାଧିକରଣ ବୌଦ୍ଧ ଅଫିସ ଦ୍ୱାରା ରାମାୟଣ ମଣ୍ଡମ, ମର୍ଯ୍ୟାଦାପୁର ଖୁଣ୍ଟ ବନ୍ଧ.ବୌଦ୍ଧଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚୀବ ଶ୍ରୀମତି ସାସ୍ୱତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରି ସାହୁ ଏବଂ ମର୍ଯ୍ୟାଦାପୁରର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଖୁଣ୍ଟବନ୍ଧଗ୍ରାମ ପଞ୍ଚାୟତର ଶ୍ରମିକ ଏବଂ ଗ୍ରାମବାସୀ ବହୁ ପରିମାଣରେ ଉପସ୍ଥିତ ରହି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।
ଏଠାରେ ସମସ୍ତଙ୍କୁ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ନିର୍ମାଣ ଶ୍ରମିକଙ୍କ ପାଇଁ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ ସଙ୍ଗଠିତ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କାର୍ଡ ତିଆରି ,ଏହାର ନବୀକରଣ ଅନ୍‌ଲାଇନ୍ ଦ୍ୱାରା ସରକାରଙ୍କ ସୁବିଧା ପାଇବା ପାଇଁ ଆବେଦନ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.