Odisha News

ବୌଦ୍ଧ: ଜିଲ୍ଲାରେ ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୯: ବୌଦ୍ଧ ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସାଇବର ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଆଜି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ସାଇବର କ୍ରାଇମକୁ ଜିଲ୍ଲାରେ କିଭଳି ଭାବେ ସଂପୂର୍ଣ୍ଣ ରୋକାଯାଇପାରିବ ସେଥିପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଉଥିବା ଏସ୍ ପି କହିଥିଲେ ।
ସାଇବର ଠକ ମାନଙ୍କ ଠାରୁ କିଭଳି ଜିଲ୍ଲାର ସାଧାରଣ ଲୋକ ସୁରକ୍ଷା ପାଇବେ ସେଦିଗରେ ସମସ୍ତଙ୍କୁ ସଚେତନ ହେବାକୁ କହିବା ସହିତ ଗଣମାଧ୍ୟମ ମାଧ୍ୟମରେ ଏହି ଅଭିଯାନର ପ୍ରଚାର ପ୍ରସାର କରାଯିବ ବୋଲି ମଧ୍ୟ କହିଛନ୍ତି ।
ସାଇବର ସତର୍କତା ବାର୍ତ୍ତା ନେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ତନ୍ମଧ୍ୟରୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥିକ କାରବାର ସମୟରେ ସତର୍କତା, ଅନଲାଇନ ସପିଙ୍ଗରେ ସତର୍କତା, ଲୋନ ଆପ ଠକେଇ, ନିଯୁକ୍ତି ଠକେଇ ଠାରୁ ସତର୍କ ରହିବା ଉପରେ ସଚେତନ କରାଯିବ ।
ଏହି ଅଭିଯାନରେ ବିଭିନ୍ନ ଅଞ୍ଚଳକୁ ଯାଇ ଅଙ୍ଗନୱାଡ଼ି କର୍ମୀ ଆଶାକର୍ମୀଙ୍କୁ ନେଇ ଘରକୁ ଘର ବୁଲି ସଚେତନ କରାଯିବ ଏବଂ ଏଥିସହିତ ମାରାଥନ ଦୌଡ ମଧ୍ୟ କରାଯିବ ବୋଲି କହିଛନ୍ତି । କୌଣସି ମୁହୂର୍ତ୍ତରେ ସାଇବର ଠକାମିର ଶିକାର ହେଉଥିବା ଅନୁଭବ କଲେ ତୁରନ୍ତ ୧୯୩୦ ସହାୟତା ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଥିଲେ ।
ବୌଦ୍ଧ: ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ଦାବି ଆମକୁ ୟୁଜିସି ହାରରେ ଦରମା ଦିଆଯାଉ
ବୌଦ୍ଧ,୨୯/୯: ରାଜ୍ୟ ଚୟନ ବୋର୍ଡ ଦ୍ୱାରା ଚୟନ ହୋଇ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ କରିବା ପାଇଁ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ସ୍ଥାନିୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଧ୍ୟାପକ ସଦାନନ୍ଦ ମାହାର ସୁଚନାମତେ ରାଜ୍ୟ ସରକାରଙ୍କ ଚୟନ ବୋର୍ଡ ଦ୍ୱାରା ଆମେ ଚୟନ ହୋଇଛୁ କିନ୍ତୁ ଆମର ଅନୁଦାନ ପିଜିଟି ଚୟନ ଶିକ୍ଷକଙ୍କ ସହ ସମାନ ରଖାଯାଇଛି ।
ଆମେ ଯେହେତୁ ୟୁଜିସି ଅଧ୍ୟାପକ ମାନଙ୍କ ଭଳି ଯୁକ୍ତ ତିନି କ୍ଲାସ ପଢାଉଛୁ ତେଣୁ ଆମକୁ ଯୁକ୍ତ ଦୁଇ ପଢାଉଥିବା ସ୍ମାତକତ୍ତର ଶିକ୍ଷକଙ୍କ ସହ କାହିଁକି ସମାନ ପେସ୍କେଲ ରଖା ଯାଇଛି । ସମ୍ବିଧାନର ରାଷ୍ଟିୟ ନୀତି ନିୟାମକ ନିର୍ଦ୍ଧେଶାବଳୀ ଅନୁଯାଇ ସମାନ କାମକୁ ସମାନ ଦରମାକୁ ଆମ କ୍ଷେତ୍ରରେ କାହିଁକି ଲାଗୁ ହେଉନାହିଁ । ନୀତିର ଉଲଘଂନ କରାଯାଇ ଆମକୁ ଅସମ୍ମାନ କରାଯାଉଛି ବୋଲି ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।
ଏହି ଅସମାନତା ଦୁର କରାଯାଇ ଆମକୁ ୟୁଜିସି ହାରରେ ଦରମା ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଗତ ଗୁରୁ ଦିବସ ଠାରୁ ଆନ୍ଦୋଳନାତ୍ମକ ଭାବେ କଳାବ୍ୟାଚ ଧାରଣ କରି ଶିକ୍ଷାଦାନ କରାଯାଉଅଛି । ଦାବି ପୁରଣ ନହେବା ଯାଏଁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ୨୨ଜଣ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.