Odisha News

ବୌଦ୍ଧ ଜିଲ୍ଲାରେ ସାମାନ୍ୟ କୋହଳ ହେଲା ସଟଡାଉନ୍ ,ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୨୬ା୭:ଓଡ଼ିଶାର ବୌଦ୍ଧ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ପ୍ରତି ଦିନ ବଢ଼ିବାରେ ଲାଗିଛି । ଏହି ମହାମାରୀକୁ ପ୍ରତିିରୋଧ କରିବା ପାଇଁ ଜିଲ୍ଲା ପ୍ରସାଶନ ସପ୍ତାହର ପ୍ରତି ଶନିବାର ଓ ରବିବାର ଦିନ ସମଗ୍ର ଜିଲ୍ଲାକୁ ସଂମ୍ପୁର୍ଣ୍ଣ ଲକଡାନ ଘୋଷଣା କରିଛନ୍ତି ।
ଚଳିତ ମାସ ୨୪ ତାରିଖରେ ଜିଲ୍ଲାରୁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୋମବାର ଓ ମଙ୍ଗଳବାର ଦୁଇଦିନ ପାଇଁ ସଟଡାଉନରେ ସାମାନ୍ୟ କହୋଳ କରାଯିବା ସହିତ ସକାଳ ୭ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଜରୁରୀ ସାମାଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୨୭ ଓ ୨୮ ଦୁଇଦିନ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବା ସହିତ କେବଳ ପନିପରିବା,ଫଳ,କିରାନା,ମାଛ,ମାଂସ,ଦୁଗ୍ଧ,କୃଷି ଯନ୍ତ୍ରପାତି,ସାର ଓ ଗୃହ ନିର୍ମାଣ ସାମଗ୍ରୀ ଦୋକାନ ସକାଳ ୭ ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ, ପାଥୋଲାବ,ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ସଂପୁର୍ଣ୍ଣ ଖୋଲା ରହିବ । କିନ୍ତୁ ସରକାରୀ କାର୍ଯ୍ୟାଳୟ ସଂପୁର୍ଣ୍ଣ ବନ୍ଦ ରଖାଯିବା ସହିତ ସମସ୍ତ କର୍ମଚାରୀ ଘରେ ରହି କମ୍ପ୍ୟୁଟର ମାଧ୍ୟମରେ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ । ନିଜର ମୋବାଇଲ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନ ବା ସଂସ୍ଥା ଯଥା ବ୍ୟାଙ୍କ ,କିଏସ୍କୋ ସହିତ କେନ୍ଦ୍ର ସରକାରୀ ସଂସ୍ଥା ଡାକଘର ମଧ୍ୟ ସକାଳ ୮ ଘଣ୍ଟା ଠାରୁ ୧ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ଜୁଲାଇ ୨୯ ତାରିଖ ଠାରୁ ପୁଣିଥରେ ଜିଲ୍ଳାକୁ ସଂପୁର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିବାବେଳେ ଏହି ସମୟରେ ଔଷଧ, ପାଥୋଲାବ,ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ସଂପୁର୍ଣ୍ଣ ଖୋଲା ରଖାଯିବା ସହିତ ସକାଳ ୭ ଟାରୁ ୧୦ ପର୍ଯ୍ୟନ୍ତ ଦୁଗ୍ଧ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।

Related Posts