Odisha News

ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ଚାଷୀଙ୍କଠାରୁ କିଣାଗଲା ମାଣ୍ଡିଆ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୨:ବୌଦ୍ଧ ଜିଲ୍ଲାର କଣ୍ଟାମାଲ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଚାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି। ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି। ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଶ୍ରୀ ଉମାକାନ୍ତ ବଳିଆରସିଂ ଉଦଘାଟନ କରିଥିଲେ। ଜିଲ୍ଲାରେ ସମୁଦାୟ ୫୧୭ ହେକ୍ଟର ରେ ମାଣ୍ଡିଆ ଚାଷ କରାଯାଇଛି ।
ସରକାରୀ ନ୍ୟୁନତମ ସହଯୋଗୀ ଦର କୁଇଣ୍ଟାଲ ପ୍ରତି ୩୫୭୮ ମୂଲ୍ୟ ଦରରେ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସରକାର ତିଡିସିସି ମାଧ୍ୟମରେ କ୍ରୟକରିବେ ଓ ମଣ୍ଡିଆ ମଣ୍ଡି ଆୟୋଜନ ରେ ବିଭାଗୀୟ ସହଯୋଗୀଭାବରେ ଜିଲ୍ଲା ନିୟନ୍ତ୍ରିତ ବଜାର ସମିତି, ଜିଲ୍ଲାସମବୟ ସମିତି, ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ, ପଞ୍ଚାୟତ ଅଧିକାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲିବୌଦ୍ଧ ଜିଲ୍ଲା ମିଳେଟ୍ସ କ୍ଷୁଦ୍ରଶସ୍ୟ ମିଶନ ର ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ ସୂଚିତ କରିଥିଲେ। ଚଳିତ ରବି ଋତୁରେ ୧୫୦ ହେକ୍ଟର୍ ଓ ଆସନ୍ତା ଖରିଫ ଋତୁରେ ୧୫୦୦ ହେକ୍ଟର୍ ମଣ୍ଡିଆ ଚାଷ ସମଗ୍ର ଜିଲ୍ଲାରେ କରାଯିବ, ଏହା କ୍ଷ୍ୟୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ଅୟର ସ୍ରୋତ ହେବ।

Related Posts

Seo wordpress plugin by www.seowizard.org.