Odisha News

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧୧: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ ଶୁକ୍ରବାର ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଛି କ୍ଷ ଜିଲାରେ ଡିସେମ୍ବର ମାସରେ ଧାନକ୍ରୟ ଅ।ରମ୍ଭ ହେବ । କଣ୍ଟାମାଳ , ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ରହିଥିବା ସମସ୍ତ ଧାନମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ।
ଖରିଫ ଧାନ ବିକ୍ରୟ ପାଇଁ ଜିଲାରେ ୪୫୧୪୮ ଜଣ ଚାଷୀ ପଂଜିକୃତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନକ୍ରୟ କମିଟି ବୈଠକ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଧାନ ମଣ୍ଡିରେ ଚାଷୀ ମାନେ ଯେପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।
ଏଥିସହିତ ଧାନମଣ୍ଡି ଗୁଡିକରେ ଚାଷୀମାନଙ୍କ ପାଇଁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିଲ୍ଲା ଯେଗାଣ ଅଧିକାରୀ , ବିଧାୟକ ଓ ସାଂସଦଙ୍କ ପ୍ରତିନିଧି , ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ କୁମାର ପଟ୍ଟନାୟକ, ମିଲର୍ସ, ଚାଷୀ ନେତା ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.