Odisha News

ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରଙ୍କ ଅଧିନକୁ ନେବା ବିଷୟ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୧୧: ବୌଦ୍ଧ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିନରୁ ଆଣି ଉତ୍ତରାଞ୍ଚଳ ରାଜସ୍ୱ ଅଧବନରେ ସାମିଲ କରାଯିବା ନେଇ ଗତ ୨୧ତାରିଖ ରାଜ୍ୟ ସରକାର ଘୋଷଣା କରିବାପରେ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ସରକାରଙ୍କର ଏହି ଘୋଷଣାକୁ ନେଇ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସ୍ୱାଗତ କରିବାସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ଏହି ଘୋଷଣାକୁ ନେଇ ନାଗରିକ କମିଟି ପକ୍ଷରୁ ସ୍ୱାଗତ କରାଯିବାସହ ବିଳମ୍ବରେ ହେଲେ ମଧ୍ୟ ଏ୍ରଞ୍ଚଳ ବାସୀଙ୍କ ଭାଷାଗତ, ସାଂସ୍କୃତିକ,ଭାବଗତ ସମ୍ପର୍କୀୟ ଫେରିବା ତଥା ଦୀର୍ଘଦିନର ଦାବି ପୁରଣ ହୋଇଥିବାରୁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଥିସହ ଏହି ଦାବିକୁ ସର୍ବ ପ୍ରଥମେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିବା ପଶ୍ଚିମ ଓଡିଶା ବିଚାର ମଂଚକୁ ମଧ୍ୟ କମିଟି ପକ୍ଷରୁ ଶୁଭେଛା ଜଣାଯାଇଛି ।
ପଶ୍ଚିମ ଓଡିଶା ବିଚାର ମଂଚ ଏହି ଦାବିକୁ ଗତ ୨୦୦୭ ମସିହାରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ପରବର୍ତ୍ତି ସମୟରେ ଏହି ଦାବିକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଦାବି କରାଯିବାସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଥିଲା । ସେତେବେଳେ ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ ସଂଗଠନ ସାମିଲ ରହିଥିଲେ ।
ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ଏ ଅଂଚଳର ସ୍ୱାଭିମାନ ଦାବିକୁ ସମ୍ମାନ ଦେଇଥିବାରୁ ନାଗରିକ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଜି ସଂଧ୍ୟାରେ କମିଟି ପକ୍ଷରୁ ସ୍ଥାନିୟ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ବୈଠକରେ ଆନ୍ତରିକ ଧନ୍ୟବାଦ ଜଣାଯାଇଥିଲା । ଏଥିସହ ଜିଲ୍ଲା ଓକିଲ ସଂଘ, ବିଜେପି ଦଳ, ଯୁବ ବିଜେଡି ଦଳ, ଗଣ ମାଧ୍ୟମ ସଂଗଠନ ଓ ସର୍ବପରି ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ଡିସେମ୍ବର ୨ ରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା:ଅମିତ କୁମାର ମଲ୍ଲିକଙ୍କୁ ବାର୍ତ୍ତାବହ ସମ୍ମାନ ଓ ଡା. ରାମଚନ୍ଦାନୀଙ୍କୁ ପୁସ୍ତକମେଳା ସମ୍ମାନ
ବୌଦ୍ଧ,୨୩/୧୧ : ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ତରଫରୁ ଆୟୋଜିତ ହୋଇ ଆସୁଥିବା ବୌଦ୍ଧ ପୁସ୍ତକମେଳା ଆସନ୍ତା ଡିସେମ୍ବର ୦୨ ତାରିଖରୁ ୦୭ ତାରିଖ ଯାଏଁ କଚେରୀ ଖେଳପଡିଆରେ ଅନୁଷ୍ଠିତ ହେବ ।
ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସେମାନଙ୍କ ନାମ ଘୋଷଣା କରାଯାଇଛି । ଡିସେମ୍ବର ୭ ତାରିଖରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁଥିବାବେଳେ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ଉନ୍ମୋଚିତ ହେବ । ଏହି ଅବସରରେ ସାମ୍ବାଦିକତା, ସାହିତ୍ୟ, ସମାଜସେବା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁସ୍ତକମେଳା ସମ୍ମାନ ପ୍ରଦାନ କରାଯିବ ।
ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟସ୍ତରରେ ବିଶେଷ ସଫଳତା ହାସଲ କରିଥିବା ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସକାଳ’ ଖବରକାଗଜର ପ୍ରକାଶକ ଅମିତ କୁମାର ମଲ୍ଲିକଙ୍କୁ ଚଳିତଥର ବାର୍ତ୍ତାବହ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ବୌଦ୍ଧ ପୁସ୍ତକମେଳା ସ୍ୱତନ୍ତ୍ର ସମ୍ମାନରେ ଡା. ଶଙ୍କର ରାମଚନ୍ଦାନୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଜିଲ୍ଲାସ୍ତରୀୟ ପୁସ୍ତକମେଳା ସମ୍ମାନରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଘୁନାଥ ଷଡଙ୍ଗୀ, ସାହିତ୍ୟ କ୍ଷେତ୍ରରେ ସଞ୍ଜିବ କୁମାର ପ୍ରହରାଜ ଓ ସମାଜସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ଡ୍ରାଇଭର ମହାସଂଘକୁ ସମ୍ବର୍ଦ୍ଧିତ କରାଯିବ । ଏଥିସହିତ ବୌଦ୍ଧଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବାକୁ ବୈଠକରେ ସ୍ଥିରୀକୃତ ହୋଇଛି ।
ଡିସେମ୍ବର ୦୨ ରୁ ୦୭ ତାରିଖ ମଧ୍ୟରେ ଜିଲ୍ଲାର ବହୁ ଅନୁଷ୍ଠାନଙ୍କ ଦ୍ୱାରା ସାହିତ୍ୟସଭା, କବିତା ଆସର, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ, କର୍ମଶାଳା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଇତ୍ୟାଦିି ଅନୁଷ୍ଠିତ ହେବ ।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲାବାହାରୁ ଅନୁଷ୍ଠାନମାନେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଆଜିର ଏହି ବୈଠକରେ ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ଆବାହକ ସତ୍ୟଜିତ୍ କୁମାର ପଣ୍ଡା, ସ୍ମରଣିକା ସଂପାଦକ ସତ୍ୟନାରାୟଣ ପାଣି, ଦିବ୍ୟରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁଙ୍କ ସମେତ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.