Odisha News

ବୌଦ୍ଧ: ଜିଲେଜୁ ଗ୍ରାମରୁ ୧୮ କ୍ୟୁଣ୍ଟାଇଲ ଗଞ୍ଜେଇ ଜବତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୫: ବୌଦ୍ଧ ପୁଲିସ ପକ୍ଷରୁ ପ୍ରତିଦିନ ବ୍ୟାପକ ଭାବେ ବେଆଇନ ଗଞ୍ଜେଇ ଚାଲାଣ ଓ ରଖିବା ଉପରେ ଚଢାଉ ଜାରି ରଖିଛି । କିନ୍ତୁ ଜିଲ୍ଲା ପୁଲିସର ଗଞ୍ଜେଇ ମାମଲା ଗୁଡିକୁ ଦେଖିବାକୁ ଗଲେ ଏଠାରେ ମାଫିଆ ଖସି ଯାଉଥିବା ବେଳେ ପୁଲିସ କିଛି ନିରିହ ଲୋକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ସାରି ଦେଉଛି । ଗତ ସୋମବାର ଦିନ ବୌଦ୍ଧ ପୁଲିସ ବଘିଆପଡା ଅଞ୍ଚଳର ଜିଲେଜୁ ଗ୍ରାମରେ ଗଞ୍ଜେଇ ଥିବା ଖବର ପାଇ ଚଢାଉ କରିଥିଲା ।
ପୁଲିସ ଚଢାଉ ସମୟରେ ଗ୍ରାମ ନିକଟରୁ ବିପୁଳ ମାତ୍ରାରେ ଗଞ୍ଜେଇ ଦେଖିବାକୁ ପାଇବା ସହ ଗଞ୍ଜେଇ ନିକଟରେ ଥିବା ଗ୍ରାମର ଅଭିଯୁକ୍ତ ରମେଶ କହଁର (୩୦) ଜଙ୍ଗଲ ଆଡକୁ ପଲାଇଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ସେଠାରୁ ୩୬ ଗୋଟି ବସ୍ତାରେ ଥିବା ଗଞ୍ଜେଇ ଜବତ କରିବା ସହ ଓଜନ ପରେ ୧୮ କ୍ୟୁଣ୍ଟାଇଲ ହୋଇଥିଲା । ଏନେଇ ପୁଲିସ ଅଭିଯୁକ୍ତ ରମେଶ ନାମରେ ବୌଦ୍ଧ ଥାନାରେ ଏକ ମାମଲା ୨୦୯/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏପଟେ ପୁଲିସ ଗଞ୍ଜେଇ ବିପୁଳ ମାତ୍ରରେ ଜବତ କରୁଥିବା ବେଳେ କିନ୍ତୁ ପ୍ରକୃତ ବେପାରୀ କି ମାଫିଆଙ୍କ ପାଖରେ ପହଞ୍ôଚ ପାରୁନାହିଁ । ଜିଲେଜୁ ଗଂଜେଇ ଜବତ ଘଟଣାରେ ପୁଲିସ ଜାଣିଶୁଣି କିଛି ବେପାରୀଙ୍କୁ ଛାଡି ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପୁଲିସ ଉକ୍ତ ଗଞ୍ଜେଇ ଗୁଡିକ ବେପାରି ମାନଙ୍କ ଘରୁ ଜବତ କରିଥିବା ନେଇ ଚର୍ଚ୍ଚା ହେଉଥିବା ନେଇ ମଧ୍ୟ ଜିଲେଜୁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଣୁ ଜିଲ୍ଲାରେ ଧରା ହେଉଥିବା ଗଞ୍ଜେଇ ମାମାଲା ଗୁଡିକ ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତେବେ ପ୍ରକୃତ ଦୋଷୀ ଧରାପଡିବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ବୌଦ୍ଧ ଜିଲ୍ଲା ପେଣ୍ଟିଙ୍ଗ ଆର୍ଟିସ ୱାର୍କର୍ସ ଆସୋସିଏସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୪/୫: ବୌଦ୍ଧଜିଲ୍ଲା ପେଣ୍ଟିଙ୍ଗ ଆର୍ଟିସ ୱାର୍କର୍ସ ଆସୋସିଏସନ ସଭାପତି ଅନିଲ ସ୍ୱାଇଁ, ସଂପାଦକ ଅହଲ୍ଲାଦ ଠାକୁର, ସଦସ୍ୟ ରମାକାନ୍ତ ବେହେରାଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହର ଓ ପ୍ରକୃତ ଦୋଷୀଙ୍କୁ ସଙ୍ଗୀନ ଦଫାରେ ଗିରଫ କରିବା ଦାବିରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି । ସ୍ଥାନିୟ ମାତଙ୍ଗେଶ୍ୱର ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଏସପି ଅଫିସ କାର୍ଯ୍ୟାଳୟରେ ପହଂଚିଥିଲା । ଗତ ୧୫ ତାରିଖରେ ବିରନରସିଂହପୁର ନର୍ସରୀ ଠାରେ ଜଣେ ପେଣ୍ଟର କାମ ଠିକା ନେଇ ସୁବାସ ସାହୁଙ୍କୁ କାମରେ ଲଗାଇ ଥିଲେ ।
ପୂର୍ବରୁ ସେ ତିନିଜଣ ପେଣ୍ଟରଙ୍କ ଦ୍ୱାରା କାମ କରାଇ ସର୍ବମୋଟ ୧ ଲକ୍ଷ ୪୧ ହଜାର ଟଙ୍କା ଦେଇ ନାହାନ୍ତି ଓ ସଂଗଠନର ନିଷ୍ପତି ବିରୁଦ୍ଧରେ କାମ କରୁଥିଲେ । ସଂଘର ସଭାପତି ଅନିଲ ସ୍ୱାଇଁଙ୍କ ସହ ଅନ୍ୟ କର୍ମକର୍ତ୍ତା ତାଙ୍କୁ ସଂଘରେ ଆଲୋଚନା କରି ସେହି କାମ କରିବା ପାଇଁ କହିଥିଲେ । ଉଭୟ କମ ବନ୍ଦ କରିବା ପାଇଁ ନର୍ସରୀ କର୍ମଚାରୀଙ୍କୁ କହିଥିଲେ । ସଙ୍ଗେ ସଙ୍ଗେ ନର୍ସରୀ କର୍ମଚାରୀ ଓ ବନ କର୍ମଚାରୀମାନେ ସେମାନଙ୍କୁ ଘେରିଯାଇ ମରଣାତ୍ମକ ଆକ୍ରମଣ କରିଥିଲେ । ଏଥିରେ ସଭାପତି ଶ୍ରୀ ସ୍ୱାଇଁଙ୍କ ଆଖିରେ ଆଘାତ ଲାଗିଛି । ଥାନାରେ ଅଭିଯୋଗ କଲେ ଜୀବନରେ ମାରି ଦେବାର ଧମକ ଦେଇ ନିଜେ ଥାନାରେ ମିଛ ଅଭିଯୋଗ କରିଛନ୍ତି । ଏହା ସଂଘର ସଦସ୍ୟମାନେ ଜାଣିବା ପରେ ସମସ୍ତେ ଏକତ୍ରିତ ହୋଇ ଟାଉନ ଥାନାକୁ ଯାଇ ପ୍ରକୃତ ଘଟଣା ଜଣାଇ ଲିଖିତ ଲିଖିତ ଅଭିଯୋଗ କରିଛନ୍ତି ।
ପୁଲିସ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ । ସଂଗଠନର ଚାପରେ କେସ ପଂଜିକୃତ ହୋଇଛି କିନ୍ତୁ ପୁଲିସ ଜାଣିଶୁଣି ସେମାନଙ୍କ ଉପରେ ଦଫା କୋହଳ କରିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଯିବା ଓ ଜିଲ୍ଲା ସଭାପତି ଶ୍ରୀ ସ୍ୱାଇଁଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ଉପରେ ଲଗାଯାଇଥିବା ମିଥ୍ୟା କେସ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଥିଲା । ଯଦି ଦାବି ପୂରଣ କରାନଯାଏ ତାହାହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ରାଜ୍ୟ ସାଧରଣ ସଂପାଦକ ରଂଜନ ମିଶ୍ର, ଶ୍ରମିକ ନେତା ଅବକାଶ ସାହୁ ଉପସ୍ଥିତ ଥିଲେ ।
ନ୍ନ ଦଶଗୋଟି ବିଷୟ ଉପରେ ଆଧାରିତ କାର୍ଯ୍ୟକ୍ରମ ମହାଜନସଂପର୍କ ଅଭିଯାନ ଓ ବିଭିନ୍ନ କାର୍ଯ୍ୟକ୍ରମମାନ ପାଳନ କରାଯିବ । ରମେଶ କୁମାର ମହାନ୍ତି ଲୋକସଭା ପ୍ରଭାରୀ ଓ ସଂଯୋଜକ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ, ସୁଶାନ୍ତ ପ୍ରଧାନ,ପ୍ରେମାନନ୍ଦ ମିଶ୍ର, ମନରଂଜନ ଦାଶ ଚିତ ପାତ୍ର,ସୁଶାନ୍ତ ବାଘ,ତାପସ ପଟ୍ଟନାୟକ,ଶ୍ୟାମସୁନ୍ଦର ପୁରୋହିତ,ନିରଂଜନ ଦାନୀ,ରବି ଦେଓ,ତ୍ରିପୁରାରୀ ବେହେରା,ନମିତା ରାଣୀ ଦାଶ,ମିନାରାଣୀ ମିଶ୍ର,ରଶ୍ମିତା ହୋତା,ଶାନ୍ତି ଦନ୍ତା,ପଦ୍ମାଳୟା ପ୍ରଧାନ,ପୁଷ୍ପା ମହଲା,ଯୁଗଳ ସାମଲ,ମାଗୁଣି ଗାଇଗୌରିଆ,ଶମ୍ଭୁ ପ୍ରସାଦ ମୁଣ୍ଡା,ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ,ଅଞ୍ଜନ କୁମାର ସାହୁ ଓ ପ୍ରମୁଖ ଉପସ୍ଥିତ ଥିଲେ ।
ହାୱାଇ ଅଟକାଇ ପ୍ରତିବାଦ କଲେ ଗ୍ରାମବାସୀ
ବୌଦ୍ଧ,୨୪/୫: ବୌଦ୍ଧ ଜିଲ୍ଲାରେ ଖୋଦ୍ଧା-ବଲାଙ୍ଗିର ରେଲପଥ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବେସରକାରୀ ଠିକା ସଂସ୍ଥା ଦ୍ୱାରା ଚାଲୁଥିବା ବେଳେ ବିଭିନ୍ନ ସ୍ଥାନର ମାଟି, ମୁରୁମ ଆଣି ରେଲପଥ ନିର୍ମାଣ କାର୍ଯ୍ୟରେ ଲଗାଯାଉଛି । ଏନେଇ ବୌଦ୍ଧ ଥାନା ଅର୍ନ୍ତଗତ ହରଭଙ୍ଗା ବ୍ଳକର ବଡବାଗବର ଗ୍ରାମବାସୀ ମାନଙ୍କ ସହ ଆଲୋଚନା ହୋଇଥିଲା । ଗ୍ରାମରେ ଥିବା ତଳି ବନ୍ଧରୁ ମାଟି ଓ ମୁରୁମ ଉଠାଣ କରିବାକୁ ଗ୍ରାମବାସୀ ଓ ଠିକା ସଂସ୍ଥା ମଧ୍ୟରେ ଆଲୋଚନା ହୋଇଥିଲା । ମାଟି ଓ ମୁରୁମକୁ ପରୀକ୍ଷା କରିବା ପରେ ଠିକା ସଂସ୍ଥା କୁଆଡେ ପ୍ରତିଶୃତି ଦେଇଥିଲେ । ଠିକା ସଂସ୍ଥା କିଛି ଦିନ ଉତ୍ତୋଳନ କରିବା ପରେ ବ୍ୟତିକ୍ରମ ଦେଖାଦେଇଥିଲା ।
ବ୍ୟକ୍ତି ଗତ ଜମି ସହ ସଲଗ୍ନ ରାସ୍ତା ମିଶାଇ ମାପ କରିବା ପରେ ଜଣାପଡିଗଲା । ଗ୍ରାମରେ କିଛି ଗୋଚର ଜମିରୁ ମାଟି ଉତ୍ତୋଳନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ କୌଣସି ଲିଖିତ ଅନୁମତି ନେଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛିନ୍ତି । ଏନେଇ ମଙ୍ଗଳାର ଦିନ ଗ୍ରାମବାସୀ ଲାଣ୍ଡିବନ୍ଦ ନିକଟସ୍ଥ ଜେଲ ରାସ୍ତାରେ ଠିକା ସଂସ୍ଥାର ଗାଡିଗୁଡିକୁ ଅଟକାଇଥିଲେ । ଠିକା ସଂସ୍ଥା ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ମଧ୍ୟାହ୍ନରେ ସମସ୍ୟାର ସାମାଧାନ ହୋଇଥିଲା ।
ଅପରେସନ ସଂଜିବନୀ ପରେ ଉଦ୍ଧାର କରାଯାଇଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଶ୍ରମିକ କାର୍ଡ ପ୍ରଦାନ କଲା ଜିଲାପ୍ରଶାସନ
ବୌଦ୍ଧ,୨୩/୫ : ଅପରେସନ ସଂଜିବନୀ ମାଧ୍ୟମରେ ମହାରାଷ୍ଟ୍ରର ପୁନେ ନିକଟବର୍ତ୍ତି ଏକ ଗ୍ରାମରେ ନିର‌୍ୟ୍ୟାତନାର ଶିକାର ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଗତ ୧୪ ତାରିଖ ଦିନ ଜିଲ୍ଲାକୁ ଫେରାଇ ଅଣାଯାଇଥିଲା । ଏଥିପାଇଁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ଥଇଥାନ କାର‌୍ୟ୍ୟକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଦ୍ଧାର କରାଯାଇଥିବା ସମସ୍ତ ଶ୍ରମିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ କରାଯାଇଛି । ଏହି ଶିବିରରେ ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଜିଲା ଶ୍ରମ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୯ ଜଣ ଶ୍ରମିକଙ୍କ ନାମ ପଂଜିକରଣ କରାଯାଇ ସେମାନଙ୍କୁ ଶ୍ରମକାର୍ଡ ପ୍ରଦାନ କରାଯାଇଥିଲା । ଶ୍ରମିକମାନଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବାବେଳେ ଜିଲା ମଙ୍ଗଳ ବିଭାଗ ପକ୍ଷରୁ ବରଗୋଛା ସେବାଶ୍ରମରେ ରହି ପାଠ ପଢାଇବାର ବ୍ୟବସ୍ଥା କରାଯାଇଛି । ସେହିପରି ସମସ୍ତ ଶ୍ରମିକ ପରିବାରର ଜବକାର୍ଡଧାରୀମାନଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇଥିବାବେଳେ ତିନିମାସର ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ, ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ କର୍ମଚାରୀ କାହ୍ନୁଚରଣ ମହାରଣା,ଆର. ବିଜୟ କୁମାର,ସୁଜିତ କୁମାର ଦାଶଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
ଦୁଇ ବାଇକ ମୁହାଁମୁହିଁ, ଜଣେ ମୃତ ,
ବୌଦ୍ଧ,୨୪/୫:ବୌଦ୍ଧ ଥାନା ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହା ମୁଁହି ଧକା । ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ବାମଣ୍ଡା ଗ୍ରାମର ପପୁନ ସେଠି ଓ ଗୁରୁତର ହେଲେ କନକପୁର ଗ୍ରାମର ରାଜ କିଶୋର ମୁନା । ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ମେଡିକାଲ ପରେ ବୁର୍ଲା ସ୍ଥାନାନ୍ତରିତ କରଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କନକପୁର ଗ୍ରାମର ରାଜ କିଶୋର ମୁନା ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବମଣ୍ଡା ଗ୍ରାମର ପପୁନ ସେଠି ଆଉ ଏକ ବାଇକ ଯୋଗେ ଆସୁଥିବା ବେଳେ ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପପୁନ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଶୋରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.