Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି କ୍ଷ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କଲେଜ ଓ ବ୍ଲକସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଥିଲା ।
କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବକମାନଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ଉଦେଶ୍ୟରେ ସରକାର ଏହି ନୂତନ ଯୋଜନା ଆରମ୍ଭ କରିଛନ୍ତି କ୍ଷ
ଏହି କାର୍ଯ୍ୟକ୍ରମରେ ଜିଲାର ଯୁବକ ଓ ଛାତ୍ରଛାତ୍ରୀ ମାନେ ଅଧିକ ସଂଖ୍ୟାରେ ଯୋଗଦେବେ ସେନେଇ ପ୍ରସ୍ତୁତି ସହ ପ୍ରଚାର ପ୍ରସାର କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଉପଜିଲାପାଳ ରବିନ୍ଦ୍ର ନାଥ କହଁର , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.