Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୯: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଳାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ସଡକ ଦୁର୍ଘଟଣା ଏବଂ ମୃତ୍ୟୁହାର ନେଇ ସମୀକ୍ଷା କରାଯାଇଥିଲା ।
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ, ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଜାତୀୟ ରାଜପଥ ନିର୍ବାହି ଯନ୍ତ୍ରୀ ଚନ୍ଦନ କୁମାର ରଥ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ଜିଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
ସଡକ ସୁରକ୍ଷା ଉପରେ ପୋଲିସ୍ ଏବଂ ଆରଟିଓଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ, ବାଇ-ପାସ୍ ରାସ୍ତାର ଜଗଦୀଶପୁର ଛକ ଠାରେ ଦୁର୍ଘଟଣା ରୋକାଯିବା , ଆଡେନିଗଡ ଉଐଉ ରେ ଆମ୍ବୁଲାନ୍ସ ରଖାଯିବା ନେଇ ଆଲୋଚନା କରାଯାଇଥିଲା ।

Related Posts

Seo wordpress plugin by www.seowizard.org.