Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ହସ୍ତଶିଳ୍ପ ସଂପର୍କିତ ଜିଲାସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୭: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ହସ୍ତଶିଳ୍ପ ସଂପର୍କିତ ଜିଲାସ୍ତରୀୟ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି । ହସ୍ତଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ବିଷ୍ନୁପ୍ରଦ ମାରେଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ବୌଦ୍ଧ ଜିଲାର ହସ୍ତଶିଳ୍ପ ଓ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ସଂପର୍କରେ ଆଲୋଚନା କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଇଥିଲା । ବର୍ତମାନ ସମୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲାର କାରିଗର ମାନଙ୍କ ଦ୍ୱାରା ହସ୍ତଶିଳ୍ପ ର ଜିନିଷ ପ୍ରସ୍ତୁତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ ।
ଏହାସହ ବୌଦ୍ଧ ଜିଲାରେ ହସ୍ତଶିଳ୍ପ ବଜାର ସ୍ଥାପନା ନେଇ ଆଲୋଚନା କରାଯାଇଥିଲା । ଜିଲାର ଟେରାକୋଟା ଓ ବାଉଁଶ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ତାଲିମ ଶିବିରମାନ ଆୟୋଜନ କରିବାକୁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା ।
ଅନୁଷ୍ଠିତ ବୈଠକରେ ଲିଡ ବ୍ୟାଙ୍କ ମେନେଜର ରବିନ୍ଦ୍ର କୁମାର ସେଠୀ, ଓରମାସର ଶିବାଜୀ ଦାସ, ମାଷ୍ଟର ଟ୍ରେନର ବୈକୁଣ୍ଠ ବିହାରି ପୃଷ୍ଟି , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂଙ୍କ ସମତେ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.