Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୬: ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନେ ଅଂଶଗ୍ରହଣ କରିଥିଲେ ।
ମଧ୍ୟାହ୍ନ ଭୋଜନ ପରିଚାଳନାରେ ପାଚିକା ଓ ସହାୟିକା ମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜିଲାପାଳ ଦିଗଦର୍ଶନ ପ୍ରଦାନ କରିଥିଲେ ।
ଦିଗଦର୍ଶନ କାର୍ଯ୍ୟକ୍ରମ ରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନେ ନିଜ ନିଜ ଅନୁଭବକୁ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମସ୍ତେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନି କୁମାର ମେହେର, ଅତିରିକ୍ତ ଶିକ୍ଷା ଜିଲା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.