Odisha News

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଥଯାତ୍ରା ପ୍ରସ୍ତୁତି ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୬ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ଉପସ୍ଥିତ ସଭ ସମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ବିଗତ ବର୍ଷର ଆୟ ବ୍ୟୟର ହିସାବ ଦିଆଯାଇଥିଲା ।
ଚଳିତବର୍ଷ ଏହାକୁ ଧୁମଧାମ୍ ରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ଆବଶ୍ୟକୀୟ ଶାନ୍ତି ଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ଶ୍ରୀସୋନାଲ ନିର୍ଦ୍ଦେଶ ଦେଇଥିଲେ ।
ପୁର୍ତ ବିଭାଗ ପକ୍ଷରୁ ପୁରୁଣା ରଥର ସ୍ଥିତି ଅନୁଧ୍ୟାନ କରାଯାଇଥିବାବେଳେ ଆବଶ୍ୟକୀୟ ରଥ ମରାମତି ପାଇଁ ତୁରନ୍ତ କାଠ ଯୋଗାଇ ଦେବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରଖି ଜରୂରୀ ସେବା ଯୋଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଠାକୁରମାନଙ୍କ ଆଭୁଷଣ ଅଳଙ୍କାର ତଦାରଖ ଓ ମରାମତି ନିଷ୍ପତି ଗ୍ରହଣ କରାଯାଇଥିଲା । ପୁର୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଲଗ୍ନ ପ୍ରଦାନ କରିଥିଲେ ।
ଠିକ୍ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥି ସହିତ ରଥ ମରାମତି, ବଡ଼ଦାଣ୍ଡ ର ଗଛ ଡାଳ କଟା, ମାଉସୀ ମା ମନ୍ଦିର ଠାରେ ବଢ଼େଇ ମାନଙ୍କ ପାଇଁ, ରୋଷେଇ ଗୃହ ନିର୍ମାଣ, ମିନା ବଜାର, ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ, ଜରୁରୀ ଚିକିତ୍ସା, ଆଲୋକ ବ୍ୟବସ୍ଥା, ଭଜନ ସମାରୋହ ବିଷୟରେ ବୈଠକ ରେ ଆଲୋଚନା କରାଯାଇଥିଲା କ୍ଷ
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ମହାପାତ୍ର,ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ସଂପାଦକ ଶଙ୍କର ପ୍ରସାଦ ପୁରୋହିତ, ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ, ଅତିରିକ୍ତ ବନସଂରକ୍ଷକ ଆଶିଷ କୁମାର କହଁର,ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ପୂର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.