Odisha News

ବୌଦ୍ଧ: ଜାତୀୟ ଶିଶୁ କନ୍ୟା ଦିବସ ପାଳନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧: ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ସ୍ଥାନିୟ ଟାଉନହଲ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଅଛି । ଉକ୍ତ ଉତ୍ସବରେ ଶିଶୁ କନ୍ୟା ମାନଙ୍କ ମଧ୍ୟରେ ଫେନସି ଡ୍ରେସ, ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ ଲିଖନ ପ୍ରତିଯୋଗିତା, ଶୃଜନଶୀଳ ଲେଖନ ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କେଜିବିଭି ବଲାସିଙ୍ଗା ଓ ପୁରୁଣକଟକ ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ ବିଷୟରେ ଏବଂସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଛାତ୍ରୀ ମାନେ ହାଇସ୍କୁଲ ସ୍ଥରରେ ଚାଲିଥିବା ଧନ୍ଦାମୂଳକ ଶିକ୍ଷାକୁ ପ୍ରଦର୍ଶିତ କରିଥିଲେ ।
ଏଥିସହିତ ପୋପେଟ ତିଆରି , କାଗଜ କାରିଗରୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉଦାଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଯୋଗଦେଇ ଶିଶୁକନ୍ୟା ମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । କନ୍ୟା ଶିଶୁ ମାନଙ୍କୁ ସବୁବେଳେ ସାହାସି ହେବାକୁ କହିବା ସହିତ କୌଣସି ପ୍ରକାରେ ଅସୁବିଧା ହେଲେ ବା ଅସୁରକ୍ଷିତ ମଣିଲେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନେ କଠିନ ପରିଶ୍ରମ କରି, ଭଲ ପାଠ ପଢି ଓ ସୁନାଗରିକ ହୋଇ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ । ନାରୀ ଶିକ୍ଷିତ ହେଲେ ସମାଜରେ ପରିବର୍ତ୍ତନ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ସେଲେଷ୍ଠାଇନ କୁଜୁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଡେପୁଟି କଲେକ୍ଟର ଝରଣା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମକୁ ଜେଣ୍ଡର କୋଡିନେଟର ରାଜଲକ୍ଷ୍ମୀ ପଣ୍ଡା ସଂଯୋଜନା କରିବାସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଶିଶୁମାନଙ୍କ ପାଇଁ ଥିବାବିଭିନ୍ନ ଆଇନ ଓ ଯୋଗାଯୋଗ ଅଧିକାରୀ ତଥା ସଂସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପ୍ରଧାନ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ରିତିକାନ୍ତୀ ବଳିଆରସିଂ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ୨୦୨୨ରେ ଜିଲ୍ଲାପାଇଁ ଗୌରବ ଆଣିଥିବା ଦଶମ ଟପର ୨ଜଣ ଶିଶୁକନ୍ୟା ଙ୍କୁ ସମ୍ମାନିତ କରାଯାଇଥିବାବେଳେ ଅସୁରକ୍ଷିତ ଅବସ୍ଥାରୁ ଶିଶୁ କନ୍ୟା ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ପୃଷ୍ଠପୋକ୍ଷକତା ସହାୟତା, ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତ ବୈଷୟିକ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆତ୍ମ ସୁରକ୍ଷା କୌଶଳ ତାଲିମ ବିଦ୍ୟାଳୟ ସ୍ଥରରେ ସୁଭାରମ୍ଭ ହୋଇଥିଲା ଏବଂ ପଂଚାୟତ ମହାବିଦ୍ୟାଳୟର ଛାତ୍ରୀ ମାନେ ଏହାକୁ ପ୍ରଦର୍ଶିତ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭୟ ଦାଶଙ୍କ କରକମଳରେ ଉତ୍ସବଟି ଉଦଘାଟନ ହୋଇଥିଲା । ଜିଲ୍ଲା ପ୍ରକଲ୍ପ ପରିଚାଳକ ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ ରୁପକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା/ମଣିପୁର, କେଜିବିଭି ବଲାସିଙ୍ଗା, କେଜିବିଭି ପଲସାଗୋରା, ସରକାରୀ ବାଳିକା ଉଚ୍ଚ ବିଦ୍ୟଳୟ ବୌଦ୍ଧ, ବ୍ରାଇଟ ମାଇଣ୍ଡ, ଜାଭିଅର, ସରସ୍ୱତି ବିଦ୍ୟା ମନ୍ଦିର ବୌଦ୍ଧ, କେନ୍ଦ୍ରିୟ ବିଦ୍ୟାଳୟ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ଆଯ୍ୟନ ଏକାଡେମି, ଶ୍ରୀ ଅରବିନ୍ଦ, ଡାଇମେନସନ ପବ୍ଲିକ ସ୍କୁଲ, ରାମକୃଷ୍ଣ ବାଳାଶ୍ରମ ଓ ସ୍ୱତନ୍ତ୍ର ବିଦ୍ୟାଳୟର ୨୫୦ରୁ ଅଧିକ ଛାତ୍ରୀ ଓ କାର୍ଯ୍ୟକର୍ତା ଓ ଅଭିଭାବକ, ଚାଇଲ୍ଡ ଲାଇନ କର୍ମଚାରୀ, ଜିଲ୍ଲା ସଂଯୋଜିକା ଏକ୍ସନ ଏଡପ୍ରବିଜ୍ଞା ଦାସଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ରକର୍ମକର୍ତା ଓ ସର୍ବଶିକ୍ଷା ଅଭିଯାନର କର୍ମକର୍ତ୍ତା , ସିଆରସିସି, ଧନ୍ଦାମୂଳକ ପ୍ରଶିକ୍ଷକ ମାନେ ସହଯୋଗ କରିଥିଲେ । ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ସଂଯୋଜନା କରିଥିଲାବେଳେ ସୁଶାନ୍ତ କର୍ଣ୍ଣ ପ୍ରାରମ୍ଭିକ କାର୍ଯ୍ୟ ପରିଚାଳନା କରିଥିଲେ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ
ବୌଦ୍ଧ,୨୫/୧ : ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ଅଭିଭାବକ ମାନସ କୁମାର ପୁରୋହିତ ସଭାପତିତ୍ବ କରିଥିଲେ, ବାଣିଜ୍ୟ ଅଧ୍ୟାପକ ଜେନି ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ଅଧକ୍ଷ ରାଜକିଶୋର ପୃଷ୍ଟି ପୂର୍ବ ବିବରଣୀ ସହିତ ବୈଠକ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଉକ୍ତ ବୈଠକ ରେ ପ୍ରବେଶିକା ପରୀକ୍ଷା, ବାର୍ଷିକ ଉତ୍ସବ ପାଳନ, ବିଦ୍ୟାଳୟରେ ପାଠପଢ଼ା, ଶୌଚାଳୟ, ପିଇବା ପାଣି, ମଧ୍ୟାହ୍ନ ଭୋଜନ, ପାକଶାଲା ବଗିଚା, ଖେଳପଡିଆ, ହଷ୍ଟେଲ ନିର୍ମାଣ, ସାଧାରଣତନ୍ତ୍ର ଦିବସ ପାଳନ, ସରସ୍ୱତୀ ପୂଜା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।
ଆସନ୍ତା ମାର୍ଚ୍ଚ ମାସ ଶେଷ ସପ୍ତାହ ରେ ବାର୍ଷିକ ଉତ୍ସବ ଆୟୋଜନ ନିମନ୍ତେ ସ୍ଥିର କରାଯାଇଥିଲା, ବିଭିନ୍ନ ଆଲୋଚନାରେ କୃତ୍ତିବାସ ପଲିଆ, ସୁଧୀର କୁମାର ପ୍ରଧାନ, ରାଜକୁମାର ପ୍ରଧାନ, ମହେଶ ପ୍ରସାଦ ନାୟକ ଭାଗ୍ୟଧର ଭୋକ୍ତା, ବିଭୁପ୍ରସାଦ ପାଣିଗ୍ରାହୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ, ଶେଷରେ ଓଡ଼ିଆ ଶିକ୍ଷକ ଦିଲ୍ଲୀପ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.