Odisha News

ବୌଦ୍ଧ ଆଦର୍ଶ କୃଷି ବଜାର ପରିଦର୍ଶନ କଲେ ଉପ- ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୩ : ରବିବାର ଦିବା ୧୧ ଘଣ୍ଟା ସମୟରେ ନିୟନ୍ତ୍ରିତ ବଜାର କମିଟି ପରିଚାଳିତ ବୌଦ୍ଧ ସ୍ଥିତ ଆଦର୍ଶ କୃଷି ବଜାର ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ପ୍ରବୀଣ କୁମାର ବାଣୁଆ ।
କୃଷି ବଜାରକୁ ଆସିଥିବା ଚାଷୀ ମାନଙ୍କ ସହ ଶ୍ରୀ ବାଣୁଆ କୃଷି ବଜାର ର ଆନୁଷଙ୍ଗିକ ସ୍ଥିତି, ବ୍ୟବସାୟ ରୁ ମିଳୁଥିବା ଲାଭ,ବାହାର କୁ ମାର୍କେଟିଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ । ସେହିପରି ପ୍ରତ୍ୟେକ ରବିବାର ବଜାର ପରିସରରେ ହେଉଥିବା ସାପ୍ତାହିକ ବୁଣାକାର ବଜାରକୁ ବୁଲି ଦେଖିବା ସହ ଆସିଥିବା ବୁଣାକାର, ବ୍ୟବସାୟୀ ଓ ଗ୍ରାହକ ମାନଂକ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ ।
ପରିଦର୍ଶନ ସମୟରେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମାନଙ୍କ ସହ ବୟନ ଶିଳ୍ପ କାର୍ଯ୍ୟାଳୟର ଉପ ସହକାରୀ ନିବନ୍ଧକ ରଘୁନାଥ ପୂ ଜାରୀ,ନୀଳଲୋହିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Posts