Odisha News

ବୌଦ୍ଧ : ଆଇନ ସଚେତନତା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୧୨ : ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ “ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର ଇଂରାଜୀରୁ ଆଞ୍ଚଳିକ ଭାଷାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି SUVAS(ସଫ୍ଟୱେର୍)କୁ ଅନୁବାଦ, ଓଡ଼ିଶା ହାଇକୋର୍ଟ ଭିଡିଓ କନଫରେନ୍ସିଂ ଫର୍ କୋର୍ଟ୍ସ ନିୟମ, ୨୦୨୦ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ସୁବିଧା ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟର ସିଭିଲ୍ ପ୍ରୋସିଜିଅର ଇଊଜ ନିୟମ, ୨୦୦୭ ଏବଂ ସିଭିଲ୍ ପ୍ରୋସିଜିଅର ମଧ୍ୟସ୍ଥତା ନିୟମ, ୨୦୦୭ ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧକ୍ଷ ଶ୍ରୀ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଖିଲ କୁମାର ପଶ୍ଚିମକବାଟ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌, ବୌଦ୍ଧ, ଶ୍ରୀ ନିରଞନ ପାତ୍ର, ମୁଖ୍ୟ ଦଣ୍ଡାଧିଶକାରୀ, ବୌଦ୍ଧ, ଶ୍ରୀ ଜୟ ପ୍ରକାଶ ନାଏକ, ରେଜିଷ୍ଟ୍ରାର, ଦେବ୍ୱାନୀ କୋର୍ଟ, ବୌଦ୍ଧ, ଶ୍ରୀମତି ଅନୂଶିଳା ରୋୟ, ବରିଷ୍ଠ ଦେବ୍ୱାନୀ ବିଚାରପତି, ବୌଦ୍ଧ, ଶ୍ରୀମତି ଶ୍ରଧାଞଳି ରାୟ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ, ଶ୍ରୀମତୀ ସୁନନ୍ଦା ସାହୁ, ବରିଷ୍ଠ ଦେବ୍ୱାନୀ ବିଚାରପତି (ମହିଳା ଅଦାଲତ), ଶ୍ରୀ ନିରଞନ ଦାସ, ଉପଖଂଡିୟ ବିଚାର ବିଭାଗୀୟ ବିଚାରପତି, ଶ୍ରୀମତି ସୁସ୍ମିତା ପ୍ରୀୟଦର୍ଶିନୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ନିରାଲି ସାମନ୍ତରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବୌଦ୍ଧ, ଡାକ୍ତର ଶ୍ରୀ କିଶୋର ଚନ୍ଦ୍ର ପଟ୍ଟନାୟକ, ସାରଦା ପ୍ରସାଦ ଦାସ, IIC ଏବଂ ବରିଷ୍ଠ ଓକିଲ ଗଣ ଉପସ୍ଥିତ ଥିଲେ ।
ଏହା ସହ ଆମ୍ଭ ଜିଲ୍ଲାର ବରିଷ୍ଠ ଓକିଲ ଶ୍ରୀ ତାରେଣୀ ମହାପାତ୍ର, ଶ୍ରୀ ଧୁରୀନ ଦେହୁରୀ, ଏବଂ ବହୁ ଅନ୍ୟାନ୍ୟ ଓକିଲଗଣ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର କର୍ମଚାରୀଗଣ ମଧ୍ୟ ଉପସ୍ଥିତ ଥିଲେ । ଏଥରେ ସମସ୍ତଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର ଇଂରାଜୀରୁ ଆଞ୍ଚଳିକ ଭାଷାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି SUVAS(ସଫ୍ଟୱେର୍)କୁ ଅନୁବାଦ, ଓଡ଼ିଶା ହାଇକୋର୍ଟ ଭିଡିଓ କନଫରେନ୍ସିଂ ଫର୍ କୋର୍ଟ୍ସ ନିୟମ, ୨୦୨୦ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ସୁବିଧା ଏବଂ ମାନ୍ୟବର ଓଡ଼ିଶା ହାଇକୋର୍ଟର ସିଭିଲ୍ ପ୍ରୋସିଜିଅର ADR ନିୟମ, ୨୦୦୭ ଏବଂ ସିଭିଲ୍ ପ୍ରୋସିଜିଅର ମଧ୍ୟସ୍ଥତା ନିୟମ, ୨୦୦୭ ଉପରେ ବୁଝାଯାଇଥିଲା ।

Related Posts