Odisha News

ବୌଦ୍ଧସ୍ଥିତ ମାଁ ଭୈରବୀଙ୍କ ନିକଟରେ ଲାଗିହେଲା ନବାନ୍ନ,ପୁର ପଲ୍ଲିରେ ଅନନ୍ଦଉଲ୍ଲାସରେ ନୂଆଖାଇ ପାଳନ ହେଲା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୯: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନିକଟରେ ଆଗି ନିର୍ଦ୍ଦାରିତ ସମୟରେ ନବାନ୍ନ ଲାଗିବା ପରେ ଗ୍ରାମ ଗୁଡିକର ଗ୍ରାମଦେବୀଙ୍କ ପିଠରେ ଲାଗିଥିଲା ନବାନ୍ନ । ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବ ପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇପଡିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ।
କୃଷିଭିତିକ ଗଣପର୍ବ ଯୋଗୁଁ ପୁରା ବୌଦ୍ଧ ଜିଲ୍ଲା ଉତ୍ସବ ମୁଖର ହୋଇପଡିଛି । ଗାଁ ଗାଁରେ ଖୁସିର ମାହୋଲ ସାଙ୍ଗକୁ ଜମିଛି ନାଚ ଗୀତର ଆସର । ଚଷା ପୁଅ ତାର ପ୍ରଥମ ଫସଲକୁ ମାଙ୍କ ନିକଟରେ ଅର୍ପଣ କରିବା ପାଇଁ ପୁରା ବ୍ୟଗ୍ର ହୋଇପଡିଛି । ଚଷା ପୁଅ ନିଜ ଜମିରେ ଖିର ,ଅରୁଆ ଚାଉଳ ଓ ଫୁଲ ଦୁବ ଦେଇ ମାଟି ମାକୁ ପୁଜା ମଧ୍ୟ କରିବାକୁ ଭୁଲି ନଥାଏ ।
ଗ୍ରାମ ଗୁଡିକରେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମଦେବତୀଙ୍କ ନିକଟରେ ନବାହ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଘରର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନବାହ୍ନ ଭକ୍ଷଣ କରି ପରିବାର ମିଶି ନବାନ୍ନ ଭକ୍ଷଣ କରିଥିଲେ । ଏହି ପର୍ବ ପାଳନ ନେଇ ଘରେ ଘରେ ନୂଆଁ ଚାଉଳର ପିଠାପଣା ସହ ବିଭିନ୍ନ ସୁସାଦ୍ୟ ଖାଦ୍ୟର ମହକରେ ଘର ଗୁଡିକ ବାସିବା ସହ ଗାଁ ଦାଣ୍ଡ ମହମହ ବାସୁଛି । ବିଭିନ୍ନ ବର୍ଗରେ ପରମ୍ପରା ଅନୁସାରେ କୁରେଇ, ମହୁଲ, ପଲଶା, ଶାଳ ପତ୍ରରେ ନୂଆଁ ଖାଇଥାନ୍ତି । ଏହା ସହ ନାଚ ଗୀତରେ ପୁରା ଗା ଗାଗୁଡିକ ଉଛୁଳି ପଡୁଛି । ନବାନ୍ନ ଭକ୍ଷଣ କରିବା ପରେ ସାନ ମାନେ ବଡ ଓ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମରି ଆଶିର୍ବାଦ ଗ୍ରହଣ କରିଛନ୍ତି ।
ମୁଷାଡ ଗ୍ରାମରେ ଗଣେଶ ପୂଜା ବାସୀ ଭୋଗ ଖାଇ ୫୮ ଜଣ ଅସୁସ୍ଥ
ବୌଦ୍ଧ,୨୧/୯: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ତିଲେଶ୍ୱର ପଞ୍ଚାୟତର ମୁଷାଡ ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ବୌଦ୍ଧଜିଲ୍ଲାରେ ଆନନ୍ଦ ଉଲ୍ଳାସରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ବାସୀ ଭୋଗ ଖାଇ ୫୮ ଜଣ ଗୁରୁତର ହୋଇପଡିଥିବା ଜଣାପଡିଛି ।
ମିଳିଥିବା ତଥ୍ୟ ଅନୁଯାୟୀ ମୁଷାଡ ଗ୍ରାମରେ ମଙ୍ଗଳବାର ଦିନ ବିଘ୍ନରାଜ ଗଣେଶଙ୍କ ପୂଜା ଗ୍ରାମର ଯୁବକ ମାନଙ୍କ ଦ୍ୱାରା ପାଳିତ ହୋଇଥିବା ବେଳେ ବୁଧବାର ମଧ୍ୟାହ୍ନ ୧୧ଟା ସମୟରେ ଗଣେଶ ପୂଜା ବାସୀ ଚୂଡା ଭୋଗ ଖାଇ ଗ୍ରାମର ୫୮ ଜଣ ଗୁରୁତର ହୋଇପଡିଛନ୍ତି । ଚୁଡା ଭୋଗ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ଅଧିକାଂଶ ବାନ୍ତି କରିଥିଲେ ।
ସମସ୍ତଙ୍କୁ ଚିକିତ୍ସା ପାଇ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏପେଟ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୧୬ ଗୋଟି ବେଡ ଥିବାରୁ ଆବଶ୍ୟକ ସଂଖ୍ୟାରେ ବେଡ ନଥିବାରୁ ୨୫ ଜଣ ଶିଶୁ ଓ କିଛି ବୃଦ୍ଧଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ଅନ୍ୟ ଆକ୍ରାନ୍ତ ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଓ ମହିଳା ଥିବା ଜଣାପଡିଛି । ଏପେଟ ଖବର ପାଇ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ବୌଦ୍ଧ ମେଡିକାଲକୁ ଯାଇ ସ୍ଥିତର ଅନୁଧ୍ୟାନ କରିଛନ୍ତି ।

Related Posts

Seo wordpress plugin by www.seowizard.org.