Odisha News

ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୫: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଂଚିଥିଲା ।
ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଏନସିସି ବେଣ୍ଡ ଦଳ ସାମିଲ ହୋଇ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।
ଟାଉନହଲଠାରେ ଆୟୋଜିତ ବିଶ୍ୱ ରେଡକ୍ରସ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରେଡକ୍ରସ ପତାକା ଉତୋଳନ କରିବା ସହିତ ଶପଥ ପାଠ କରାଇଥିଲେ । ପରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳ ଶ୍ରୀମିଶ୍ର ପ୍ରଥମେ ରକ୍ତଦାନ କରିଥିଲେ ।
ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀମିଶ୍ର ଯୋଗଦେଇ ସେବାକୁ ଆଧାର କରି ଛାତ୍ର ଜୀବନରୁହିଁ ଦେଶର ସେବା କରିବାକୁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ,ଉପଜିଲ୍ଲାପାଳ ସନତ କୁମାର ନାଏକ,ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରେଡକ୍ରସର ସମସ୍ତ ଆଜୀବନ ସଦସ୍ୟ, ଆୟୋଜିତ ପ୍ରତିଯୋଗତାର କୃତୀ ପ୍ରତିଯୋଗୀ,ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସ୍ୱେଛାସେବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ ଅତିଥି ପରିଚୟ,ସ୍ୱାଗତଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ସ୍ଥପତି ସୁମନ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବହୁଳ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରିଥିଲେ ।
ବିନାସୁଚନା ଫଳକରେ ରାସ୍ତାକାମ,ନିମ୍ନମାନର କାମ ନେଇ ବିଡିଓଙ୍କ ପାଖରେ ଅଭିଯୋଗ
ବୌଦ୍ଧ,୯ା୫: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର କରଂଜକଟା ଗ୍ରାମପଞ୍ଚାୟତର ଲକ୍ଷ୍ମଣପୁର ଗ୍ରାମରେ ବିନା ସୁଚନାଫଳକରେ ରାସ୍ତା କାମ ଚାଲୁଥିବା ବେଳେ ନିମ୍ନ ମାନର କାମ ହେଉଥିବା ନେଇ ବିଡିଓଙ୍କ ପାଖରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଲକ୍ଷ୍ମଣପୁର ଗ୍ରାମର ମହାବନ୍ଧ ସାହି ଠାରେ ବିନାପଲ୍ଲୀସଭାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । ଉକ୍ତ କାମଟି କାହା ପକ୍ଷରୁ କରାଯାଉଥିବା ନେଇ କୌଣସି ସୁଚନା ଫଳକ ଲଗାଯାଇନଥିବା ବେଳେ ନିମ୍ନମାନର କାମ ହେଉଥିବା ନେଇ ଗ୍ରାମର କିଛି ଲୋକ ଅଭିଯୋଗ କରିଛନ୍ତି । କିପରି ବିନା ପଲ୍ଳୀସଭାରେ କାମ କରାଯାଉଥିବ ନେଇ ଅଭିଯୋଗ ହୋଇଥିବା ବେଳେ ଏଠାରେ ସରକାରଙ୍କ ନିୟମ କୁଆଡେ ଗଲା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ ହରଭଙ୍ଗା ବିଡିଓଙ୍କୁ ଅଭିଯୋଗ କରିବା ସହ ତଦନ୍ତ କରି ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଏନେଇ ମଧ୍ୟ ବୌଦ୍ଧ ଜିଲ୍ଲାପାଳଙ୍କ ପାଖରେ ଦାବୀ କରିଥିବା ଜଣାପଡିଛି ।
ଓଡିଶା ସାହିତ୍ୟ ଏକାଡେମୀର ବୌଦ୍ଧଜିଲ୍ଲାରେ ସାରସ୍ୱତ ସମାରୋହ
ବୌଦ୍ଧ,୯/୫: ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାବେଶ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରବିନାରାୟଣ ନନ୍ଦ ,ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ସିଦ୍ଧାର୍ଥ ଶଙ୍କର ପାଢୀ, ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ପ୍ରବୀର ମହାନ୍ତି ଯୋଗ ଦେଇଥିଲେ ।
ସଭାରେ ବୌଦ୍ଧ ଜିଲ୍ଲା ଓଡିଶା ସାହିତ୍ୟ ଏକାମେଡୀ ସଦସ୍ୟ ଡ, ସଂଜୟ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏହି ଅଧିବେଶନରେ ଦେବାଶିଷ ପୁରୋହିତ ମଂଚ ପରିଚାଳନା କରିଥିଲେ । ସମାରୋହର ଦିତୀୟ ଅଧିବେଶନରେ ଓଡିଆ ସାହିତ୍ୟରେ ବୌଦ୍ଧ ଧର୍ମ ଉପରେ ଆଲୋଚନା ହୋଇଥିଲା ।
ଏଥିରେ ଅଧ୍ୟାପକ ଡ, ହୃଷିକେଶ ପଣ୍ଡା , ଅଧ୍ୟାପକ ଲଳିତ କୁମାର ମେହେର, ଅଧ୍ୟାପକ ସଦାନନ୍ଦ ମାହାର ,ଅଧ୍ୟାପକ ଡ. ଦେବାଶିଶ ପାଣ୍ଡିଆ, କଥାକାର ଆଦିତେଶ୍ୱର ମିଶ୍ର ଯୋଗ ଦେଇ ବୌଦ୍ଧ ଜିଲ୍ଲାରେ ବୌଦ୍ଧ ଧର୍ମର ଅବସ୍ଥିତି ଓ ବୌଦ୍ଧ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ସାହିୀତ୍ୟକ ଦୁଖିଶ୍ୟାମ ବେହେରା ସଭାପତିତ୍ୱ କରିଥିଲେ ।
ସମାରୋହର ତୃତୀୟ ଅଧିବେଶନରେ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗ୍ରାମ କେଶରୀ ପୃଷ୍ଟି, ଡ, ସରୋଜ ଚନ୍ଦ୍ର ପତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଦିଲିପ ମହାନ୍ତି, ସତ୍ୟନାରାୟଣ ସାହୁ, ସନ୍ତୋଷ କର୍ଣ୍ଣ ପ୍ରମୁଖ ସଂଯୋଜନା କରିଥିଲେ । ସଂଜୟ କୁମାର ପଣ୍ଡା ଦ୍ୱାରା ନିର୍ମାତ ଆଲବମ ଭାବପକ୍ଷୀ ଓ ଦିଲ୍ଲିପ ମହାନ୍ତିଙ୍କ ପୁସ୍ତକ ଇହାଦେଗୁଟେ ମଜାହେଲା ଓ ଅନ୍ୟାନ୍ୟ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

Related Posts

Seo wordpress plugin by www.seowizard.org.