ବୌଦ୍ଧରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକ ଓଡିଆରେ ଲେଖିବା ପାଇଁ ସଚେତନତା ଶୋଭାଯାତ୍ରା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୪ : ଶନିବାର ସକାଳ ୭.୩୦ ମିନିଟ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ଓ ଦୋକାନର ନାମ ଓଡିଆରେ ଲେଖିବା ପାଇଁ ସଚେତନତା ଉଦ୍ଦେଶ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
ବୌଦ୍ଧ ରାମେଶ୍ୱର ମନ୍ଦିର ଠାରୁ ଉକ୍ତ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ବାବଧାନରେ ଓଡିଆ ପକ୍ଷ ପାଳିତ ଅବସରରେ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।
ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶୋଭାଯାତ୍ରା ଜିଲ୍ଲା ମ୍ୟୁଜିୟମ ଠାରେ ପହଞ୍ଚି ଥିଲା ।




