Odisha News

ବୌଦ୍ଧ:ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ, ଷଷ୍ଠ ଦିନର ପ୍ରଥମ ମ୍ୟାଚରେ ଏମଏମୱାଇସି ମାଉଳିସିଙ୍ଗା ଓ ଦ୍ୱିତୀୟ ମ୍ୟାଚରେ ଭିଏସଏସ୍ କ୍ଲବ ବିଜୟୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୪ : ଜିଲ୍ଲା ଷ୍ଟାଡିଅମ ବୌଦ୍ଧ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଇଣ୍ଟର ଡିଷ୍ଟ୍ରିକ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଷଷ୍ଠ ଦିନର ମ୍ୟାଚ ଫ୍ରେଣ୍ଡ କ୍ଲବ ଓ ଏମଏମୱାଇସି ମାଉଳିସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଏମଏମୱାଇସି ମାଉଳିସିଙ୍ଗା ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ଆଜି ସକାଳେ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ମ୍ୟାଚରେ ଅତିଥିଭାବେ ପୂର୍ବତନ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଅଣଗେଜେଟେଡ ବନସେବା ସଂଘ ସଭାପତି ପ୍ରସନ୍ନ ପ୍ରଧାନ ଓ ସଂପାଦକ ଜଗବନ୍ଧୁ ପାତ୍ର ଖେଳାଳୀ ମାନଙ୍କ ସହିତ ପରିଚିତ ହେବାସହ ଉତ୍ସାହିତ କରିଥିଲେ ।
ମ୍ୟାଚକୁ ମୁଖ୍ୟରେଫରୀ ଭାବେ ଚନ୍ଦନ ମହାରଣା ପରିଚାଳନା କରିଥିବାବେଳେ ଲାଇନରେ ସମୀର ପ୍ରଧାନ ଓ ସୂର୍ଯ୍ୟକାନ୍ତ ବେହେରା ସହାୟତା କରିଥିଲେ ।
ଚତୁର୍ଥ ରେଫରୀ ଭାବେ ପ୍ରମୋଦ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ସେହିପରି ଅପରାହ୍ନରେ ଦ୍ୱିତୀୟ ମ୍ୟାଚ ଭିଏସଏସ କ୍ଲବ ମନୁପାଲି ଓ ଜିଏମ୍ କ୍ଲବ ନୂଆସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଭିଏସଏସ କ୍ଲବ ୭-୦ ଗୋଲରେ ବିଜୟୀ ହୋଇଛି । ଆଜିର ଦ୍ୱିତୀୟ ମ୍ୟାଚରେ ଅତିଥିଭାବେ ଏଇଓ ଜିଲ୍ଲାପରିଷଦ ଚାର୍ଲସ ନାଏକ, ଭେଟେରାନ ଫୁଟବଲ ଖେଳାଳୀ ଅଶୋକ କୁମାର ସାହୁ ,ଲିଙ୍ଗରାଜ ଲେଙ୍କା, ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ ଯୋଗ ଦେଇଥିଲେ ।
ଉଭୟ ମ୍ୟାଚରେ ମ୍ୟାଚ କମିଶନର ଭାବେ ଲମ୍ବୋଦର ପୁରୋହିତ ଦାୟିତ୍ୱ ତୁଲାଇଥିଲେ ।
ଏହି ମ୍ୟାଚରେ ମୁଖ୍ୟରେଫରୀ ଭାବେ ଅମିତ ନାଏକ ପରିଚାଳନା କରିଥିବାବେଳେ ଲାଇନରେ ପ୍ରମୋଦ ବେହେରା ଓ ବଳରାମ ବେହେରା ସହାୟତା କରିଥିଲେ ।
ଚତୁର୍ଥ ରେଫରୀ ଭାବେ ଚନ୍ଦନ ମହାରଣା ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ପ୍ରଥମ ମ୍ୟାଚ ବିଏସଏସଏ ବୌଦ୍ଧ ଓ ବିଏସଏସଏ କଣ୍ଟାମାଳ ଏବଂ ଦ୍ୱିତୀୟ ମ୍ୟାଚ ଜେଡି ହାଇସ୍କୁଲ ଓ ବିଏସଏସଏ ହରଭଙ୍ଗା ମଧ୍ୟରେ ଅନୁଷ୍ଠିତ ହେବ ।

Related Posts