Odisha News

ବୌଦ୍ଧ:ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିନ ମ୍ୟାଚରେ ଭିଏସଏସ କ୍ଲବ ମନୁପାଲି ଏବଂ ଫ୍ରେଣ୍ଡସ କ୍ଲବ ବିଜୟୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୪: ଜିଲ୍ଲା ଷ୍ଟାଡିଅମ ବୌଦ୍ଧ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଇଣ୍ଟର ଡିଷ୍ଟ୍ରିକ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଗୁରୁବାର ଚତୁର୍ଥ ଦିନର ମ୍ୟାଚ ଭିଏସଏସ କ୍ଲବ ମନୁପାଲି ଓ ଏମଏମୱାଇସି ମାଉଳିସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଭିଏସଏସ କ୍ଲବ ମନୁପାଲି ଟିମ୍ ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ଆଜି ସକାଳେ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ମ୍ୟାଚରେ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ , ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜିଲ୍ଲା ଫୁଟବଲ ସଙ୍ଘ ସମ୍ପାଦକ ଯୁଗଳ କିଶୋର ସାମଲ, ମ୍ୟାଚ କମିଶନର ଲମ୍ବୋଦର ପୁରୋହିତ ଯୋଗଦେଇ ଖେଳାଳୀ ମାନଙ୍କ ସହିତ ପରିଚିତ ହେବାସହ ଉତ୍ସାହିତ କରିଥିଲେ ।

ମ୍ୟାଚକୁ ମୁଖ୍ୟରେଫରୀ ଭାବେ ଚନ୍ଦନ ମହାରଣା ପରିଚାଳନା କରିଥିବାବେଳେ ଲାଇନରେ ସମୀର ପ୍ରଧାନ ଓ ସୂର୍ଯ୍ୟକାନ୍ତ ବେହେରା ସହାୟତା କରିଥିଲେ । ଚତୁର୍ଥ ରେଫରୀ ଭାବେ ବଳରାମ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ସେହିପରି ଅପରାହ୍ନ ୪ଟାରେ ଫ୍ରେଣ୍ଡସ କ୍ଲବ ଓ ଜିଏମସି ନୂଆସାହି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଫ୍ରେଣ୍ଡସ କ୍ଲବ ୯-୦ ଗୋଲ୍‌ରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଅତିଥିଭାବେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ଭେଟେରାନ ଫୁଟବଲ ଖେଳାଳୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ଅଡିଟ ଅଧିକାରୀ ରଜନୀକାନ୍ତ ସେଠ୍‌, କନ୍ଧମାଳ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାଏକ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ମ୍ୟାଚକୁ ମୁଖ୍ୟରେଫରୀ ଭାବେ ଅମିତ ନାଏକ ପରିଚାଳନା କରିଥିବାବେଳେ ଲାଇନରେ ପ୍ରମୋଦ ବେହେରା ଓ ବଳରାମ ବେହେରା ସହାୟତା କରିଥିଲେ । ଚତୁର୍ଥ ରେଫରୀ ଭାବେ ସୂର୍ଯ୍ୟକାନ୍ତ ବେହେରା ଦାୟିତ୍ୱ ତୁଲାଇଥିଲେ ।
ଆସନ୍ତାକାଲି ଜେଡି ହାଇସ୍କୁଲ ବୌଦ୍ଧ ଓ ବିଏସ୍‌ଏସ୍‌ଏ କଣ୍ଟାମାଳ ଏବଂ ବିଏସ୍‌ଏସ୍‌ଏ ବୌଦ୍ଧ ଓ ବିଏସ୍‌ଏସ୍‌ଏ ହରଭଙ୍ଗା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Related Posts