Odisha News

ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଇସିଟିସି ଓ ଡିଏସଆରସି ପକ୍ଷରୁ ଟାଉନହଲ ଠାରେ ବିଶ୍ୱ ଏଡସ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୧୨: ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଇସିଟିସି ଓ ଡିଏସଆରସି ପକ୍ଷରୁ ଟାଉନହଲ ଠାରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଅଧ୍ୟକ୍ଷତା କରି ଗଂଜାମ ଜିଲ୍ଲାର ଗୋପାଳପୁର ଠାରେ ଏଚଆଇଭି ଆକ୍ରାନ୍ତ ତଥା ଅନାଥ ଶିଶୁମାନଙ୍କ ପାଇଁ ଏକ ଅନାଥ ଶ୍ରମ ଖୋଲାଯାଇଥିବା କହିଥିଲେ । ଏହି ମାଧ୍ୟମରେ ଆମେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରି ପାରିବା ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଡିପିଏଚଓ ଡା. ମଦନ ମୋହନ ପ୍ରଧାନ ଯୋଗଦେଇ ଆଜିର ଦିନର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବରେ ଡା. ରାମଚନ୍ଦ୍ର ଦେଓ ହେମ୍ବ୍ରମ ଯୋଗଦେଇ ଏଡସ ଓ ଯକ୍ଷ୍ମା ଉପରେ ଆଲୋଚନା କରିଥିଲେ । ଡା. ସଂଘମିତ୍ରା ପଣ୍ଡା ଛୋଟ ପିଲାଙ୍କୁ ଏଚଆଇଭି ସଂକ୍ରମଣରୁ କିପରି ରୋକିବା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରବିର କୁମାର ଦାସ ବୌଦ୍ଧଜିଲ୍ଲାର ସ୍ଥିତ ଉପରେ ବକ୍ତବ୍ୟ ରଖିଥିଲେ । ଆଇସିଟିସି ର ପରାମର୍ଶଦାତା ବନୋଜ କୁମାର ବେହେରା ଟୋଲ ଫ୍ରିନମ୍ବର ୧୦୯୭କୁ କଲ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପୋଗ୍ରାମ ମ୍ୟାନେଜର ରୂପକ ମହାପାତ୍ର ବିଶ ବଳୟରେ ଆଜିର ଯୁବ ସମାଜ କିପରି ପିଡିତ ହେଉଛନ୍ତି ସେ ସଂପର୍କରେ ବୁଝାଇଥିଲେ ।
ଯୌନରୋଗ ପରାମର୍ଶ ଦାତା ପ୍ରମୋଦ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିôବା ବେଳେ ମେଡିକାଲି ଅଫିସର ଡା. ରଶ୍ମିତ ରଂଜନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସଭାକୁ ଗୀତାଂଜଳି ସାହୁ, ମୀନାକ୍ଷୀ ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତିପ୍ରତି ଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ମେଡିକାଲ ଠାରୁ ବାହାରି ସହର ପରିକ୍ରମା କରି ଟାଉନହଲ ଠାରେ ପହଂଚିଥିଲା । ସେଠାରେ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଯାଇଥିଲା ।
ବୌଦ୍ଧ ବିଇଓ ଧ୍ରୃବ ଚରଣ ଘିବେଲାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୧/୧୨: ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ବୁଧବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସହ ଗୋଷ୍ଠୀ ଶିକ୍ଷାଧିକାରୀ କମଳକାନ୍ତ ଦଳବେହେରା, ଅଖିଲ ପ୍ରଦାନ, ଦିଲ୍ଲିପ ମେହେର, ପ୍ରିତିରଂଜନ ମହାଲିକ,ବାପିନା ମହାରଣା, ଛନ୍ଦାରାଣୀ ପ୍ରଧାନ, ଅରୁଣ ମେହେରପ୍ରମୁଖ ଶ୍ରୀ ଘିବେଲାଙ୍କ ବିଗତ ଦିନର କାର୍ଯ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଘିବେଲା ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ବିଭିନ୍ନ ପରିସ୍ଥିତିରେ ଧର୍ଯ୍ୟର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୁଧିର ନାୟକ,କୁନ୍ତୀ ଦିଗାଲ,ଶୁଭେନ୍ଦୁ ବାରିକ, ଭାଗ୍ୟବତୀ ସାହୁ,ପଦ୍ମଲୋଚନ କର୍ଣ୍ଣ,ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶଙ୍କର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଏକ କାଳିନ ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା ପାଳିତ
ବୌଦ୍ଧ,୧/୧୨: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ପ୍ରଥମ ବର୍ଷ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଏକ କାଳିନ ସ୍ୱାଗତ ଓ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନମ୍ର ସ୍ୱଭାବ ଓ ଉତ୍ତମ ଚରିତ୍ର ଗଠନ ଦିଗରେ ଦିଗଦର୍ଶନ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଭାଗୀୟ ମୁଖ୍ୟ ଡଃ ଶରତ ଚନ୍ଦ୍ର ପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇ ଏକ ସୁନ୍ଦର ଭବିଶ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗ ଅଧ୍ୟାପକ ଡଃ ଦଶରଥି ବିଶ୍ୱାଳ,ଅଧ୍ୟାପିକା ବାସନ୍ତୀ ପଧାନ, ଅଧ୍ୟାପିକା ତପସ୍ୱିନୀ ପ୍ରଧାନ ଯୋଗଦେଇଥିଲେ । ଓଡିଆ ବିଭାଗର ଦ୍ୱିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଏକ ନିଆରା ଢଙ୍ଗରେ ନବାଗତମାନଙ୍କୁ ସ୍ୱାଗତ ଜଣାଇଥିଲେ ।
ତୃତୀୟ ବର୍ଷର ଛାତ୍ରୀ ଶିବାନୀ ମେହେର ସଭା କାର୍ଯ୍ୟ କରିଚାଳନା କରିଥିଲେ । ଦେବାଶିଷ ତାଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଚିନ୍ମୟ ପ୍ରଧାନ,ଶ୍ରାବଣୀ ନାୟକ,ପ୍ରିୟତମା ବାଗ, ଆଲୋକ ଭୁକ୍ତା, ଶିକୁନ, ରାଧେଶ୍ୱାମ, ମାମୀ,ଶିବାନନ୍ଦ, ସଂଜିବ ପ୍ରମୁଖ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

ବୌଦ୍ଧଜିଲ୍ଲାରେ ଏଡସରେ ଗଲାଣି ୧୩ ଜୀବନ,ଜିଲ୍ଲାରେ ୬୦ ଏଡସ ରୋଗୀ ଚିହ୍ନଟ
ବୌଦ୍ଧ,୧/୧୨: ବୌଦ୍ଧଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗରେ ୧୩ ଜଣଙ୍କ ଜୀବନ ଗଲାଣି । ଜିଲ୍ଲାରେ ୬୦ ଜଣ ଏଡସରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ୬୦ ଜଣ ଏଡସ ରୋଗୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩୬ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୨୪ ବୋଲି ଜଣାପଡିଛି । ସେଥିମଧ୍ୟରୁ ୮ ଜଣ ଗର୍ଭବତୀ ମହିଳାଙ୍କ ଠାରେ ଏଡସ ରୋଗ ଚିହ୍ନଟ ହୋଇ ଥିବା ଜଣାପଡିଛି । ୧୩ ଜଣଙ୍କ ଏଡସ ରୋଗରେ ମୃତ୍ୟୁ ପରେ ଜିଲ୍ଲାରେ ବାକି ୪୭ ଜଣ ରୋଗୀଙ୍କୁ ଚିକିସାô କରାଯାଇଉଛି ।
ଜିଲ୍ଲାରେ ପ୍ରଥମେ ୨୦୦୮ ଅଗଷ୍ଟମାସରେ ପ୍ରଥମ ଏଡସ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସେହି ବର୍ଷ ସମୁଦାୟ ୨ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ୨୦୦୯ରେ ୨ ଜଣ ଏଡସ ରୋଗୀଙ୍କୁ ଚିହ୍ନଟ ହୋଇଥିବା ବେଳେ ୨୦୧୦ରେ କେହି ରୋଗୀ ଚିହ୍ନଟ ହୋଇନଥିଲେ । ସେହିପରି ୨୦୧୧ରେ ୨ଜଣ,୨୦୧୨ରେ କେହି ଚିହ୍ନଟ ହୋଇନଥିଲେ ,୨୦୧୩ରେ ୨ ଜଣ ଓ ୨୦୧୪ରେ ୫ ଜଣ ଏଡସ ରୋଗୀ ଚିହ୍ନଟ କରାଯାଇଛି । ସେହିପରି ୨୦୧୫ ବର୍ଷରେ ୫ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୬ ବର୍ଷରେ ୫ ଜଣ ଓ ୨୦୧୭ ବର୍ଷରେ ୭ ଜଣ , ୨୦୧୮ ବର୍ଷରେ ୪ ଜଣ, ୨୦୧୯ରେ ୭ଜଣ,୨୦୨୦ରେ ୫ ଜଣ ଓ ୨୦୨୧ରେ ସର୍ବାଧିକ ୧୦ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ୬୦ ଜଣ ଏଡସ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ବ୍ଲକରେ ୧୬ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପ୍ରାଣହାନୀ ଘଟିଛି ।
ହରଭଙ୍ଗା ବ୍ଲକରେ ୧୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୧ ପୁରୁଷ ଓ ୭ ମହିଳା ରୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି କଣ୍ଟାମାଳ ବ୍ଲକରେ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି ।
ବାହାର ଜିଲ୍ଲାର ୧୦ ଜଣ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬ ଜଣ ପୁରୁଷ ଓ ୪ ମହିଳା ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଛି । ଜିଲ୍ଲାରେ ଏଡସ ରୋଗରେ ଆକ୍ରାନ୍ତମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଜିଲ୍ଲାରେ ୧୩ ଜଣ ଏଡସ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ୩୪ ଜଣ ରୋଗୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ରୋଗୀଙ୍କୁ ବିଭିନ୍ନ ସରକାରୀ ସହାୟତା ଦିଆଯାଉ ଥିଲେ ମଧ୍ୟ ସେସବୁ ପଂଚାୟତ କାର୍ଯ୍ୟାଳୟରୁ ମିଳୁଥିବାରୁ ଅଧିକାଂଶ ରୋଗୀ ଲୋକ ନିନ୍ଦାକୁ ଡରି ସରକାରଙ୍କ ସୁବିଧା ନେବାକୁ ଯାଉନଥିବାରୁ ସେମାନେ କିପରି ଘରେ ବସି ସୁବିଧାରେ ଏହି ସବୁ ଯୋଜନା ପାଇପାରିବେ ସେଥିପାଇଁ ତୃଣମୂଳସ୍ତରୁରୁ ଉଦ୍ୟମ କରାଯାଉଛି । ଜିଲ୍ଲା ସମ୍ମନ୍ନିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତା ବନୋଜ ପ୍ରଧାନ,ଗୀତାଂଜଳି ସାହୁ,ପ୍ରମୋଦ ମହାରଣା ରୋଗୀମାନଙ୍କ ସମସ୍ତ ସମସ୍ୟା ପଚାରିବୁଝୁଛନ୍ତି ଓ ସେମାନଙ୍କୁ ପରାମର୍ଶ ପ୍ରଦାନ କରୁଛନ୍ତି ।
ଏହି ଭୟାବହ ଏଡସ ରୋଗର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲେ ମଧ୍ୟ ଜନସାଧରଣଙ୍କ ସଚେତନତା ଅଭାବ ଯୋଗୁଁ ଜିଲ୍ଲାରେ ଏହି ରୋଗ ବଢିବାରେ ଲାଗିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

Related Posts

Seo wordpress plugin by www.seowizard.org.