Odisha News

ବୌଦ୍ଧଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପାଳିତ

ବୌଦ୍ଧ,୨୫/୯: ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଦ୍ୱାରା ସ୍ଥାନୀୟ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂପୁର ଠାରେ ହିନ୍ଦୀ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅଧକ୍ଷ ଓମ୍ ପ୍ରକାଶ ପ୍ରଧାନ, ବିଶିଷ୍ଟ ଅତିଥି ଭାବରେ ଜବାହର ନବୋଦୟ ବିଦ୍ୟାଳୟ,ବୌଦ୍ଧର ହିନ୍ଦୀ ଅଧ୍ୟାପକ ଦିଲ୍ଲୀପ ବଡ଼ତ୍ୟା, ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲା ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭକ୍ତରାମ ମେହର ,ଜିଲ୍ଲା ର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ଦାସ ଓ ଜିଲ୍ଲା ସଂଘର ସମ୍ପାଦକ ମନଜିତ୍ ମୋହନ ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ ।
ଅତିଥି ମାନେ ହିନ୍ଦୀ ଭାଷା ର ମହତ୍ତ୍ଵ ପ୍ରତିପାଦନ କରିବା ସହିତ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ହିନ୍ଦୀ ଭାଷା ଶିକ୍ଷଣର ବିକାଶ ଦିଗରେ ବିଭିନ୍ନ ଦିଗଦର୍ଶନ ଦେଇ ଥିଲେ । ଶ୍ରେଣୀ କକ୍ଷ ରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ହିଁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ହିନ୍ଦୀ ଭାଷା ଶିକ୍ଷଣ ପାଇଁ ଉପାଦେୟ ହେବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ ।
କଣ୍ଟାମାଳ ବ୍ଲକ ସାନ ଛପାପାଲି ର ହିନ୍ଦୀ ଶିକ୍ଷୟତ୍ରୀ ଇତିଶ୍ରୀ ମିଶ୍ର, ଗୋଛାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ନାରାୟଣ ମେହେର ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗ ର ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରସାୟତ୍ ମଞ୍ଚ ସଞ୍ଚାଳନ କରି ଥିଲେ ଏବଂ ଶିକ୍ଷୟତ୍ରୀ ରେଣୁବାଳା ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ ।
ଏହି କାର୍ଯ୍ୟକ୍ରମ ରେ ପ୍ରକାଶ ଚନ୍ଦ୍ର ପରିଡା, ଅଧମ ଭୁଏ, ବିଭୂତି ଭୂଷଣ ମହାକୁଡ, ନାରାୟଣ ସେଠୀ, ସଙ୍ଗୀତ ଦଣ୍ଡେଶ, ରଶ୍ମିତା ସାହୁ, ରୋଜାଲିନ ପ୍ରଧାନ, ଶ୍ରଦ୍ଧା ସାହୁ, ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ୬୦ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ ।
ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତରେ ବୌଦ୍ଧର କୃତିତ୍ୱ
ବୌଦ୍ଧ;୨୫/୯: ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରିଡା ସଂଗଠନ ଏବଂ ମୟୁରଭଂଜ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ମୟୁରଭଂଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଜୟପୁର ଜନତା ହାଇସ୍କୁଲ ପଡିଆ ଠାରେ ଚାଲିଥିବା ୧୪ ଓ ୧୭ ବର୍ଷରୁ କମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ତୀରନ୍ଦାଜ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।
ଏହି ପ୍ରତିଯୋଗୀତାରେ କ୍ରୀଡା ଶିକ୍ଷକ ତଥା ଜିଲ୍ଲା ତୀରନ୍ଦାଜ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ବୌଦ୍ଧଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ।
ଏହି ପ୍ରତିଯୋଗୀତାରେ ବୌଦ୍ଧର ସୁରଜ କୁମାର ମେହେର ୧୭ ବର୍ଷ ବାଳକ କମ ବିଭାଗରେ ଇଣ୍ଡିଆନ ରାଉଣ୍ଡ ୪୦ ମିଟର ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ସୁରଜ ବୁଟୁପାଲିର ସିଆରସିସି ନିରଂଜନ ମେହେର ଓ ସରିତା ମେହେରଙ୍କ ପୁତ୍ର ଅଟନ୍ତି ।
ବୌଦ୍ଧ ଜିଲ୍ଲାରେ ୧୨ଟି ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ କଲା ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା
ବୌଦ୍ଧ,୨୫/୯: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ବୌଦ୍ଧ ଜିଲ୍ଲାରେ ପହଂଚିଛି ।
ବୌଦ୍ଧରେ ଏହି ଷ୍ଟାର୍ଟଅପ ଯାତ୍ରା ମଡେଲ ଡିଗ୍ରୀ କଲେଜ, ସରକାରୀ ଆଇଟିଆଇ ଏବଂ ଭୈରବୀ ଡିଗ୍ରୀ କଲେଜ ପରିଦର୍ଶନ କରି ସମୁଦାୟ ୧୨ଟି ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ କରିଥିବାବେଳେ, ଏଥିରେ ମୋଟ ୧୭୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି ।
ଯାହାଦ୍ୱାରା ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଉଦ୍ଭାବନ ଏବଂ ଉଦ୍ୟୋଗ କ୍ଷେତ୍ରରେ ତୃଣମୂଳ ସ୍ତରରେ ଯୁବ ମସ୍ତିଷ୍କମାନଙ୍କୁ ସଶକ୍ତ ଏବଂ ମାର୍ଗଦର୍ଶନ ପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ କରିବା କରିବା ସହିତ, ଏହି ପଦକ୍ଷେପଗୁଡ଼ିକ ଷ୍ଟାର୍ଟଅପ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗର ଉପଯୋଗ କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ଲାଗି ପ୍ରୟାସ କରୁଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରିଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି ।
ବନ୍ୟା ଦାଉରୁ ରକ୍ଷା ପାଇଁ ସୁରକ୍ଷା ପାଚେରୀ ଆବଶ୍ୟକ: ଅଭିନବ ଉପାୟରେ ଉତ୍ତଳନ ହେଉଛି ବାଲି
ବୌଦ୍ଧ, ୨୫/୯: ବୌଦ୍ଧଜିଲ୍ଲା ଦେଇ ଓଡିଶାର ବଡ ନଦୀ ମହାନଦୀ, ତେଲନଦୀ,ବାଘନଦୀ,ସାଲୁଙ୍କି, ଖଡଙ୍ଗ ଆଦି ନଦୀ ଗୁଡିକ ବୋହିଯାଇଛି । ଏହି ନଦୀ ଗୁଡିକରେ ପ୍ରତିବର୍ଷ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଥାଏ । ପ୍ରତିବର୍ଷ ମହାନଦୀରେ ବନ୍ୟାପାଣି ଆସି କୂଳ ଲଙ୍ଘି ଗ୍ରାମ ମଧ୍ୟକୁ ପ୍ରବେଶ କରି ବ୍ୟାପକ ଫସଲ ଓ ଧନସମ୍ପତି ନଷ୍ଟ କରିଥାଏ ।
ଏହାଛଡା ପ୍ରତି ବର୍ଷ ବନ୍ୟାଜଳ ଯୋଗୁଁ ନଦୀକୂଳ ଖାଇଯାଉଛି । ସେପଟେ ବନ୍ୟା ପାଣି କୂଳଖାଇ ଯାଉଥିବା ଯୋଗୁଁ ବହୁ ଗ୍ରାମକୁ ବିପଦ ସୃଷ୍ଟି କଲାଣି । ଜିଲ୍ଲାର ଅଧିକାଂଶ ଅଂଚଳରେ ସମାନ୍ୟ ବନ୍ୟାରେ ଗ୍ରାମ ମଧ୍ୟକୁ ବନ୍ୟା ପାଣି ପ୬ବେଶେ କରିଥାଏ । ବନ୍ୟାଦାଉରୁ ଗ୍ରାମକୁ ଓ ନଦୀ କୂଳକୁ ସୁରକ୍ଷା ଦୃଷ୍ଟିରୁ ନଦୀକୂଳରେ ସୁରକ୍ଷା ପାଚେରୀ ଆବଶ୍ୟକତା ରହିଛି ।
ନଚେତ ପ୍ରତିବର୍ଷ ବନ୍ୟାପାଣି ଆସି ଲୋକଙ୍କ ଧନସଂପତି ନଷ୍ଟ ହେବା ସହିତ କୂଳ ଖାଇବା ଯୋଗୁଁ ଅନେକ ଗ୍ରାମ ଭବିଶ୍ୟତରେ ନଦୀଗର୍ଭରେ ଲୀନ ହୋଇଯିବାର ସମ୍ଭାବନା ରହିଛି । ମହାନଦୀରେ ବନ୍ୟା ପାଣି ଆସି କୂଳ ଖାଇଆସ୍ତେ ଆସ୍ତେ ନଦୀ ଗ୍ରାମ ଆଡକୁ ମାଡି ଆସିଲାଣି । ଯାହାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଚିନ୍ତାରେ ପଡିଯାଇଛନ୍ତି । ଯଦି ଏବେଠୁ ଏହାର ସମାଧାନ କରାନଯାଏ ତାହାହେଲେ ଏହି ନଦୀକୂଳିଆ ଗ୍ରାମ ଗୁଡିକ ଭବିଶ୍ୟତରେ ମହାନଦୀରେ ଲିନ ହେବାର ସମ୍ଭାବନା ରହିଛି ।
ଜିଲ୍ଲାର ବୈାଦ୍ଧବ୍ଲକର ସାହୁପଡା, ମହେଶ୍ୱରପିଣ୍ଡା,ବାଉଁଶୁଣୀ,ତେନ୍ତୁଳିପାଲି, କମ୍ପଲା,କମ୍ପରା,ସାପଦୋହଲି,ଜଗନ୍ନାଥପୁର, ମର୍ଜାଦିପୁରର ଗିଙ୍ଗିରାସାହି ଆଦି ଗ୍ରାମ ଗୁଡିକ ମହାନଦୀ କୂଳରେ ରହିଥିବା ବେଳେ ହରଭଙ୍ଗା ବ୍ଲକର ମାରଡା, କୁତୁରି,ଅତଲସରା, କୁମାରୀ, କୁଡାସିଙ୍ଗା, ହରଭଙ୍ଗା, ବୁଲୁରା, ପାଣିଘରା, ଖରସଙ୍କୁଲେଇ, ସାକୁସିଙ୍ଗା,ଖଣ୍ଡିଧଳପୁର,ଉଆଁଲ, କଙ୍କଲା, ପଲସପାଟ, ପରଗଲପୁର ର ଝରାସାହି, ହାଟଗାଁ, ମଙ୍ଗଲପୁର, କରଡି,କୃଷ୍ଣମୋହନପୁର ଆଦି ଗ୍ରାମ ଗୁଡିକ ନଦୀକୂଳରେ ରହିଛି ।
ଏହି ଗ୍ରାମ ଗୁଡିକ ମଧ୍ୟରୁ ଅନେକ ଗ୍ରାମର କୂଳ ଖାଇ ବହୁ ଅଂଶ ମହାନଦୀରେ ଲୀନ ହୋଇଗଲାଣି । ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋ ମିଟର ମହାନଦୀ ଜିଲ୍ଲାରେ ବୋହି ଯାଇଛି । ବିଭିନ୍ନ ସ୍ଥାନରେ ପଥର ବନ୍ଧ ରହିଥିଲେ ମଧ୍ୟ ତାହା ଭାଙ୍ଗି ଗଲାଣି । ନଦୀ,ନାଳର କୁଳ ଖାଇବା ରୋକିବା ଓ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ଯୋଜାନରେ ବହୁ ପ୍ରକଳ୍ପ ହାତକୁ ନେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ହେଲେ ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାବେଳେ କାଁ ଭାଁ ଜିଲ୍ଲାରେ କିଛି ସ୍ଥାନରେ ମହାନଦୀ କୂଳରେ ପଥର ବନ୍ଧା ,ପ୍ରୋଟେକସନ ୱାଲ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ କରାଯାଉ ଥିବାର ଅଭିଯୋଗ ହେଉଛି । ଯାହାଫଳରେ ଶିଘ୍ର ଭଙ୍ଗି ଯାଇ ପୁର୍ବ ଅବସ୍ଥାକୁ ଫେରି ଆସୁଥିବାର ଅଭିଯୋଗ ହେଉଛି ।
ଜିଲ୍ଲାରେ ପ୍ରଶାସନ ରାଜସ୍ୱ ଆଳରେ ନଦୀ, ନାଳ ଗୁଡିକୁ ବାଲି ନିଲାମ ଦେଇ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବାଲି ଉତ୍ତଲନ କରାଯାଉଛି । ଯାହାଫଳରେ ନଦୀ ,ନାଳ ଗୁଡିକର ଅସ୍ତିତ୍ୱ ହରାଉଥିବା ବେଳେ ତାହାର ସୁରକ୍ଷା ପାଇଁ ଟିକେମଧ୍ୟ ଚିନ୍ତା ନାହିଁ ।
ଏପରିକି ଭରା ନଦୀରୁ ମଧ୍ୟ ଅଭିନବ ଉପାୟରେ ବାଲି ଉତ୍ତଳନ କରାଯାଉଥିବା ଦେଖିବାକୁ ମିଳିଛି । ବଡ ବଡ ପ୍ଲାଟିକ ଡ୍ରମ ଗୁଡିକୁ ବନ୍ଧାଯାଇ ତାହା ଉପରେ ପାଇବ ପକାଇ ନଦୀ ମଝିରୁ ମଟର ସାହାର୍ଯ୍ୟରେ ବାଲି ଉତ୍ତଳନ କରାଯାଉଛି ।
ନଦୀ ଗୁଡିକରୁ ବେଆଇନ ଭାବରେ ବାଲି ଉତ୍ତଳନକୁ ରାଜସ୍ୱ ବିଭାଗର କର୍ମଚାରୀମାନେ ଜାଣିଥିଲେ ମଧ୍ୟ ନ ଜାଣିଲା ଭଳି ରହୁଛନ୍ତି । ଯାହାଫଳରେ ବାଲି ମାଫିଆମାନେ ସକ୍ରିୟ ହୋଇପଡିଛନ୍ତି । କାଁ ଭାଁ ଲୋକ ଦେଖାଣିଆ ଚଢାଉ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

Related Posts

Seo wordpress plugin by www.seowizard.org.