Odisha News

ବୌଦ୍ଧଜିଲ୍ଲା ମିଳିତ ଅମଲା ମଂଚ ଗଠିତ, ୪୨ ଶହ ଗ୍ରେଡପେ ଦାବି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୩ : ବୌଦ୍ଧଜିଲ୍ଲା ମିଲିତ ଅମଲା ମଂଚର ଏକ ଜରୁରୀକାଳିନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଅମଲା ସଂଘ ବୌଦ୍ଧଜିଲ୍ଲା ସଂପାଦକ ସୁଦାମ ଚରଣ ମିଶ୍ର ଓ ରାଜସ୍ୱ ଅମଲା ସଂଘ ସଂପାଦକ ପ୍ରେମାନନ୍ଦ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଗ୍ରେଡପେ ୪୨୦୦ ଦାବି ହାସଲ ପାଇଁ ତ୍ୱରିତ ପଦକ୍ଷେପ ନେବା ସହିତ ସରକାରଙ୍କ ନିକଟରେ ଏହି ଦାବିକୁ ଉପସ୍ଥାପିତ କରାଇ ସ୍ନାତକ ଯୋଗ୍ୟତା ତଥା କମ୍ପୁଟର ଜ୍ଞାନ କୌଶଳ ଆଧାରରେ ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ ଙ୍କ ଦରମା ୪୨୦୦ ଗ୍ରେଡପେ କରାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସମସ୍ତେ ଦୃଢ ସଂକଳ୍ପ ହୋଇଥିଲେ ।
ଆଗାମୀ ଦିନରେ ଯଦି ଅମଲା ମାନଙ୍କର ନ୍ୟାର୍ଯ୍ୟଦାବି ଡେଗ୍ରପେ ପୂରଣ ନ କରନ୍ତି ତେବେ ରାଜ୍ୟ ମିଳିତ ଅମଲା ମଂଚ ନିର୍ଦ୍ଦେଶରେ ଆନ୍ଦୋଳନାତ୍ମାକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହେବେ । ବୈଠକରେ ଜିଲ୍ଲା ମିଳିତ ଅମଲା ମଂଚର ଅଧ୍ୟକ୍ଷ ଭାବରେ ମାନସ ରଂଜନ ସେଠୀ ଓ ଆବାହକ ଭାବରେ ସୁଦାମ ଚରଣ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଓଡିଶା ଅମଲା, ରାଜସ୍ୱ ଅମଲା,ଟ୍ରେଜିରୀ ଅମଲା, ସବରେଜିଷ୍ଠାର ଅମଲା ପ୍ରମୁଖ ଅନ୍ୟାନ ଜିଲ୍ଲାସ୍ତରୀୟ ଅମଲା ସଂଘର କର୍ମକର୍ତ୍ତା, ସଦସ୍ୟ ମାନେ ଯୋଗଦେଇଥିଲେ ।
ସ୍ୱାଗତିକା ସାଥୁଆ ଧନ୍ୟବାଦ ଦେଇଥିଲେ । ବୈଠକରେ ରାଜଗୋପାଲ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ସୁପ୍ରଭା ପ୍ରଧାନ,ବୈଶାଖୁ କର୍ଣ୍ଣ,ଲକ୍ଷ୍ମୀନାରାୟଣ ବଳିଆରସିଂ,ଦିଲ୍ଲିପ ମେହେର,ସୁଧାଂଶୁ ଶେଖର ଦଳାଇ, କୁଳମଣୀ ପ୍ରଧାନ,ସଂଜିବ ବସ୍ତିଆ,ଶତ୍ରୃଜିତ ମହାପାତ୍ର, ହାଡିବନ୍ଧୁ ମିଶ୍ର, ସରୋଜ ବେହେରା, ଗୀାତଂଜଳ ନନ୍ଦ, ସରିତା ଦଲାଲ, କଳ୍ପନା ସ୍ୱାଇଁ, ସ୍ନେହଲତା ଦେହୁରୀ, ବିଶ୍ୱଜିତ ମିଶ୍ର,ଶ୍ରୀନିବାସ ମିର୍ଦ୍ଧା, ଦେବରାଜ ପାଣିଗ୍ରାହୀ, ପ୍ରହଲ୍ଲାଦ ମିର୍ଦ୍ଧା, ପ୍ରମୋଦ ସେଠୀ, ସୁଜିତ ମିଶ୍ର, ସନ୍ତୋଷିନୀ ବେହେରା, ରାହୁଳ ଦାସ, ଲୋକେଶ ଭୋଇ, ପ୍ରିତିରଂଜନ ମହାଲିକ,ଯେଗେଶ ବାରିକ, ସଂଜିତ ସାହୁ,ଲୋକନାଥ ମେହେର,ସତ୍ୟବ୍ରତ ସାହୁ,ସୁମନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତଥିଲେ ।
ବୌଦ୍ଧ ସିଭିଲ ଏଣ୍ଡ କ୍ରିମନାଲ କୋର୍ଟ ବାର ଆସୋସିଏସନର ନିର୍ବାଚନ
ବୌଦ୍ଧ,୨୭/୩ : ବୌଦ୍ଧ ସିଭିଲ ଏଣ୍ଡ କ୍ରିମନାଲ କୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ଶାନ୍ତନୁ କୁମାର ମହାପାତ୍ର ଓ ସଂପାଦକ ଭାବରେ ନିକୁଞ୍ଜ ମାଧବ ବେହେରାଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା । ସେହିପରି ଉପସଭାପତି ବିଭୂ ପ୍ରସାଦ କ୍ଷେତୀ, ସହସଂପାଦକ ଭାବରେ ବିକାଶ ରଂଜନ ସାହୁ, କୋଷାଧ୍ୟକ୍ଷ ଭାବରେ ବିକାଶ କୁମାର ଅଗ୍ରୱାଲା ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ କୃଷ୍ଣଚନ୍ଦ୍ର ମେହେର,ସଚ୍ଚିଦାନନ୍ଦ ଦଲାଲ,ଦେବେନ୍ଦ୍ର ନାଥ ଗୁରୁ, ଶ୍ରୀନିବାସ ସାହୁ,ସୁମିତା ରାଜଙ୍କୁ ନିର୍ବାଚିତ କରାଯାଇଥିଲା । ନିର୍ବାଚନକୁ କୃଷ୍ଣଚନ୍ଦ୍ର ମେହେର ପରିଚାଳନା କରିଥିଲେ ।
ବସଷ୍ଟାଣ୍ଡ ରେ ଗୋଣ୍ଡଗୋଳ କରୁଥିବା ବେଳେ ଜଣକୁ ଅଟକ ରଖିଛି ପୁଲିସ

ବୌଦ୍ଧ,୨୭/୩: ମାରଣାସ୍ତ୍ର ଧରି ବୌଦ୍ଧ ବସଷ୍ଟାଣ୍ଡରେ ଗଣ୍ଡଗୋଳ କରୁଥିବା ଯୁବକଙ୍କୁ ଧରି ପୁଲିସ ଜିମା ଦେଲେ ସାଧାରଣ ଲୋକେ, ଆଜି ସଂନ୍ଧ୍ୟାରେ ୪ ଜଣ ଯୁବକ ମାରଣାସ୍ତ୍ର ଧରି ବୌଦ୍ଧ ବସଷ୍ଟାଣ୍ଡରେ ଗଣ୍ଡଗୋଳ କରୁଥିଲେ ।
ଉପସ୍ଥିତ ଲୋକେ ମନା କରିବାରୁ ଯୁବକମାନେ ସାଧାରଣ ଯାତ୍ରୀମାନଙ୍କୁ ମଧ୍ୟ ମାରଧର କରିଥିଲେ । ଯୁବକମାନଙ୍କ ଗଣ୍ଡଗୋଳ ଅସହ୍ୟ ହେବାରୁ ଲୋକେ ୪ ଯୁବକଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ ।
ମାତ୍ର ଗଣ୍ଡଗୋଳର ସୁଯୋଗ ନେଇ ୩ ଜଣ ଖସି ଫେରାର ହୋଇଯାଇଥିବା ବେଳେ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ । ଏନେଇ ଲୋକେ ପୁଲିସକୁ ଖବର ଦେବାପରେ , ପୁଲିସ ଘଟଣାସ୍ଥଳରେ ପହଁଚି ଉକ୍ତ ଯୁବକ ଧରି ଥାନାରେ ଅଟକ ରଖିଛନ୍ତି ।ଆଦର୍ଶଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ବୌଦ୍ଧ : ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ,ଦୁଇ ଗୁରୁତର ଦୁଇ ଆହତ
ବୌଦ୍ଧ,୨୭/୩: ବୌଦ୍ଧ ଥାନା ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡିଗଡ଼ ଗ୍ରାମରେ ଦଣ୍ଡଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସାମାନ୍ୟ ଆହତଙ୍କୁ ସମସ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଶନିବାର ମଧ୍ୟ ରାତ୍ରରେ ଚଣ୍ଡିଗଡ଼ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଣ୍ଡଯାତ୍ରା ପାଇଁ ରୀତିନୀତି ଅନୁଯାୟୀ ମହାଦେବଙ୍କ ପୀଠରୁ ଦଣ୍ଡ ଉଠିଥିଲା ।
ତେଣୁ ରୀତିନୀତି ଅନୁଯାୟୀ ଦଣ୍ଡ ଉଠିବା ପରେ ସେହି ଗ୍ରାମରେ ଗୋଟିଏ ଦିନ ଦଣ୍ଡୁଆ ମାନେ ରହି ପୂଜାର୍ଚ୍ଚନା ପରେ ଅନ୍ୟ ଗ୍ରାମକୁ ଯାଇଥାନ୍ତି ହେଲେ ଚଣ୍ଡିଗଡ ଗ୍ରାମରେ ଅଶ୍ଵଚ ପାଇଁ ଆଜି ସେହି ଗ୍ରାମରେ ଦଣ୍ଡ ନ ରହି ଅନ୍ୟ ଗ୍ରାମ ତଥା ନିକଟରେ ଥିବା ବେନ୍ଦ୍ରୀପାଳି ଗ୍ରାମକୁ ଦଣ୍ଡୁଆ ମାନେ ଛତିଛତ୍ର ଧରିଯାଉଥିବା ବେଳେ ଚଣ୍ଡିଗଡି ଗ୍ରାମର ଆଉ ଏକ ଗୋଷ୍ଠୀ ସଙ୍ଘବଧ ଭାବରେ ଠେଙ୍ଗା ଓ ପଥର ଦ୍ୱାରା ଲୋକମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଘଟଣା ସ୍ଥଳରେ ୪ଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି ।ଗୁରୁତର ମାନେ ହେଲେ ଚଣ୍ଡିଗଡ଼ ଗ୍ରାମର ଶରତ ଦେହୁରୀ, ସନ୍ତୋଷ ଦେହୁରୀ, ଦେବରାଜ ଦେହୁରୀ ଓ ବ୍ରଜ ମୋହନ ଦେହୁରୀ ବୋଲି ଜଣାପଡିଛି । ସେମାନ ମଧ୍ୟରୁ ଅଧିକ ଗୁରୁତର ହେବାରୁ ଶରତ ଦେହୁରୀ ଙ୍କୁ ବୁର୍ଲା ସ୍ଥାନାସ୍ତରିତ କରାଯାଇଛି । ବର୍ତ୍ତମାନ ଘଟଣା ସ୍ତଳରେ ଜଂହାପଙ୍କ ଫାଣ୍ଡି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.