Odisha News

ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଫିଟନେସ ଓ ହାପିନେସ କ୍ଲବ ଉଦଘାଟିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୫ : ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଫିଟନେସ ଓ ହାପିନେସ କ୍ଲବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।
ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତଥିଲେ ।
ନ୍ୟାୟ ପାଇଁ ଏସପି ଙ୍କ ଦ୍ୱାରସ୍ଥ ହେଲେ ନିର୍ଯ୍ୟାତିତା ମହିଳା
ବୌଦ୍ଧ,୧୭/୫ : ବୌଦ୍ଧଥାନା ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମର ଜଣେ ମହିଳା ଜଣେ ଶିକ୍ଷକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ପରେ ନ୍ୟାୟ ପାଇବା ପାଇଁ ଆଜି ଏସପି ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ମତେ, ଗତ ଫେବୃଆରୀ ମାସରେ ଶିକ୍ଷକ ଜଣଙ୍କ ମହିଳାଙ୍କ ଘରକୁ ଆସି ଜୋର ଜବରଦସ୍ତ କଟକ ନେଇଯାଇଥିଲେ । ସେଠାରେ ଶିକ୍ଷକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାଙ୍କ ଅନିଛା ସ୍ୱତେ ଶାରୀରିକ ସଂପର୍କ ରଖିଥିଲେ । ଦୀର୍ଘ ୧୮ ଦିନ ପରେ ଶିକ୍ଷକ ଜଣକ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣକ ଗତ ୯ ତାରିଖରେ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁଁ ଆଜି ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।
ବୌଦ୍ଧ ରଥଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ,୧୭/୫ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀସାହୁ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ଉପସ୍ଥିତ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ଉପଜିଲ୍ଲାପାଳ ତଥା ଦେବତ୍ତୋର ଅଧିକାରୀ ରବିନ୍ଦ୍ରନାଥ କହଁର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଗତ ବର୍ଷର ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ ।
ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ ବୈଠକରେ ଯୋଗଦେଇ ଜିଲ୍ଲା ପୋଲିସ ପକ୍ଷରୁ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଥିଲେ । ରଥ ମରାମତି ତଦାରଖ ପାଇଁ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ପୁର୍ତ ବିଭାଗର ଅଧିକାରୀ ଓ ମହାରଣାଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ଏହି କମିଟି ପୁରୁଣା ରଥର ସ୍ଥିତି, ରଥ ନିର୍ମାଣ ପାଇଁ ଗଛିତ ରଥକାଠ, ମାଉସୀ ମା ମନ୍ଦିର ପରିସର ବୁଲି ଅନୁଧ୍ୟାନ କରିବାପରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପୁର୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରାଯିବା ସହିତ ଆବଶ୍ୟକୀୟ ମରାମତି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଉସୀ ମା ମନ୍ଦିରରେ ଠାକୁରମାନଙ୍କ ରୋଷଶାଳା ଓ ପ୍ରସାଦ ସେବନ ମଣ୍ଡପ ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ରଥଯାତ୍ରା ସମୟରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ,ବଡ ଦାଣ୍ଡରେ ଆଲୋକୀକରଣ, ବିଦ୍ୟୁତ୍ କାଟ ନକରିବା, ପାନୀୟଜଳ ବ୍ୟବସ୍ଥା ଆଦି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ସେହିପରି ବ୍ରାହ୍ମଣ ସମାଜ ପକ୍ଷରୁ ଦେବସ୍ନାନ ପୁର୍ଣ୍ଣିମା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ପାଳନ ନେଇ ଲଗ୍ନ ପ୍ରଦାନ କରାଯାଇଥିଲା । ଠିକ୍ ସମୟରେ ଠାକୁରମାନଙ୍କ ନିତିକାନ୍ତି ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ଠାକୁରମାନଙ୍କ ପହଣ୍ଡିରେ ବିଳମ୍ବ ହେଉଥିବାରୁ ଠିକ୍ ସମୟରେ ଟାହିଆ ଓ ସଂକିର୍ତ୍ତନ ମଣ୍ଡଳୀ ପହଞ୍ଚିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ଠାକୁର ଗୁଣ୍ଡିଚାଘରେ ଥିବା ସମୟରେ ନାଗରିକ କମିଟି ପକ୍ଷରୁ ଭଜନ ସଂଧ୍ୟା କାର୍ଯ୍ୟକ୍ରମ କରାଯିବାନେଇ ବୈଠକରେ ନିଷ୍ପତି ହଣ କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଂଜନ ମଦନ ମୋହନ ପାତ୍ର,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ପୁର୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ପ୍ରଭାତ ଦାସ,ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା,ଏଡିଏମଓ ମେଡିକାଲ ଡା. ସଂଘମିତ୍ରା ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଇଂ.ନିରଂଜନ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ମନ୍ଦିର ପରିଚାଳନା କମିଟି ସଂପାଦକ ଶଙ୍କର ପ୍ରସାଦ ପୁରୋହିତ ଓ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।
ବସ ଓ ପିକଅପ ମୁହାଁମୁହିଁ ଧକ୍କା, ୧ ଗୁରୁତର, ୪ ଆହତ
ହରଭଙ୍ଗା, ୧୭/୫: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ବସ-ପିକଅପ ମୁହାଁମୁହିଁ ଧକ୍କା । ଜଣେ ଗୁରୁତର ୪ ଆହତ । ଅଳ୍ପକେ ବର୍ତିଲେ ୪୦ ଜଣ ଯାତ୍ରୀ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି ।
ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର । ସୂଚନା ଅନୁଯାୟୀ ବଡ଼ପଣ୍ଡା ନାମକ ଏକ ଘରୋଇ ବସ ଭୁବନେଶ୍ୱର ରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ପିକଅପ ସହ ଚାରିଛକ ସ୍ଥିତ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ପିକଅପରେ ଥିବା ହେଲ୍ପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତି କରିଥିଲେ ।
ସେଠାରେ ଗୁରୁତର ପ୍ରଫୁଲ୍ଲ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ଉଭୟଗାଡି ୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ହେବାରୁ ପ୍ରାୟ ୩ ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ଦୁର୍ଘଟଣା ଗାଡି ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ପୋଲିସ ଅଧିକ ତଦନ୍ତ କରୁଛି ।

ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ, ସର୍ବୋଦୟ ସଂକଳ୍ପ ଶିବିର
ବୌଦ୍ଧ,୧୭/୫: ଆଜି ସକାଳ ୧୦ ଘଣ୍ଟା ସମୟରେ ବିରନରସିଂହପୁର ଠାରେ ଜଙ୍ଗଲ ବିଭାଗୀୟ ନର୍ସରୀ କେନ୍ଦ୍ର ର ସଭାଗୃହ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରୁ ଯୁଗ୍ମ ଆବାହକ ବିଜୟ କୁମାର ପ୍ରଧାନ, ବରିଷ୍ଠ ପ୍ରଶିକ୍ଷକ ଅଜାତ କୁମାର ସାହୁ, କନ୍ଧମାଳ ଲୋକସଭା ର ସଂଯୋଜକ ବିସ୍ମୟ ମହାପାତ୍ର , ବୌଦ୍ଧ ଜିଲ୍ଲା ସଂଯୋଜକ ସମରେନ୍ଦ୍ର ମହାକୁଳ , ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଆଇନଜୀବୀ ଶାନ୍ତନୁ କୁମାର ମହାପାତ୍ର ଙ୍କ ସହ ଉପ ସଭାପତି ସମରେଶ ମିଶ୍ର ଆଦି ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଫୋଟୋ ଚିତ୍ର ରେ ଭାବପୂର୍ଣ୍ଣ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କାରାଯାଇ ଥିଲା ।
ଆଜିର ଏହି ଏକ ଦିନିଆ କର୍ମଶାଳାରେ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ରୁ ଯୋଗ ଦେଇଥିବା ସ୍ଥାନୀୟ ପ୍ରତିନିଧି ମାନଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ପ୍ରଥମେ ପ୍ରୋଜେକ୍ଟର ମାଧ୍ୟମରେ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା ।
ଏବଂ ବିଶେଷ ଭାବେ ଗରିବ ଜନସାଧାରଣ ଙ୍କ ପାଇଁ ଉଦିଷ୍ଟ ମନରେଗା ରେ ରହିଥିବା ନିତୀ ନିୟମ ଏବଂ ଏହାର ଉପକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ପ୍ରଦାନ କରିଥିଲେ । ଶେଷରେ ସମସ୍ତ ଉପସ୍ଥିତ ପ୍ରତିନିଧି ମାନେ ରାଜୀବ ଗାନ୍ଧୀ ପଂଚାୟତ ସଂଗଠନ ଏବଂ ମନରେଗା ନିତୀ ଆଦର୍ଶ କୁ ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ବସବାସ କରୁଥିବ ଜନସାଧାରଣ ଙ୍କ ପାଖରେ ପହଂଚାଇବା ପାଇଁ ସଂକଳ୍ପ ନେଇ ଥିଲେ ।
କଂଗ୍ରେସ ଦଳର ନିତୀ ଆଦର୍ଶ ଏବଂ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଙ୍କ ନେତୃତ୍ୱ କୁ ସମର୍ଥନ ଜଣାଇ ବିଜେଡ଼ି ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଥିବା ମହାଲ୍ଲିକ ପଡ଼ା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଉମେଶ ଚନ୍ଦ୍ର ପାତ୍ର ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କାରାଯାଇ ଥିଲା ।
ଏତଦ ବ୍ୟତୀତ ପିସିସି ସମ୍ପାଦିକା ବୌଦ୍ଧ ଜିଲ୍ଲା ବିର ନରସିଂପୁର ପଂଚାୟତର ଅମୃତି ମହାନନ୍ଦିଆ ଅବସ୍ଥାପିତ ହୋଇଥିବାରୁ ତାଙ୍କୁ ମଧ୍ୟ ଜିଲ୍ଲା କଂଗ୍ରେସ ତରଫରୁ ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ପ୍ରଦାନ କାରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ କବିତା ମହାକୁଳ, କଳ୍ପନା ମେଣ୍ଡିଲି,ଜାନକୀ ପ୍ରଧାନ,ବୁଦ୍ଧଦେବ ପ୍ରଧାନ, ରୋହିତାଶ୍ଵ ବେହେରା, ହୃଷିକେଶ ସାହୁ, ଗୋପାଳ ବାଘ , ଫୁଲ ଚନ୍ଦ ପ୍ରଧାନ, ନିରାକାର ବେହେରା, ଗଣେଶ ଲୌରିଆ , ରମାକାନ୍ତ ଭୋକ୍ତା, ନୀତେଶ ମେହେର, ଜୟନ୍ତ ପାଣିଗ୍ରାହୀ, ଯଂଜ୍ଞସ୍ୱର ଦନାୟକ,ଝରିଆ ସାହୁ, ଅଭିଳାଷ ସ୍ୱାଇଁ ଙ୍କ ସମେତ ବହୁ କର୍ମୀ କର୍ମଶାଳାରେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.