Odisha News

ବୌଦ୍ଧଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୮ : ବୌଦ୍ଧ,୩୧ା୮ : ଗତ ତା.୩୦.୦୮.୨୦୨୪ ରିଖ ସନ୍ଧ୍ୟାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇସାରିଥିବାବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି ।
ଜିଲାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପାଇଁ ବୈଠକରେ ଜିଲ୍ଲାପାଳ ଶ୍ରୀପଣ୍ଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରସ୍ତୁତ ମାଇକ୍ରୋ ପ୍ଲାନ ଅନୁଯାୟି ସମସ୍ତେ କାର୍ଯ୍ୟ କରିବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନାଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦିଆଯାଇଥିଲା ।
ଯୋଜନାରେ ହିତାଧକାରୀମାନଙ୍କ ନିକଟରେ ଫର୍ମ ଉପଲବ୍ଧ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଲିଡ ବ୍ୟାଙ୍କ ମ୍ୟାନେଜର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ କରି ସୁଭଦ୍ରା ଡେବିଟ କାର୍ଡ ମାଗଣାରେ ପ୍ରଦାନ କରାଇବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ବିତରଣ କରିବା ସହିତ ସାଧାରଣ ସେବା କେନ୍ଦ୍ର ଜରିଆରେ ହିତାଧିକାରୀମାନେ ଆବେଦନ କରିପାରିବେ । କୌଣସି ହିତାଧିକାରୀ ଆବେଦନ ପ୍ରକ୍ରିୟାରେ ଯେପରି ସମସ୍ୟାର ସମ୍ମୁଖିନ ହେବେନାହିଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ।
ଏହି ଯୋଜନାର ସଫଳତା ଓ ସାମୁହିକ ସଚେତନତା ପାଇଁ ଦୁତ ଭାବରେ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ । ଆଭାସୀ ବୈଠକରେ ନାଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ଓ ସହକାରୀ ନୋଡାଲ ଅଧିକାରୀ ଭାବରେ ଉପଜିଲ୍ଲାପାଳ କାର୍ଯ୍ୟ କରିବେ । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।

Related Posts

Seo wordpress plugin by www.seowizard.org.