Odisha News

ବୌଦ୍ଧଗଡ଼ ଏନ.ଏ.ସି. ର ସମସ୍ତ ଜଳ ଛତ୍ର ଏବଂ ଥଣ୍ଡା ପାନୀୟ ଜଳ ସ୍ଥାନ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ ଓ ଉପ- ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୩ : ଗୁରୁବାର ଅପରାନ୍ହ ୨ ଘଟିକା ସମୟରେ ବୌଦ୍ଧ ସହରରେ ଏନ.ଏ.ସି.ପକ୍ଷରୁ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିବା ୧୫ ଗୋଟି ଜଳ ଛତ୍ର ପରିଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ।
ବୌଦ୍ଧରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ସାରା ଦେଶର ଉତ୍ତପ୍ତ ସହର ଭାବରେ ଚିନ୍ହଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧଗଡ଼ ଏନ.ଏ.ସି. ପକ୍ଷରୁ ୧୫ ଗୋଟି ଜଳ ଛତ୍ର ବିଭିନ୍ନ ରାସ୍ତା ଓ ଛକ ମାନଙ୍କରେ ଖୋଲା ଯାଇ ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ପ୍ରଦାନ କରା ଯାଉଛି ।
ଉକ୍ତ ବ୍ୟବସ୍ଥା କିପରି ପରିଚାଳିତ ହେଉଛି ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଓ ଉପ -ଜିଲ୍ଲାପାଳ ପରିଦର୍ଶନ କରିଥିଲେ ।
ଏଥି ସହିତ ସହର ମଧ୍ୟରେ ଚାଲିଥିବା ଥଣ୍ଡା ପାନୀୟ ଜଳ ସ୍ଥାନ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିବା ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କୁ ତଥ୍ୟ ପ୍ରଦାନ କରିଥିଲେ ।
ଏହି ବିଷୟରେ ସମସ୍ତେ ତତ୍ପର ରହିବା ସହିତ ଅଧିକାରୀ ମାନେ ମାନବିକତା ଦୃଷ୍ଟି ରୁ ନିଜ ନିଜ କାର‌୍ୟ୍ୟାଳୟ ସମ୍ମୁଖରେ ଥଣ୍ଡା ପାନୀୟ ଜଳ ବଣ୍ଟନ ର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ।

Related Posts