Odisha News

ବୋଲଗଡ ନିକଟରେ ଓଲଟିଲା ଆଇଟିବିପି ଗାଡି, ୬ ଆହତ

ଖୋର୍ଦ୍ଧା,୨୧/୩: ଯବାନମାନଙ୍କୁ ନେଇ ଯାଉଥିବା ଭ୍ୟାନ୍ଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିବାରୁ ୬ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯବାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ବୋଲଗଡ଼ ନିକଟରେ ଭ୍ୟାନଟି ବିଲକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୬ ଜଣ ଯବାନ ଆହତ ହୋଇଥିଲେ।
ଦୁର୍ଘଟଣା ଘଟିଥିବା ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।
ଭ୍ୟାନରେ ୭ଜଣ ଯବାନ ଥିଲେ। ଅନ୍ୟ ଜଣଙ୍କର କିଛି ହୋଇ ନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.