Odisha News

ବୋରୱେଲ ଖୋଳିବା ନାଁ ରେ ୬ ଲକ୍ଷ ଲୁଟ୍: ୨ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ବୋର ୱେଲ ଖୋଳିବା ନାଁ ରେ ୬ ଲକ୍ଷ ଲୁଟ୍ କରିଥିବା ଅଭିଯୋଗରେ ଟିକାବାଲି ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ ଦୀର୍ଘ ୬ ମାସ ଧରି ଟିକାବାଲି ଓ ଚକାପାଦ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଟିକାବାଲି ସଦର ଥାନା ଅନ୍ତର୍ଗତ ମସାପଦର ଗ୍ରାମର ବଳଭଦ୍ର ଦିଗାଳ ଓ ଦାଡିକେଜୁ ଗ୍ରାମର ମାର୍ଦନ ବଗର୍ତ୍ତୀ ଏହି ଦୁଇ ଠକ ୱାର୍ଲଡ ଭିଜନ ମିଶନ ଶକ୍ତିରୁ ଆସିଥିବାର ପରିଚୟ ଦେଇ ବିଭିନ୍ନ ଗ୍ରାମକୁ ଯାଇ ବୋରୱେଲ ଖୋଳିବା ନାଁ ରେ ଘର ପିଛା ୧୦ ହଜାର ଟଙ୍କା ଲେଖାଏଁ ଦୁଇ ବ୍ଲକରୁ ୬ ଲକ୍ଷ ଟଙ୍କା ଲୁଟିଥିବା ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ପଞ୍ଚାୟତର ଗିରଟି କଟଢି ଗ୍ରାମର ଅଭିମନ୍ୟୁ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ଟିକାବାଲି ଥାନା ଅଧିକାରୀଣୀ କଲ୍ୟାଣିମୟୀ ଷେଣ୍ଢ ଲୁଟେରା ମାନଙ୍କର ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ଲୁଟରାଙ୍କୁ ଧରି ପଚରା ଉଚରା କରିଥିଲେ ।
ଲୁଟେରାମାନେ ପ୍ରଥମେ ପରିଚୟ ବଦଳାଇ ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ୬ ମାସ ପରେ ଉକ୍ତ ଦୁଇ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ରେ ସକ୍ଷମ ହୋଇପାରିଛି ।

Related Posts

Seo wordpress plugin by www.seowizard.org.