Odisha News

ବୌଦ୍ଧ : ୨୨ କିଲୋ ଗଞ୍ଜେଇ ଜବତ, ମହିଳା ଗିରଫ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୭:ଗଞ୍ଜେଇ ଚୋରା ଚାଲାଣ ପାଇଁ ସାଥି ସହଯୋଗୀଙ୍କ ଅପେକ୍ଷାରେ ଥିବା ଜଣେ ମହିଳାଙ୍କୁ ବୌଦ୍ଧ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ବୌଦ୍ଧ ଥାନା ଆମ୍ବଝରି ଗ୍ରାମ ଛକରେ ଜଣେ ମହିଳା ଗଞ୍ଜେଇ ଭର୍ତ୍ତି ବ୍ୟାଗ ନେଇ ଛିଡ଼ା ହୋଇଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମହିଳାଙ୍କ ପାଖରେ ଥିବା ବ୍ୟାଗ ଯାଞ୍ଚ କରିବାରେ ସେଥିରୁ ଗଞ୍ଜେଇ ବାହାରିଥିଲା। ଓଜନ କରାଯିବାରେ ୨୨ କିଲୋ ହୋଇଥିଲା।
ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମହିଳା ହେଲେ ବୁଢ଼ିବଲଣ୍ଡା ଗ୍ରାମର ଗୁରୁବାରି ପ୍ରଧାନ(୪୦)। ଚଢ଼ଉରେ ହରଭଙ୍ଗା ଅବକାରୀ ଥାନା ଏଏସଆଇ ଅଞ୍ଜନ ଜେନା, କନେଷ୍ଟବଳ ଲୋକନାଥ ଭୋଇ, ପ୍ରଫୁଲ୍ଲ ଭୋକ୍ତା, ଅଞ୍ଜଳୀ ଅମାତ ଓ ରାଜକିଶୋର କହଁର ସାମିଲ ଥିଲେ ।
ବୌଦ୍ଧ ଜିଲ୍ଲାରେ ଉଚ୍ଚ ଶିକ୍ଷାରେ ଭିତ୍ତି ଭୂମିର ଅଭାବ
ବୌଦ୍ଧ; ୩/୭: ବୌଦ୍ଧଜିଲ୍ଲା ଶିକ୍ଷା ଭିତିଭୂମି କ୍ଷେତ୍ରରେ ଏକ ପଛୁଆ ଜିଲ୍ଲା ଭାବରେ ରାଜ୍ୟରେ ପରିଗଣିତ ହେଉଥିବାବେଳେ ଜିଲ୍ଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସଂପୁର୍ଣ୍ଣ ଭୁଷୁଡି ପଡିଛି । ଜିଲ୍ଲାରେ ଉଚ୍ଚ ଶିକ୍ଷାରେ କ୍ଷେତ୍ରରେ ଭିତିଭୁମିର ଘୋର ଅଭାବ ରହିଛି ।
ଫଳରେ ଅର୍ଥ ଅଭାବରୁ ଜିଲ୍ଲାର ବହୁ ଗରିବ ମେଧାବୀ ପିଲା ଅଧାରୁ ପାଠ ପଢା ଛାଡିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭିର୍ତ୍ତିଭୂମିର ଅଭାବ ରହିଥିବା ବେଳେ କେତେକ କଲେଜରେ ଆବଶ୍ୟକୀୟ ଅଧ୍ୟାପକ ଅଧ୍ୟାପିକାଙ୍କ ଅଭାବ ରହିଛି । ଚଳିତ ବର୍ଷ ଜିଲ୍ଲାରେ ୬୨୯୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାଶ କରିଛନ୍ତି । ସେଥିମଧ୍ୟରୁ ଏ୧ ରେ ୮ ଜଣ, ଏ୨ ରେ ୧୫୪ ଜଣ,ବି୧ ରେ ୬୨୯ଜଣ, ବି୨ ରେ ୧୦୭୭,ସି ରେ ୧୪୬୭ ଜଣ, ଡି ରେ ୧୭୧୦ଜଣ , ଇ ରେ ୧୨୫୪ ଜଣ ପାଶ କରିଥିବା ଜଣାପଡିଛି ।
ଏବେ ଚିନ୍ତାର ବିଷୟ ହେଲା ୬୨୯୯ ଜଣ ଛାତ୍ରଛାତ୍ରୀ ମେଟ୍ରିକ୍ ପରୀକ୍ଷାରେ ପାଶ କରିଥିବାବେଳେ ବୌଦ୍ଧଜିଲ୍ଲାରେ ଥିବା ୨୦ଟି ସମସ୍ତ ଅନୁଦାନପ୍ରାପ୍ତ,ଅଣଅନୁଦାନ ପ୍ରାପ୍ତ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେ ସମୁଦାୟ ୪୧୨୮ଟି ସିଟ ରହିଛି । ଯଦିଓ ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଆବଶ୍ୟକତା ଅନୁଯାୟୀ ସିଟ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଭିତିଭୂମିର ଅଭାବ ରହଛି ।
ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବା ଓ ଶ୍ରେଣୀ ଗୃହର ଅଭାବ , ପିଲାଙ୍କ ପଢିବା ପାଇଁ ଚେୟାର ଟେବୁଲ ଆଦିର ସମସ୍ୟା ରହିଥିବାରୁ ବିଦ୍ୟାଳୟ ଗୁଡିକ ଅଧିକ ସିଟ ବୃଦ୍ଧି କରିବାକୁ ଅମଙ୍ଗ ଥିବା ଜଣାପଡିଛି । ଜିଲ୍ଲାର ନୋଡାଲ ମହାବିଦ୍ୟାଳୟ ଭାବରେ ବୌଦ୍ଧ ପଞ୍ଚାୟତ ମହାବଦ୍ୟାଳୟରେ ଯୁକ୍ତଦୁଇ କଳା ରେ ମାତ୍ର ୨୫୬ ଟି ସିଟ ରହିଥିବାବେଳେ ବିଜ୍ଞାନରେ ୧୨୮ ଟି,ବାଣିଜ୍ୟରେ ୬୪ଟି ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩୨ ଟି ସିଟ ରହିଛି ।
ନୋଡାଲ ମହାବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୂମିର ଅଭାବ ରହିଥିବାବେଳେ ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅବସ୍ଥା ମଧ୍ୟ ସମାନ ରହିଛି । ବୌଦ୍ଧ ଏନଏସିରେ ପଂଚାୟତ ମହାବିଦ୍ୟାଳୟକୁ ମିଶାଇ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ କଳାରେ ୭୬୮, ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୬୪ ସିଟ ରହିଛି । ବୌଦ୍ଧବ୍ଲକରେ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ କଳାରେ ୧୦୭୮ ସିଟି ରହିଛି । ସେହିପରି ହରଭଙ୍ଗା ବ୍ଲକରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ୭୪୬ଟି ସିଟ ରହିଛି । କଣ୍ଟାମାଳ ବ୍ଲକରେ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ୧୨୪୮କଳା, ବିଜ୍ଞାନରେ ୪୬ ସିଟ ରହିଛି ।
ଜିଲାରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୁଦାୟ କଳାରେ ୩୮୪୦, ବିଜ୍ଞାନରେ ୧୯୨ ଓ ବାଣିଜ୍ୟରେ ୬୪ ଓ ଧ୍ୟନ୍ଦାମୂଳକ ଶିକ୍ଷାରେ ୩୨ସିଟ ରହିଛି । କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାକୁ ମିଶାଇଲେ ୪୧୨୮ଟି ସିଟ ରହିଥିବା ବେଳେ ଜିଲ୍ଲାରେ ଚଳିତ ବର୍ଷ ୬୨୯୯ ପିଲା ପାଶ କରିଥିବା ବେଳେ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଟକୁ ଦେଖିଲେ ଆଉ ୨୧୭୧ ପିଲା ପଢିବା ପାଇଁ ବ୍ୟବସ୍ଥା ନାହିଁ ।
ସବୁ ଅଭିଭାବକଙ୍କ ନିକଟରେ ବାହାରେ ପାଠ ପଢାଇବାକୁ ସମ୍ବଳ ନଥିବାରୁ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ସ୍ଥାନ ଅଭାବରୁ ପିଲାମାନେ ପାଠ ପଢି ନପାରିବା ଫଳରେ କାମଧନ୍ଧା ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବାର ଅଭିଯୋଗ ହେଉଛି ।
ଅନେକ ପିଲା ସେହି ବର୍ଷ ପଢି ନପରି ତାପର ବର୍ଷ ପର୍ଯନ୍ତ ଅପେକ୍ଷା କରୁଛନ୍ତି । କାଳେ ସିଟି ମିଳିଲେ ପାଠ ପଢିବୁ ବୋଲି ଏଭଳି ଆଶାନେଇ ଅପେକ୍ଷା କରୁଛନ୍ତି । ଏଥିସହ ଯେଉଁ ମେଧାବୀ ଛାତ୍ରଛାତ୍ରୀମାନେ ମାଟ୍ରିକ ପାଶ କରିଛନ୍ତି ସେମାନେ ବଡବଡ କଲେଜରେ ପଢିବା ପାଇଁ ବାହାରକୁ ଚାଲିଯାଉଛନ୍ତି । ଯେଉଁ ଛାତ୍ରଛାତ୍ରୀ ମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଛି ସେମାନେ ମଧ୍ୟ ବାହାରକୁ ପଢିବାକୁ ଚାଲିଯାଉଛନ୍ତି ।
ତେଣୁ ସରକାର ଜିଲ୍ଲାରେ ଯେପରି ଅଧିକ ପିଲା ଉଚ୍ଚଶିକ୍ଷା ପାଇବେ ସେଥିପ୍ରତି ଗୁରୁତ୍ୱ ଦେଇ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଲେ ଅଞ୍ଚଳର ବହୁ ମେଧାବୀ ଓ ଗରିବ ପିଲା ଉଚ୍ଚଶିକ୍ଷା ପାଇପାରିବେ ବୋଲି ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି ।
ବୌଦ୍ଧ : ଦେଶଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୩/୭: ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ ପକ୍ଷରୁ ଜିଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଲୁକାୟିତ କଳାର ଅନ୍ୱେଷଣ ଓ ସଙ୍ଗିତ ନୃତ୍ୟର ବିକାଶ ପାଇଁ ପ୍ରତ୍ୟେକ ଜିଲାସ୍ତରରେ ଆୟୋଜିତ ହେଉଥିବା ଦେଶଜ କାର୍ଯ୍ୟକ୍ରମ ବୌଦ୍ଧଜିଲାରେ ଆଗାମୀ ୮ ଓ ୯ ତାରିଖ ଦିନ ଟାଉନହଲଠାରେ ହେବାକୁଥିବାବେଳେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ ତହସିଲଦାର ତଥା ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଅପୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ କରାଇବାକୁ ଆଲୋଚନା କରାଯାଇଥିଲା ।
ବିଭିନ୍ନ ଜିଲାରୁ କଳାକାରମାନେ ଦୁଇଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବାବେଳେ ଶୃଙ୍ଖଳିତ ଭାବରେ କିପରି ଏହା ଅୟୋଜନ ହୋଇପାରିବ, କଳାକାରମାନଙ୍କ ରହଣି,ଖାଇବା ବ୍ୟବସ୍ଥା,କାର୍ଯ୍ୟକ୍ରମ ସ୍ଥାନରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ନେଇ ଆଲୋଚନା କରାଯାଇଥିଲା ।
ଏହାବ୍ୟତୀତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୁଦ୍ଧ ମନ୍ଦିରଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଧୂନକେଲ ଓ କରମା ସଙ୍ଗିତ ପରବେଷଣ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ଖର୍ଚ୍ଚ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ ପକ୍ଷରୁ ଯୋଗାଇଦିଆଯାଉଥିବାବେଳେ ସଫଳତା ପାଇଁ ସମସ୍ତଙ୍କର ସହଯୋଗ ସଂସ୍କୃତି ଅଧିକାରୀ ସୁଶ୍ରୀରଣା କାମନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲା କଳା ସଂସ୍କୃତି ସଂଘ ସଭାପତି ଦିବ୍ୟଶଙ୍କର ରାଉତ ଓ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ ଉପସ୍ଥିତ ଥିଲେ ।

ଏହାବ୍ୟତୀତ ଗେହ୍ଲାମା କଳାନିକେତନ ପକ୍ଷରୁ ଗୋପାଳ କୃଷ୍ଣ ବେହେରା,ପ୍ରଣାମ ପକ୍ଷରୁ ବସନ୍ତ କୁମାର ସାହୁ ଓ ପ୍ରଶାନ୍ତ କୁମାର ଭାଇନା,ରାମଲୀଳା ନାଟ୍ୟ ସଂସଦରୁ ଜୟନାରାୟଣ ମହାନ୍ତି,ସଙ୍ଗିତାୟନ ରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ସଂଗଠନର କାର‌୍ୟ୍ୟକର୍ତ୍ତା ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.