Odisha News

ବୌଦ୍ଧ: ସହକାରୀ ଆଇନ୍ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ଜ୍ୟୋତିରଞ୍ଜନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୭: ବୌଦ୍ଧ ଜିଲ୍ଲା କଣ୍ଟାମାଳର ବସନ୍ତ ମିଶ୍ରଙ୍କ ପୁଅ ଜ୍ୟୋତିରଞ୍ଜନ ମିଶ୍ର ଆଜି ରାଜ୍ୟ ସଚିବାଳୟର ଗୃହ ବିଭାଗରେ ସହକାରୀ ଆଇନ୍ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି।
୨୦୨୧ ମସିହାରେ ଓପିଏସ୍ସି ପକ୍ଷରୁ ଏହି ପଦବି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗତ ମାର୍ଚ୍ଚ ୬ ତାରିଖରେ ଶ୍ରୀ ମିଶ୍ର ଏହି ପଦବି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତପତ୍ର ପାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ତେବେ ଶ୍ରୀ ମିଶ୍ର ହେଉଛନ୍ତି ବୌଦ୍ଧ ଜିଲ୍ଲାର ପ୍ରଥମ ସହକାରୀ ଆଇନ୍ ନିର୍ଦ୍ଦେଶକ। ଏହି ଖବରରେ ଆଜି କଣ୍ଟାମାଳ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବନ ମହୋତ୍ସବ
ବୌଦ୍ଧ,୧୭/୭: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ୍ କ୍ରସ୍ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌ ଭଞ୍ଜନ ମଦନ ମୋହନ ପାତ୍ର ଯୋଗଦେଇ ପ୍ରଥମେ ବୃକ୍ଷ ପୂଜନ କରି ପବିତ୍ର ଅଁଳା ବୃକ୍ଷ ରୋପଣ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ କରିଥିଲେ କ୍ଷ ଏନ୍.ସି.ସି., ଏନ୍. ଏସ୍.ଏସ୍. , ଯୁବ ରେଡ୍ କ୍ରସ୍ ଏବଂ ଇକୋ କ୍ଲବ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ଏହି ଅବସରରେ ହରିଡା, ବାହାଡ଼ା, ଅଁଳା, ଅର୍ଜୁନ, ଜାମୁ, ନିମ୍ବ ଇତ୍ୟାଦି ଏକଶହ ଚାରା ରୋପଣ କରାଯାଇଥିଲା ।
ଯୁବ ରେଡ୍ କ୍ରସ୍ ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ କ୍ଷ ଅଧ୍ୟାପିକା ବାସନ୍ତୀ ପଧକ୍ଷନ ଏବଂ ଅଧ୍ୟାପକ ସଦାନନ୍ଦ ମାହାର କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ।
ଫ୍ଲିପକାର୍ଡ କମ୍ପାନୀକୁ ୪୩ଲକ୍ଷ ଚୁନ ଲଗେଇଲେ ୩କର୍ମଚାରୀ: ୩ଅଭିଯୁକ୍ତଙ୍କ ସହ ଦୁଇ ବାଇକ, ୪ଲକ୍ଷ ୫୦ହଜାର, ଲେପଟପ, ମୋବାଇଲ ଜବତ
ବୌଦ୍ଧ, ୧୭/୭: ଫ୍ଲିପକାର୍ଡ ଅନଲାଇନ କମ୍ପାନୀରେ କ୍ଷେତ୍ରକର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ୩ଜଣ କର୍ମଚାରୀ ୪୩ଲକ୍ଷ ଟଙ୍କା କମ୍ପାନୀକୁ ଚୁନ ଲଗାଇ ଫେରାର ଥିବାବେଳେ ଆଜି ବୌଦ୍ଧ ପୋଲିସ ହାତରେ ଧରାପଡିଛନ୍ତି ।
ସେମାନଙ୍କ ନିକଟରୁ ପୋଲିସ ୪ଲକ୍ଷ ୫୦ହଜାର ଟଙ୍କା ଜବତ କରିବା ସହ ଦୁଇଟି ବୁଲେଟ ମଟରସାଇକେଲ, ଗୋଟିଏ ଲେପଟପ, ୩ଟି ମୋବାଇଲ ଜବତ କରିଛି । ପୋଲିସ ସୁତ୍ରରୁ ପ୍ରକାଶଯେ, ଫ୍ଲିପକାର୍ଡ ଅନଲାଇନରେ ହବ ଇନଚାର୍ଯ ଭାବେ କାର୍ଯ୍ୟ କରୁଥିବା ନୟାଗଡ ଅଂଚଳର ପ୍ରିୟ ରଂଜନ ପାଳ(୨୫) ଓ ତାର ଦୁଇଜଣ ସହଯୋଗୀ ବାଘମାରୀ ଅଂଚଳର ଆଶିଷ ପ୍ରଧାନ(୨୪), ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ବ୍ୟମକେଶ ଗିରି(୩୦) ଏମାନେ ବୌଦ୍ଧ ଜିଲ୍ଲାର କଂଟାମାଳ, ବାଉଁଶୁଣୀ ଓ ଅନୁଗୁଳ ଜିଲ୍ଲାର ବାମୁର ଅଂଚଳରେ କ୍ଷେତ୍ର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।
ଗ୍ରାହକ ବୁକିଙ୍ଗ କରିଥିବା ଜିନିଷକୁ ବାହାରେ ବିକ୍ରି କରିବା ଗ୍ରାହାକର କ୍ୟସ ଅନ ଡେଲିଭରି ଅର୍ଥକୁ ଡିପୋଜିଟ ନକରି ହଡପ କରି ଦିର୍ଘମାସ ଧରି କମ୍ପାନୀକୁ ଠକି ଆସୁଥିଲେ । କମ୍ପାନୀ ପକ୍ଷରୁ ଏହି ତିନି ଜଣଙ୍କ ବିରୋଧରେ ବାଉଁଶୁଣୀ ଅଂଚଳରୁ ୩୮ଲକ୍ଷ ଟଙ୍କା, ବାମୁର ଅଂଚଳରୁ ୨ଲକ୍ଷ ୯୦ ହଜାର, ଓ କଂଟାମାଳ ଅଂଚଳରୁ ୧ଲକ୍ଷ ୯୦ ହଜାର ହେରାଫେରିର ଅଭିଯୋଗ ଥାନାରେ ହେବାପରେ ଏମାନେ ଫେରାର ରହିଥିଲେ । ଦିର୍ଘଦିନ ବିଭିନ୍ନ ସ୍ଥାନରେ ଲୁଚିବାପରେ ଗତକାଲି ଏମାନେ ବୌଦ୍ଧ ଅଭିମୁଖେ ଆସୁଥିବାର ଖବର ପାଇ ପୋଲିସ ଏମାନଙ୍କୁ କାବୁ କରିଥିଲା । ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ବୋଲି ବୌଦ୍ଧ ଏସ. ପି. ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ହାଇବାକୁ ପଛପଟୁ ଧକ୍କାଦେଲା ବାଇକ ଜଣେମୃତ,ଦୁଇ ଗୁରୁତର
ବୌଦ୍ଧ,୧୭/୭ : ବୌଦ୍ଧ ଜିଲ୍ଲାପୁରୁଣାକଟକ ଥାନା ବାଗଛେପରା ନିକଟରେ ହାଇବାକୁ ପଛପଟୁ ବାଇକ ଧକ୍କାଦେଇଥିଲା।ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବାଜଣା ପଡିଛି।
ସୂଚନାଅନୁସାରେ ବଘିଆପଡାଅଞ୍ଚଳର ସାନୁଜ ପ୍ରଧାନ,ଅଚ୍ୟୁତ ପ୍ରଧାନ,ଲୁଣିବାହଲ ଅଞ୍ଚଳର ସୁଶାନ୍ତ ମଲ୍ଲିକ ବାଇକଯୋଗେ ସୁରସପଖାଳରୁ ବଘିଆପଡା ଫେରୁଥିବା ସମୟରେ ଏକ ହାଇବା ପଛପଟେ ଧକ୍କା ଦେଇ ଥିଲା।
ଏଥିରେ ଲୁଣିବାହଲର ସୁଶାନ୍ତ ମଲ୍ଲିକଙ୍କ ମୃତ୍ୟ ହୋଇଥିବା ବେଳେ ଅଚ୍ୟୁତ ଏବଂ ସାନୁଜ ଗୁରୁତରଆହତ ହୋଇଥିଲେ।ଖବର ପାଇ ପୁରୁଣାକଟକପୁଲିସ ଘଟଣାସ୍ଥଳରେ ପହଂଚି ଆହତ ଙ୍କୁ ଉଦ୍ଧାରକରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ।

Related Posts

Seo wordpress plugin by www.seowizard.org.