Odisha News

ବେଧଡକ ଚାଲିଛି ପଥର ବ୍ଲାଷ୍ଟିଂ, ବନ୍ୟଜନ୍ତୁ ଅସୁରକ୍ଷିତ: ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୫/୧୦: ମାଓ ପ୍ରବଣ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ବେଧଡକ ଭାବେ ଚାଲିଛି ପଥର ବ୍ଲାଷ୍ଟିଂ। ଦୀର୍ଘ ଦିନ ଧରି ପାହାଡ ରେ ପଥର ବ୍ଲାଷ୍ଟିଂ ଜାରି ରହିଥିଲେ ମଧ୍ୟ ବନ ବିଭାଗ କିମ୍ବା ରାଜସ୍ବ ବିଭାଗ ନୀରବ ରହିବାକୁ ନେଇ ଉଠିଛି ପ୍ରଶ୍ନ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ରେଞ୍ଜ ଅନ୍ତର୍ଗତ କୁଟିଗୁଡା-ବାଲିଗାଡା ରାସ୍ତାରେ ଥିବା ସଂରକ୍ଷିତ ଜଙ୍ଗଲ ରେ ଦିନ ଦ୍ୱିପହର ରେ ବେଧଡକ ଭାବେ ଜାରି ରହିଛି ପଥର ବ୍ଲାଷ୍ଟିଂ ।
ଯାହା ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଥିବା ବେଳେ ଶହ ଶହ ଗଛ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ବନ ବିଭାଗ ଓ ରାଜସ୍ବ ବିଭାଗ ମୋଟା ଅଙ୍କର ଅର୍ଥ ନେଇ ନିରବ ରହିଥିବା ଅଭିଯୋଗ ହୋଇଛି ।
ଦୁଇଟି ଟ୍ରାକ୍ଟର ଜଙ୍ଗଲ ମଧ୍ୟରେ ପ୍ରବେଶ କରି ପାହାଡ ଉପରକୁ ଯାଇ ଡ୍ରିଲିଂ ମେସିନ ସାହାଯ୍ୟ ରେ ପଥର କୁ ବଡ ବଡ ଗତ କରି ପଥର କୁ ନଷ୍ଟ କରାଯାଉଛି। ରାତିରେ ପଥର ବ୍ଲାଷ୍ଟିଂ କରାଯାଉଥିବା ଯୋଗୁଁ ଅଞ୍ଚଳ ବାସୀ ସାଙ୍ଗକୁ ବନ୍ୟଜନ୍ତୁ ଭୟ ଭିତ ହୋଇ ଚାଲି ଯାଉଛନ୍ତି।
ଉକ୍ତ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପଥର ବ୍ଲାଷ୍ଟିଂ ପାଇଁ ଜିଲୋଟିନ ବାରୁଦ ବ୍ୟବହାର କିପରି କରାଯାଉଛି। ଉକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବା ବେଳେ ସେଠାକୁ ଜିଲୋଟିନ ବାରୁଦ କେଉଁ ଠାରୁ କେମିତି ଆସୁଛି ବ୍ୟବହାର କରିବା ପାଇଁ କିଏ ଅନୁମତି ଦେଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଜିଲୋଟିନ ଜଦି ମାଓ ବାଦୀ ମାନଙ୍କ ହାତରେ ପଡେ ତେବେ ବଡ଼ ଅଘଟଣ କୁ ଏଡାଇ ଦିଆନଯାଇ ପରେ। ଏ ସଂପର୍କରେ ତୁମୁଡିବନ୍ଧ ରେଞ୍ଜର କାଳୀ ଚରଣ ବେହେରା କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।
ମୋ ସେବା କେନ୍ଦ୍ର ପରିଚାଳକ ସଂଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା,୧୫/୧୦: କନ୍ଧମାଳ ଜିଲ୍ଲାର ମୋ ସେବା କେନ୍ଦ୍ର ପରିଚାଳକ ସଂଘ ବାଲିଗୁଡା ଶାଖା ପକ୍ଷରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।ସଂଘର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖାଯାଉ ।
ସମସ୍ତ ଆସବାବପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେକୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ (ଯଥା – ଟେବୁଲ୍ ଚେୟାର୍, ବିଦ୍ୟୁତ ବିଲ୍, ଇଣ୍ଟରନେଟ୍ ଇତ୍ୟାଦି ) ଯୋଗାଇ ଦିଆଯାଉ । ବର୍ତ୍ତମାନ ଆମ୍ଭେ ଜାଣିବାକୁ ପାଇଲୁ ଯେ, ରାଜ୍ୟ ସରକାର ନୂତନ ଭାବେ ସିଏସପି + ଖୋଲିବାକୁ ଯାଉଛନ୍ତି।
କିନ୍ତୁ ପଞ୍ଚାୟତରେ ସେବା ଯୋଗାଇଆସିଥିବା ମୋ ସେବା କେନ୍ଦ୍ର ବିଷୟରେ ଚିନ୍ତା ନ କରି ନୂତନ ସିଏସପି + ଦେବାପାଇଁ ସରକାର ସ୍ଥିର କରିଛନ୍ତି।
ଏହାଦ୍ବାରା ବର୍ଷ ବର୍ଷ ଧରି ଖୋଲା ଯାଇଥିବା ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କ ଜୀବିକା ଉପରେ ଘୋର୍ ଆଘାତ ସୃଷ୍ଟି ହେବ । ଏଣୁ ମୋ ସେବା କେନ୍ଦ୍ର କୁ ସିଏସପି + ପ୍ରଦାନ କରାଯାଉ ।
ସମସ୍ତ ସରକାରୀ ସେବା ଗୁଡିକ ପବ୍ଲିକ ପୋର୍ଟାଲ କୁ ନ ଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରନ୍ତୁ। ପବ୍ଲିକ ରେ କରିବା ଦ୍ବାରା ବିଭିନ୍ନ ସମୟରେ ସାଧାରଣ ଲୋକମାନେ ଦଲାଲ ମାନଙ୍କ ଦ୍ବାରା ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି। କିଛି ମାତ୍ରାରେ ପାରିଶ୍ରମିକ (ବେତନ) ପ୍ରଦାନ କରାଯାଉ ।
ମୋ ସେବା କେନ୍ଦ୍ର ରେ ଦିଆଯାଉଥିବା ସେବା ଗୁଡ଼ିକରେ ମୋ ସେବା କେନ୍ଦ୍ର ର ନାମ ରହୁ । ଆଧାର ପଞ୍ଜିକରଣ ସହିତ ଆଧାର ସଂଶୋଧନ କରିବା କେନ୍ଦ୍ରକୁ ପ୍ରଦାନ କରିବା ଏହା ୫-ଟି ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ରାଜସ୍ବ ବିଭାଗର ସମସ୍ତ ଅନ ଲାଇନ କାର୍ଯ୍ୟ – ତଥା ଜାତିଗତ/ବାସିନ୍ଦା/ ଆୟ ପ୍ରମାଣ ପତ୍ର ଆଦି ସମସ୍ତ ପ୍ରକାର ତିନି ବର୍ଷ ପୂର୍ବେ ଯେଉଁ ଇ-ଜିଲ୍ଲା ଜରିଆରେ ହୋଇ ଆସୁଥିଲା,ଠିକ ସେହିଭଳି ପୁଣି ଥରେ ଓଡିଶା ୱାନ ପୋର୍ଟାଲ ମଧ୍ୟରେ ଉପଲବ୍ଧ କରିବାରେ ପ୍ରାଧାନ୍ୟ ଦିଆଯାଉ । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ର କୋଷାଧକ୍ଷ ରାମ ବଳରାମ ଦାସ, ନିମେଷ ଦିଗାଲ, ପବିତ୍ର ମୋହନ ପାତ୍ରଙ୍କ ସମେତ ସମସ୍ତ ସେବା କେନ୍ଦ୍ରର କର୍ମକର୍ତା ଉପସ୍ଥିତ ଥିଲେ।

ଜଙ୍ଗଲ ଓ ପରିବେଶ ବିଭାଗର ଯାଞ୍ଚ: ସିମନବାଡ଼ି ଅଞ୍ଚଳରେ ହାତୀ ବୁଲୁଥିବା ଖବର ଗୁଜବ
ବାଲିଗୁଡା,୧୫/୧୦: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନର ୫୯ ନଂ ଜାତୀୟ ରାଜପଥର ଟୋଲ୍ ଗେଟ୍ ନିକଟରେ ହାତୀ ବୁଲୁଥିବା ନେଇ କେହି ଏକ ଜଙ୍ଗଲ ହାତୀର ଫଟୋ ଭାଇରାଲ କରିଛି। ଫଳରେ ଜଙ୍ଗଲ ଓ ପରିବେଶ ବିଭାଗ ଘଟଣାଟିକୁ ଗୁରୁତର ଭାବେ ଗ୍ରହଣ କରି ବାଲିଗୁଡ଼ା ଏସିଏଫ୍ ସତୀଶ କୁମାର ଧରୁଆଙ୍କ ନେତୃତ୍ୱରେ କର୍ମଚାରୀମାନେ ଜଙ୍ଗଲରେ ହାତୀ ଖୋଜିବା ସହ ତାର ପାଦ ଚିହ୍ନ ଓ ଜଙ୍ଗଲରେ ଗଛ ଭାଙ୍ଗିଛି କି ନାହିଁ ତାହା ଖୋଜା ଚାଲିଛି।
ତେବେ ଜଙ୍ଗଲୀ ହାତୀର କୌଣସି ସନ୍ଧାନ ନ ଥିବା ଏସିଏଫ୍ ସତୀଶ ଧାରୁଆ କହିଛନ୍ତି। ହାତୀ ଜଙ୍ଗଲରେ ବୁଲିବା ସମୟରେ ଏକାଧିକ ସ୍ଥାନରେ ଡାଳପତ୍ର ଖାଇଥାଏ।
ଏହା ସହଜରେ ହାତୀ ରହିଥିବା ଜଣାପଡ଼ିଥାଏ କିନ୍ତୁ ଯେଉଁ ଅଞ୍ଚଳ ଦେଇ ହାତୀ ଯାଇଥିବା କିଛି ଲୋକ ଗୁଜବ କରୁଛନ୍ତି ତାହା ଏବେ ସୁଦ୍ଧା କୌଣସି ସତ୍ୟତା ଜଣାପଡ଼ି ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ତଥାପି ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଥିବା ଏସିଏଫ୍ ଧାରୁଆ କହିଛନ୍ତି।
ସେହିପରି ହାତୀ ବୁଲୁଥିବା ଯେଉଁ ବ୍ୟକ୍ତି ଖବର ଦେଇଛନ୍ତି ସେ ଆଉ ଫୋନ୍ ରିସିଭ୍ କରୁ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ୨୦୦୯/୨୦୧୦ରେ ଲଖାରି ଜଙ୍ଗଲରୁ ହାତୀପଲ ଗଞ୍ଜାମ ଜିଲା ଗଜଲବାଡ଼ି ଦେଇ କନ୍ଧମାଳ ଜିଲାର ରାଇକିଆ ବ୍ଲକ ହୋଇ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଓ କିରିକୁଟି, ବାଡ଼ାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଉପଦ୍ରବ କରିବା ସହ ଏକାଧିକ ଲୋକଙ୍କ ଜୀବନ ଚାଲିଯିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରିଥିଲେ। ତେଣୁ ବନବିଭାଗ ଏବେ ହାତୀ ଆସିଛିକି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଗୁଜବ କି ବୋଲି ଆଶଙ୍କା କରିଛି।

Related Posts

Seo wordpress plugin by www.seowizard.org.