ବେଦ ଓ ଗାୟତ୍ରୀ ମନ୍ତ୍ରର ବୈଜ୍ଞାନିକ ଆଧାର ବିଷୟରେ ଆଭାସି ଆଲୋଚନା
![](https://odishanewsonline.com/wp-content/uploads/2025/02/IMG-20250211-WA0001-1080x620.jpg)
ବରଦା ଦାସଙ୍କ ରିପୋର୍ଟ
କଟକ ,୧୧/୨: ଗାୟତ୍ରୀ ମନ୍ତ୍ର ରୁକ୍ ବେଦର ଅନ୍ତର୍ଗତ । ମନନ ତ୍ରାୟତି ଇତି ମନ୍ତ୍ର । ମଣିଷ ଭାଗ୍ୟ ନିର୍ମାଣ କରିବାର ସୂତ୍ର ମନ୍ତ୍ର ।
ବେଦ ମନ୍ତ୍ର ୨୪ ଅକ୍ଷର ମାତ୍ର ଗାୟତ୍ରୀ ମନ୍ତ୍ର ୨୯ ଅକ୍ଷର । ଏହି ମନ୍ତ୍ର ଦ୍ଵାରା ବିଶ୍ଵ ବ୍ରହ୍ମାଣ୍ଡ ର ପ୍ରାଣ ସୂର୍ଯ୍ୟଙ୍କୁ ଉପାସନା କରାଯାଏ ।
ଏହା କୁ ଉଚ୍ଚାରଣ କଲେ ଶରୀର କୋଷ ଉପରେ ପ୍ରଭାବ ପଡେ ଓ ପାପ ବିନାଶ କରେ ବୋଲି ବକ୍ତା ତଥା ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ର ଶ୍ରୀମାନ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ମତ ବ୍ୟକ୍ତ କରିଛନ୍ତି ।
ଥୀଙ୍କର୍ଷ କ୍ଳବ୍ ର ୧୧୦ ତମ ଆଭାସି ଆଲୋଚନାରେ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ମନ୍ତ୍ର ଶକ୍ତି ଉପରେ ଆଲୋକପାତ କରିଥିଲେ ।
ହରିୟାଣାରୁ ଡ ଶୁଭଶ୍ରୀ ସଂପଦା ମିଶ୍ର ଶେଷରେ ସମୀକ୍ଷା କରି ସିଦ୍ଧ ଗାୟତ୍ରୀ ମନ୍ତ୍ରର ବୈଜ୍ଞାନିକ ଆଧାର ଉପରେ କହିଥିଲେ ।
ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରି ଚାରି ବେଦ ରେ ଜ୍ଞାନ କର୍ମ ଉପାସନା ଓ ବିଜ୍ଞାନ ବର୍ଣ୍ଣିତ ହୋଇଛି ବୋଲି କହିଥିଲେ ।
ଡ ବିଜୟ ଲକ୍ଷ୍ମୀ ପଟ୍ଟନାୟକ,ସୁବାସ ସାହୁ, ନିରଞ୍ଜନ ପଣ୍ଡା ପ୍ରଶ୍ନ ମାନ ପଚାରି ଥିଲେ । ଜ୍ୟୋତି ପ୍ରକାଶ ମଲ୍ଲ ସଭା ର ବୈଷୟିକ ସୁପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।