Odisha News

ବେଆଇନ ମହୁଲ ଚୋରାଚାଲାଣ ବେଳେ ଧରାପଡ଼ିଲା : ଗାଡି ଜବତ, ଡ୍ରାଇଭର ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୬/୪:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡା ରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ.ଓଆର-୧୨-୨୫୮୬ କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ ଗାଡ଼ିରେ ମୋଟ ୫୨ ବସ୍ତା ମହୁଲ ଥିଲା, ଯାହାର ଓଜନ ୧୫ କୁଇଣ୍ଟାଲ ୬୦ କେଜି ହେବ ବୋଲି ଜଣାପଡିଛି ।
ଗାଡି ସହିତ ମହୁଲ ଜବତ କରିବା ସହ ଡ୍ରାଇଭର ଆଶା ଦୀପ ପରିଛାକୁ ଗିରଫ କରାଯାଇଛି । ଜବତ ହୋଇଥିବା ମହୁଲ ର ଆନୁମାନିକ ମୂଲ୍ୟ ୫୦,୦୦୦ ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।
ଏ ନେଇ କେଶନଂ. ୩/୨୨ ରେ ଏକ ମାମଲା ରୁଜୁ କରି ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇ ଥିବା ବିଷୟ ଅବକାରି ବିଭାଗ ର ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.