Odisha News

ବୃତ୍ତି ପରୀକ୍ଷାରେ ବିରାମଚନ୍ଦ୍ରପୁର ବିଦ୍ୟାଳୟର ସଫଳତା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୨ : ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ହରଭଙ୍ଗା ବ୍ଲକର ସରକାରୀ ଉ. ପ୍ରା. ବିଦ୍ୟାଳୟ,ବିରାମଚନ୍ଦ୍ରପୁରର ଛାତ୍ର ଶ୍ରୀମାନ ବାବୁସାନ ରଣା ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।
ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିରନରସିଂହପୁର ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ କଅଁର ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ସମ୍ବର୍ଦ୍ଧିତ କରିଥିଲେ ।
ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଦି ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ଓ ଶ୍ରୀମାନ ବାବୁସାନ ରଣା ହେଉଛନ୍ତି ଶ୍ରୀମତୀ ମାନିନୀ ରଣା ଓ ସଂକୀର୍ତ୍ତନ ରଣାଙ୍କ ସୁପୁତ୍ର ।

Related Posts